July 1, 2025
Home » ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ, ରାୟଗଡା ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ

ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ, ରାୟଗଡା ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ

0
IMG-20250620-WA0566

ରାୟଗଡା : ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ, ରାୟଗଡା ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଓ ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ) ଏବଂ ଓଡିଶା ଲେଖା ନିୟନ୍ତ୍ରକ, ଭୁବନେଶ୍ୱର ସହଯୋଗରେ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ସ୍ଥାନୀୟ ରାୟଗଡା ଜିଲ୍ଲା ପରିଷଦ ସମ୍ମିଳନୀ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି l ଏହି ପେନସନ ଅଦାଲତରେ ରାୟଗଡା ଜିଲ୍ଲାର ପାଞ୍ଚ ଶହରୁ ଅଧିକ ପେନସନ ଓ ଭବିଷ୍ୟନିଧି ମଞ୍ଜୁରକର୍ତ୍ତା ଏବଂ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଅବସରକାଳୀନ ବକେୟା ପ୍ରାପ୍ୟ ଅଭିଯୋଗ ଶୁଣାଣିରେ ଭାଗ ନେଇଥିଲେ l ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ନିର୍ଦେଶକ ନିହାର ରଞ୍ଜନ ଦାସ, ଉପ ମହାଲେଖାକାର ସଞ୍ଜୟ କୁମାର, ରାୟଗଡା ଆରକ୍ଷୀ ଅଧିକ୍ଷକ ସ୍ଵାତି ଏସ କୁମାର, ଓଡିଶା ସରକାରଙ୍କ ସାଧାରଣ ଓ ଅଭିଯୋଗ ଅଭିଯୋଗ ବିଭାଗର ଅତିରିକ୍ତ ଶାସନ ସଚିବ ରଶ୍ମି ରଞ୍ଜନ ସାହୁ, ଉପ ଶାସନ ସଚିବ ଅସିତ କୁମାର ପାଣି, ରାୟଗଡା ଡ଼ିଏଫୋ ସଚିନ ଆନ୍ନା ସାହେବ ଓହଲ, ରାୟଗଡା ଅତିରିକ୍ତ ଜିଲ୍ଲାପାଳ(ପେନସନ) ନବୀନ ଚନ୍ଦ୍ର ନାୟକ,ଅଭିଯୋଗ ପ୍ରକୋଷ୍ଟର ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କୁଁଅର ଶୁଣାଣୀ କରିଥିଲେ l ନିର୍ଦେଶକ ଶ୍ରୀ ଦାସ ଜିଲ୍ଲାର ଅବସରପ୍ରାପ୍ତ କର୍ମଚାରୀଙ୍କ ଅବସରକାଳୀନ ବକେୟା ପ୍ରାପ୍ୟ ଯେପରି ତୁରନ୍ତ ସମାଧାନ କରାଯାଇ ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ l ଉପ ମହାଲେଖାକାର ସଞ୍ଜୟ କୁମାର ଅବସର ନେବାକୁ ଥିବା କର୍ମଚାରୀମାନଙ୍କର ଅବସରକାଳୀନ ପ୍ରାପ୍ୟ ଆବେଦନପତ୍ର ଏଜି କାର୍ଯ୍ୟାଳୟକୁ ଅବସର ପୂର୍ବରୁ ପଠାଇବାକୁ ଜିଲ୍ଲାର ପେନସନ ମଞ୍ଜୁରକର୍ତ୍ତାଙ୍କୁ ଅନୁରୋଧ ଜଣାଇଥିଲେ, ଯାହାଫଳରେ ଅବସର ଦିନ ଅବସରପ୍ରାପ୍ତ କର୍ମଚାରୀ ଅବସର ଦିନ ସେମାନଙ୍କର ପେନସନ, ଗ୍ରାଚୁଇଟି ଓ ଭବିଷ୍ୟନିଧି ପ୍ରାପ୍ୟ ପ୍ରଦାନ କରାଯାଇ ପାରିବ ବୋଲି ପ୍ରକାଶ କରିଥିଲେ l ନିର୍ଦେଶକ ଶ୍ରୀ ଦାଶ ରାଜ୍ୟ ସରକାର ଅବସର ପ୍ରାପ୍ତ କର୍ମଚାରୀଙ୍କ ଅବସରକାଳୀନ ଦେୟ ଯେପରି ତୁରନ୍ତ ଫଇସଲା ହୋଇପାରିବ ସେଥିପ୍ରତି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି ଓ ଯେଉଁ ଅଧିକାରୀମାନେ ଏହି ଲକ୍ଷ୍ୟରୁ ବିଚ୍ୟୁତ ହେବେ ସରକାର ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୂଚାଇ ଦେଇଥିଲେ l ଅବସର ଯଥେଷ୍ଟ ପୂର୍ବରୁ ଯେପରି ସେମାନଙ୍କର ପେନସନ କାଗଜପତ୍ର ଏଜି କାର୍ଯ୍ୟାଳୟକୁ ପଠାଇବାକୁ କହିଥିଲେ ଓ ଅବସରପ୍ରାପ୍ତ କର୍ମଚାରୀ ଯେପରି ସେମାନେ ସମସ୍ତ ଅବସରକାଳୀନ ପ୍ରାପ୍ୟ ଅବସର ଦିନ ପାଇବେ ସେଥି ପ୍ରତି ଦୃଷ୍ଟି ଦେବାକୁ କହିଥିଲେ l ପେନସନ ଅଦାଲତରେ ରାୟଗଡା ଜିଲ୍ଲାରେ ମଂଜୁର ହୋଇ ନଥିବା 210 ପେନସନ କେସ ଉପରେ କାର୍ଯ୍ୟାନୁଷ୍ଠାନ ନିଆ ଯିବା ସହ ବ୍ୟକ୍ତିଗତ ଭାବେ ଭାଗନେଇଥିବା 50ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଅଭିଯୋଗ ଗ୍ରହଣ କରାଯିବା ସହ ଏହା ଉପରେ ନିର୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନର ଉପ ଜିଲ୍ଲାପାଳ ଲଷ୍ମୀ ନାରାୟଣ ସାବତ,ଜିଲ୍ଲା ଅଭିଯୋଗ ଶୁଣାଣି ଓ ପେନସନ ପ୍ରକୋଷ୍ଟର ଅଧିକାରୀ ଓ କର୍ମଚାରୀ ଓ ବରିଷ୍ଠ ଲେଖା ଅଧିକାରୀ ଶରତ କୁମାର ମହାପାତ୍ର, ସହକାରୀ ଲେଖା ଅଧିକାରୀ ମନିଷ କୁମାର, ସୌମ୍ୟ ରଞ୍ଜନ ମହାରଣା, ପୁରୁଷୋତ୍ତମ ବଳ, ଜାମି ସଞ୍ଜୟ କୁମାର ଓ ଲେଖା ନିୟନ୍ତ୍ରକ କାର୍ଯ୍ୟାଳୟର ଅଧିକାରୀମାନେ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *