May 1, 2026
Home » ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲା ନୟାଗଡ଼ ଜିଲ୍ଲା ପ୍ରଶାସନ ।

ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲା ନୟାଗଡ଼ ଜିଲ୍ଲା ପ୍ରଶାସନ ।

0
1001052619
ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ଥ‌ିବା ସମସ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଚଳିତ ବର୍ଷ ୨୦୨୫-୨୬ ଶିକ୍ଷାବର୍ଷରେ ଉତ୍କୃଷ୍ଟ ଫଳାଫଳ କରିଥିବା ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ମାନଙ୍କୁ ସମ୍ମାନ ଜଣାଇବା ପାଇଁ ଜିଲ୍ଲାପରିଷଦ ସୃଜନ ସଭା ଗୃହରେ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରରେ ନୟାଗଡ଼ ଜିଲ୍ଲାର ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ୍ ରାଉତ, ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ଗୀତାଞ୍ଜଳୀ ସାହୁ ଯୋଗ ଦେଇଥିବାବେଳେ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷମାନେ ମଞ୍ଚାସିନ ଥିଲେ । ଅତିଥିମାନଙ୍କ ଦ୍ବାରା ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପ ଧୂପ ଅର୍ପଣ ପରେ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଅବସରରେ ଆଦର୍ଶ ବିଦ୍ୟାଳୟ ନୋତର ନୟାଗଡ଼ର ଅଧ୍ୟକ୍ଷ ତ୍ରିଲୋଚନ ଷଡ଼ଙ୍ଗୀ ସ୍ବାଗତ ଭାଷଣ ସହ ସମଗ୍ର ଜିଲ୍ଲାର ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ବିବରଣୀ ପ୍ରଦାନ କରିଥିଲେ।
ମୁଖ୍ୟ ଅତିଥି ଜିଲ୍ଲାପାଳ ମଧୁମିତା ରଥ ଛାତ୍ରଛାତ୍ରୀଙ୍କ ପରିଶ୍ରମ ଓ ଶିକ୍ଷକମାନଙ୍କ ନିଷ୍ଠାକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଏହି ସଫଳତା ଭବିଷ୍ୟତ ପାଇଁ ଏକ ମଜବୁତ ଭିତ୍ତି ସୃଷ୍ଟି କରିବା ସହ ଆଗାମୀ ଦିନରେ ସ୍ମୃତି ହୋଇ ରହିବ । ଶିକ୍ଷକ /ଶିକ୍ଷୟିତ୍ରୀମାନଙ୍କର ନିଷ୍ଠାପର ଶିକ୍ଷା ଦାନକୁ ଭୂରି ଭୂରି ପ୍ରଶଂସା କରିବା ସହିତ, ଛାତ୍ର/ ଛାତ୍ରୀମାନେ ଗୁରୁଙ୍କ ଶିକ୍ଷାକୁ ଓ ଅଭିଭାବକଙ୍କ ଉପଦେଶ ପାଳନ କରି କଠୋର ପରିଶ୍ରମ କରି ସଫଳତା ହାସଲ କରି ଓଡ଼ିଶାରେ ନୟାଗଡ ଜିଲ୍ଲାକୁ ଗୌରବ ମଣ୍ଡିତ କରିଥିବାରୁ ଧନ୍ୟବାଦ ଦେଇଥିଲେ ।   ମୁଖ୍ୟ ଅତିଥି ଓ ସମ୍ମନିତ ଅତିଥି ମାନେ ନିଜର ପ୍ରେରଣା ଦାୟୀ ବକ୍ତବ୍ୟ ଦ୍ବାରା ଛାତ୍ର ଛାତ୍ରୀ, ଶିକ୍ଷକ ତଥା ଅଭିଭାବକ ମାନଙ୍କୁ ଅଭିପ୍ରେରିତ କରିଥିଲେ । ସର୍ବୋପରି ପରି ଛାତ୍ର ଛାତ୍ରୀ ମାନଙ୍କୁ ଆଗାମୀ ଭବିଷ୍ୟତରେ ଜଣେ ସୁ ନାଗରିକ ହେବା ନିମନ୍ତେ ଉପଦେଶ ଦେଇଥିଲେ।         ଏହି ବର୍ଷର ମୁଖ୍ୟ ଆକର୍ଷଣ ରୂପେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନୋତର ନୟାଗଡ଼ର ଛାତ୍ରୀ ଶ୍ରେୟା ସ୍ମରଣିକା ଓ ଛାତ୍ର ଆଶୀର୍ବାଦ ମାର୍ଥା ଶତକଡା ୯୯,୬୦% ନମ୍ବର ରଖି ସମଗ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଯୁଗ୍ମ ଭାବରେ ଟଓର ହୋଇଥିଲେ ଯାହାକି ସମଗ୍ର ନୟାଗଡ଼ ଜିଲ୍ଲା ଗର୍ବର ମୁହୂର୍ତ୍ତ ଓ ଏଥୂ ସହିତ ୧୧୨ ଜଣ ଛାତ୍ରୀ ଓ ଛାତ୍ରୀ ୯୦% ଓ ତା’ଠାରୁ ଅଧିକ ଅଙ୍କ ପାଇ ଆଦର୍ଶ ବିଦ୍ୟାଳୟର ଗୌରବ ବଢ଼ାଇଥୁଲେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ସମ୍ମାନିତ କରିବା ସହ ସମଗ୍ର ଜିଲ୍ଲାରେ ୧୮ ଜଣ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଜ ବିଷୟରେ ଛାତ୍ର ଛାତ୍ରୀ ମାନେ ୧୦୦/୧୦୦ ନମ୍ବର ରଖୁବା ନିମନ୍ତେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ନିଷ୍ଠା ଓ ଶିକ୍ଷାଦାନର କୌଶଳ ନିମନ୍ତେ ସମ୍ମାନିତ କରାଜାଇଥିଲା। ସଫଳ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ଉପହାର ଦେଇ ସମ୍ମାନିତ କରାଯାଇଥିଲା । ସମ୍ମାନ ପାଇଥିବା ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଖୁସି ବ୍ୟକ୍ତି କରିଥିଲେ।ଏହି ସମ୍ବର୍ଦ୍ଧନା ଉତ୍ସବରେ ନୋତର ଆଦର୍ଶ ବିଦ୍ୟାଳୟର ଓଡ଼ିଆ ଶିକ୍ଷୟିତ୍ରୀ ଶ୍ରୀମତୀ ସସ୍ମିତା ଚୌଧୁରୀ ଓ ଇଂରାଜୀ ଶିକ୍ଷୟିତ୍ରୀ ଅନ୍ନଦା ଅନ୍ନପୂର୍ଣ୍ଣା ମଞ୍ଚ ପରିଚାଳନା ଓ ସଂଯୋଜନା କରିଥିଲେ । ଜିଲ୍ଲାର ସମସ୍ତ ଆଦର୍ଶ ବିଦ୍ୟାଳୟର ଅଧକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ମିଳିତ ଉଦ୍ୟମରେ ସମ୍ବର୍ଦ୍ଧନା ଉତ୍ସବ ସଫଳତାର ସହ ଉଦଯାପିତ ହୋଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *