November 17, 2026
Home » ଓଡିଶା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ଓଡିଶା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

0
WhatsApp Image 2026-11-17 at 1.00.32 PM (1)

ପାରାଦୀପ,: ଓଡିଶା ସାମ୍ବାଦିକ ସଂଘ (ଓଜୟୁ) ପାରାଦୀପ୍ ଶାଖା ପକ୍ଷରୁ ଆଜି ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି l ସ୍ଥାନୀୟ ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଧ୍ରୁବ ଚରଣ ମହାପାତ୍ର ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଡିଶା ସାମ୍ବାଦିକ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେନ୍ଦ୍ର କୁମାର ବିଶ୍ବାଳ, ଓଡିଶା ସାମ୍ବାଦିକ ସଂଘ ପାରାଦୀପ ଶାଖା ର ଉପଦେଷ୍ଟା ଅଜିତ କୁମାର ଦାସ ପ୍ରମୁଖ ଯୋଗଦେଇ ଥିଲେ l କାର୍ଯ୍ୟକ୍ରମ ରେ ଓଡିଶା ସାମ୍ବାଦିକ ସଂଘ ପାରାଦୀପ ଶାଖା ସଭାପତି କରମେଶ୍ଵର ସ୍ଵାଇଁ ସଭାପତିତ୍ବ କରିଥିବା ବେଳେ ସଭା କାର୍ଯ୍ୟ ପରିଚାଳନା କରିଥିଲେ ସଂଘ ର କାର୍ଯ୍ୟକାରୀ ସଭାପତି ଆଲୋକ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ସଂଘ ର ସମ୍ପାଦକ ସମୀର କୁମାର ମହାନ୍ତି l ବର୍ତ୍ତମାନ ସାମ୍ପ୍ରତିକ ପରିସ୍ଥିତିରେ ସମ୍ବାଦ ଓ ସାମ୍ବାଦିକତା କ୍ଷେତ୍ରରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହିତ ବିଭିନ୍ନ କ୍ଷେତ୍ରରେ ସାମ୍ବାଦିକ ମାନଙ୍କୁ ଅଣଦେଖା କରିବା ଓ ଯଥାଚିତ ସମ୍ମାନ ମିଳୁନଥିବା କୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ଉପସ୍ଥିତ ଅତିଥିମାନେ l ତେବେ ଆଜିର ଉକ୍ତ କାର୍ଯ୍ୟକ୍ରମରେ ପାରାଦୀପ୍ ର ସମସ୍ତ ଓଡିଶା ସାମ୍ବାଦିକ ସଂଘର ସଦସ୍ୟ/ସଦସ୍ୟା ମାନେ ଯୋଗ ଦେଇ ଜାତୀୟ ପ୍ରେସ ଦିବସ ପାଳନ ର ଆଭିମୁଖ୍ୟ ସମ୍ପର୍କରେ ନିଜ ନିଜର ମତ ରଖିଥିଲେ l

ସେହିପରି ଆଜି ଜାତୀୟ ପ୍ରେସ ଦିବସ ଅବସରରେ ପାରାଦୀପ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପକ୍ଷରୁ ଏହାକୁ ଆଡମ୍ବର ସହକାରେ ପାଳନ କରାଯାଇଥିଲା l ପୌର ପ୍ରଶାସନିକ ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଯୋଗଦେଇ ସମାଜ ପ୍ରତି ସାମ୍ବାଦିକଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ l ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶୁକଦେବ ଜେନା, ରାମ ଚନ୍ଦ୍ର ସ୍ୱାଇଁ ଓ ଭାଗିରଥି ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ସମ୍ପ୍ରତି ପରିସ୍ଥିତିରେ ସମ୍ବାଦ ଓ ସାମ୍ବାଦିକତା କ୍ଷେତ୍ରରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ବିଭିନ୍ନ କ୍ଷେତ୍ରରେ ସାମ୍ବାଦିକ ମାନଙ୍କୁ ଅଣଦେଖା କରିବା ଓ ଯଥାଚିତ ସମ୍ମାନ ମିଳୁନଥିବା କୁ ନେଇ କ୍ଷୋଭ ପ୍ରକାଶ କରିଥିଲେ l ଶେଷରେ ଆଲୋକ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ରେ ପାରାଦୀପ ଅଞ୍ଚଳ ର ବହୁ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *