April 17, 2026
Home »  ଓଡିଆ ପକ୍ଷ ୨୦୨୬ ପାଳନ ଅବସରରେ ବରପୁତ୍ରଙ୍କ ବିଷୟରେ ଆଲୋଚନା ଚକ୍ର ଓ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ।

 ଓଡିଆ ପକ୍ଷ ୨୦୨୬ ପାଳନ ଅବସରରେ ବରପୁତ୍ରଙ୍କ ବିଷୟରେ ଆଲୋଚନା ଚକ୍ର ଓ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ।

0
1001032590
ନୟାଗଡ଼ :ନୟାଗଡ ସାରା ଓଡ଼ିଶାରେ ଏକ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ପକ୍ଷରୁ “ଓଡ଼ିଆ ପକ୍ଷ ୨୦୨୬” ପାଳନ ବିଭିନ୍ନ ଦିନରେ ବିଭିନ୍ନ ବିଷୟକୁ ନେଇ ( କାର୍ଯ୍ୟସୂଚୀ ପ୍ରକାରେ ) ଚାଲିଥିବା ବେଳେ ନୟାଗଡ଼ରେ “ଓଡ଼ିଆ ପକ୍ଷ” ପାଳନର ଦ୍ୱାଦଶ ଦିବସରେ ବରପୁତ୍ରଙ୍କ ବିଷୟରେ ଆଲୋଚନା ଚକ୍ର ଓ କବିତା ପାଠ କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ନୟାଗଡ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ଅଧିକାରୀ ସୁମିତ୍ରା ଭୂୟାଁଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ମଧୁମିତା ରଥ, ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ ଯୋଗ ଦେଇ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୁଷ୍ପମାଲ୍ୟ ଅର୍ପଣ ତତ୍ ସହିତ, ଆଜି ଗୋବିନ୍ଦ ଚନ୍ଦ୍ର ଶୁରଦେଓ ଜୟନ୍ତୀ ଥିବାରୁ ତାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ, ଅଣଆଲୋଚିତ ବରପୁତ୍ରଙ୍କ ବିଷୟରେ ଆଲୋଚନା କରିବା ଆବଶ୍ୟକ ବୋଲି କହିଥିଲେ।
ନୟାଗଡ଼ ମାଟିର ସୁଯୋଗ୍ୟ ସନ୍ତାନମାନେ ଏହି ମାଟିକୁ ସାରା ବିଶ୍ୱରେ ପରିଚିତ କରାଇଛନ୍ତି ବୋଲି କହିଥିଲେ। ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ, ଓଡ଼ିଆ ପକ୍ଷ ପାଳନ ସମ୍ପର୍କରେ ସରକାରଙ୍କ ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ବରପୁତ୍ର, ସ୍ୱାଧୀନତା ସଂଗ୍ରାମୀ, କବି ଓ ଲେଖକଙ୍କ ଉତ୍କଳ ପ୍ରଦେଶ ଗଠନରେ ଭୂମିକା ସମ୍ପର୍କ ଆଲୋଚନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ, ଓଡ଼ିଆ ପକ୍ଷ ଅବସରରେ ଆଜି ବରପୁତ୍ରଙ୍କ ଉପରେ ଆଲୋଚନା ଓ କବିତା ପାଠ କାର୍ଯ୍ୟକ୍ରମ ସଫଳତା ସହିତ ଆୟୋଜନ କରାଯାଇଥିବା କହିଥିଲେ। ପ୍ରତ୍ୟେକ କବି ଓ ଲେଖକଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା କହିଥିଲେ। ଏହି କାର୍ଯ୍ୟକ୍ରମରେ ଶରତ ଚନ୍ଦ୍ର ଆଚାର୍ଯ୍ୟ, ନିର୍ମଳ ଚନ୍ଦ୍ର ଶୁରଦେଓ, ପ୍ରଧାନୀ ବୃନ୍ଦାବନ ମହାପାତ୍ର, ଜୟେନ୍ଦ୍ର ବେହେରା, ଉଷାରାଣୀ ମିଶ୍ର, ରାମକୃଷ୍ଣ ରଥ, ପ୍ରଦୀପ ସାହୁ, ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ୫୦ ରୁ ଉର୍ଦ୍ଧ୍ବ କବି ନୟାଗଡ଼ ଜିଲ୍ଲାର ବରପୁତ୍ରଙ୍କ ଉପରେ କବିତା ପାଠ କରିଥିଲେ। ଜିଲ୍ଲା ସଂସ୍କୃତି ବିଭାଗ ଏହି କାର୍ଯ୍ୟକ୍ରମ ଅବସରରେ ତଥାସ୍ତୁ, ପରମ୍ପରା, ଲେଖକ ପରିଷଦ, ଶୁଭ୍ରାନିଲ, ମୈତ୍ରୀ, ସମ୍ବାଦ ସାହିତ୍ୟ ଘର, ସେତୁବନ୍ଧ ପ୍ରଭୃତି ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂସ୍କୃତି ବିଭାଗ କର୍ମଚାରୀ ଆକାଶ ଦାଶ, ସୂଚନା ଓ ଲୋକସମ୍ପର୍କ ବିଭାଗ କର୍ମଚାରୀ ସିଦ୍ଧାର୍ଥ ଦେଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଂଯୋଜନା କରିଥିଲେ କବି ଗୋପୀନାଥ ସେଠୀ, ଅଧ୍ୟାପିକା ନୀଳିମା ନନ୍ଦ ।

 

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *