April 9, 2026
Home » ଓଡିଶାର ୮ ଜଣ EMRS ଛାତ୍ରଛାତ୍ରୀ ନୂଆଦିଲ୍ଲୀରେ ନେବେ ଜେଇଇ ଆଡଭାନ୍ସଡ୍ କୋଚିଂ

ଓଡିଶାର ୮ ଜଣ EMRS ଛାତ୍ରଛାତ୍ରୀ ନୂଆଦିଲ୍ଲୀରେ ନେବେ ଜେଇଇ ଆଡଭାନ୍ସଡ୍ କୋଚିଂ

0
WhatsApp Image 2026-04-09 at 4.31.55 PM

 

ଭୁବନେଶ୍ୱର:ଓଡିଶାରେ ଆଦିବାସୀ ଶିକ୍ଷାକୁ ଗୁରୁତ୍ୱ ଦେଇ ଅବିରତ କାର୍ଯ୍ୟ କରୁଛି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS) । ଏହି ବିଦ୍ୟାଳୟରୁ ଚଳିତ ଜେଇଇ ମେନ୍ ୨୦୨୬ (ଫେଜ୍-I) ରେ ସଫଳତାର ସହ ଯୋଗ୍ୟତା ହାସଲ କରିଛନ୍ତି ୧୧ ଜଣ ଛାତ୍ରଛାତ୍ରୀ ।ଏହି ୧୧ ଜଣରୁ ୮ ଜଣଙ୍କୁ ନୂଆଦିଲ୍ଲୀର ଜାତୀୟ ଜନଜାତି ଛାତ୍ର ସମାଜ (NESTS) ଅଧୀନରେ ସ୍ୱତନ୍ତ୍ର ଜେଇଇ ଆଡଭାନ୍ସଡ୍ କୋଚିଂ ପାଇଁ ମନୋନୀତ କରାଯାଇଛି ।EMRS କରଞ୍ଜିଆ ଏବଂ EMRS ଲହୁଣିପାରାରୁ ୩ ଜଣ, EMRS ରାଙ୍କିରୁ ଜଣେ ଏବଂ EMRS ବାଙ୍ଗିରିପୋଷିରୁ ଜଣେ ଛାତ୍ର ଅନ୍ତର୍ଭୁକ୍ତ। ଛାତ୍ରଛାତ୍ରୀମାନେ ଜାତୀୟ ରାଜଧାନୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି, ତାଙ୍କ ସହିତ ଶିକ୍ଷୟିତ୍ରୀ ପ୍ରିୟଙ୍କା କୁମାରୀ ମଧ୍ୟ ଅଛନ୍ତି ।ଏହି ପଦକ୍ଷେପ ଆଦିବାସୀ ଛାତ୍ରମାନଙ୍କୁ ଦେଶବ୍ୟାପୀ ପ୍ରମୁଖ ଇଞ୍ଜିନିୟରିଂ ପ୍ରତିଷ୍ଠାନରେ ଗୁଣାତ୍ମକ ଶିକ୍ଷା ଏବଂ ପ୍ରତିଯୋଗିତାମୂଳକ ସୁଯୋଗ ପ୍ରଦାନ କରି ସେମାନଙ୍କୁ ସଶକ୍ତ କରିବ । ଓଡ଼ିଶା ଆଦର୍ଶ ଜନଜାତି ଶିକ୍ଷା ସମାଜ(OMTES) ର ଯୁଗ୍ମ ନିର୍ଦ୍ଦେଶକ ପ୍ରଣତି ପାତ୍ର, ଆଦିବାସୀ ଶିକ୍ଷାକୁ ପ୍ରୋତ୍ସାହିତ କରିଥିବାରୁ NESTS କମିଶନର ଶ୍ରୀ ଅଜିତ କୁମାର ଶ୍ରୀବାସ୍ତବଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସୂଚନାଯୋଗ୍ୟ, EMRS କରଞ୍ଜିଆର ଅଭିଶ ଆଲାମ ଜେଇଇ ମେନ୍ ରେ ୯୭.୫୦ ପ୍ରତିଶତ ନମ୍ବର ରଖିଛନ୍ତି । ଅନ୍ୟ ସଫଳ ପ୍ରାର୍ଥୀଙ୍କ ମଧ୍ୟରେ EMRS ରାଙ୍କିରୁ ରିଙ୍କିରାଣୀ ନାଏକ, ସୁନୀଲ କୁମାର ନାଏକ ଏବଂ ସୁନିଆ ହେମ୍ବ୍ରମ; EMRS କରଞ୍ଜିଆରୁ ସାମୁ ପଲେଇୟା; EMRS ଲାହୁନିପଡ଼ାରୁ ଇଷ୍ଟିଫାନ ହେମ୍ବ୍ରମ, ପୂଜାରାଣୀ କିଷାନ, ଦୀପା କିଷାନ, ରବିନ ଓରାମ, ଏବଂ ସାଲଖୁ ହେମ୍ବ୍ରମ; ଏବଂ EMRS ବାଙ୍ଗିରିପୋଷିରୁ ଠାକୁର ମୁର୍ମୁ ଅନ୍ତର୍ଭୁକ୍ତ ।

Leave a Reply

Your email address will not be published. Required fields are marked *