July 27, 2026
Home » ଓମ୍ଫେଡ୍ ପକ୍ଷରୁ 55 ଗୋଟି ଦୁଗ୍ଧ ସମବାୟ ସମିତିକୁ ମାଇକ୍ରୋ ଏଟିଏମ୍ ପ୍ରଦାନ

ଓମ୍ଫେଡ୍ ପକ୍ଷରୁ 55 ଗୋଟି ଦୁଗ୍ଧ ସମବାୟ ସମିତିକୁ ମାଇକ୍ରୋ ଏଟିଏମ୍ ପ୍ରଦାନ

0
WhatsApp Image 2026-07-26 at 10.58.00 AM

• ସହଜ ଓ ସୁଗମ ହେବ ଦୁଗ୍ଧ ଚାଷୀଙ୍କ ଆର୍ଥିକ କାରବାର
ଭୁବନେଶ୍ୱର:ଓମ୍ଫେଡ୍ ଦୁଗ୍ଧ ଚାଷୀଙ୍କୁ ସଶକ୍ତ କରିବା ସହ ସେମାନଙ୍କର ହାତ ପାଆନ୍ତାରେ ବ୍ୟାଙ୍କ ସୁବିଧା ଯୋଗାଇ ଦେବାକୁ ଓମ୍ଫେଡର ଅଭିନବ ପ୍ରୟାସ । ଆର୍ଥିକ କାରବାରକୁ ସ୍ୱଚ୍ଛ, ସହଜ ଓ ସୁଗମ କରିବା ପାଇଁ ଆଜି କଟକ ଜିଲ୍ଲାର 35 ଗୋଟି ଓମ୍ଫେଡ୍ ଦୁଗ୍ଧ ସମବାୟ ସମିତିକୁ ମାଇକ୍ରୋ ଏଟିଏମ୍ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଆଜି କଟକଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କଟକ ଅତିରିକ୍ତ ଜିଲ୍ଲାପାଳ, କଟକ ଡିଆରସିଏସ୍, ଓଡିଶା ଷ୍ଟେଟ୍ କୋଅପରେଟିଭି ବ୍ୟାଙ୍କର ମୁଖ୍ୟ ପରିଚାଳକ, ସିଡିଭିଓ, କଟକ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗର ଅତିରିକ୍ତ ନିର୍ଦେଶକ ଡକ୍ଟର ଗିରିଧାରୀ ଭୋଇ, ଓମ୍ଫେଡ୍ ଡେପୁଟି ମ୍ୟାନେଜର (ପିଆର)ଡାକ୍ତର ବିଶ୍ୱରଂଜନ ତ୍ରିପାଠୀ, ପ୍ରମୁଖ ମଂଚାସୀନ ଥିଲେ । ଓଡିଶା ଷ୍ଟେଟ୍ କୋଅପରଟିଭି ବ୍ୟାଙ୍କ ପକ୍ଷରୁ ଏହି ମାଇକ୍ରୋ ଏଟିଏମ୍ ପ୍ରଦାନ କରାଯାଇଛି ।

ଅନେକ ଦୁଗ୍ଧ ଚାଷୀ ସେମାନଙ୍କର ପ୍ରାପ୍ୟ ବ୍ୟାଙ୍କରୁ ଉଠାଇବା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଥିଲେ । କେଉଁଚାଷୀଙ୍କୁ ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଦୂରକୁ ଯିବାକୁ ପଡୁଥିଲାତ ଆଉ କିଏ ଖରା ବର୍ଷାରେ ଅସୁବିଧାର ସମ୍ମୁଖିନ ହେଉଥିଲା । ମାତ୍ର ସମବାୟ ସମିତିକୁ ଏହି ମାଇକ୍ରୋ ଏଟିଏମ୍ ପ୍ରଦାନ କରିବା ଦ୍ୱାରା ସେମାନେ ନିଜ ନିଜ ସୋସାଇଟରୁ ଟଙ୍କା ଉଠାଇ ନେଇପାରିବେ । ଆଜି ବିଭିନ୍ନ ସମବାୟ ସମିତିରୁ ଆସିଥିବା ସଂପାଦକ ତଥା କର୍ମକର୍ତ୍ତାମାନେ ଏଟିଏମ୍ ପାଇବା ପରେ ନିଜ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଗତ କାଲି ସମ୍ବଲପୁରଠାରେ ମଧ୍ୟ 20ଟି ଦୁଗ୍ଧ ସମବାୟ ସମିତିକୁ ମାଇକ୍ରୋ ଏଟିଏମ୍ ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ସହାୟତାରେ ସମସ୍ତ ସମବାୟ ସମିତିକୁ ଏହି ମାଇକ୍ରୋ ଏଟିଏମ୍ ପ୍ରଦାନ କରିବା ପାଇଁ ଉଦ୍ୟମ କରାଯିବ ବୋଲି କହିଛନ୍ତି ଓମ୍ଫେଡ୍ ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ।

Leave a Reply

Your email address will not be published. Required fields are marked *