କଂଗ୍ରେସ ଯୁବ ନେତା ରାଜେଶ୍ ମିଶ୍ର ଙ୍କ ଗୁଳିବିଦ୍ଧ ଶରୀର ନିଜ ବାସ ଭବନ ରୁ ଉଦ୍ଧାର
ସୁବର୍ଣ୍ଣପୁର :-ସୋନପୁର ସହର ର ଯୁବ କଂଗ୍ରେସ ନେତା ରାଜେଶ୍ ମିଶ୍ର ଙ୍କ ମୃତ୍ୟୁ। ସେ ତାଙ୍କ ଛାତ୍ର ଜୀବନ ରୁ କଂଗ୍ରେସ ଦଳ ରେ ରହି ଆସିଥିଲେ।ସୋନପୁର ଥନାପତି ପଡା ସ୍ଥିତ ଭଗବତୀ ପ୍ଲଟ ରେ ନିଜ ଘରେ ଗୁଳି ବିଦ୍ଧ ଅବସ୍ଥାରେ ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି। ବଲାଙ୍ଗୀର ଓ ସମ୍ବଲପୁର ସାଇନଟିଫିକ୍ ପୋଲିସ ଟିମ ଆସୁଥିବା ଓ ହତ୍ୟା ନା ଆତ୍ମହତ୍ୟା ଏ ଦିଗରେ ସୁବର୍ଣ୍ଣପୁର ପୋଲିସ ଶବ ଜବତ ପରେ ତନାଘନା ଆରମ୍ଭ କରିଥିବା ପୋଲିସ ସୂତ୍ର ରୁ ସୂଚନା ମିଳିଛି। ପୂର୍ବତନ ବିଧାୟକ ବିନୋଦ ପାତ୍ର ଙ୍କ ରାଜନୀତି ସହଯୋଗୀ ଥିଲେ ରାଜେଶ୍ ମିଶ୍ର। ଛାତ୍ର ଜୀବନ ରୁ କଂଗ୍ରେସ ଦଳ ରେ ରାଜନୀତି କ୍ୟାରିୟର ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ୍ କମିଟି କୋଷାଧ୍ୟକ୍ଷ ଭାବେ ଦଳ ନିଯୁକ୍ତି କରିଥିଲା। ସମସ୍ତ ଦଳ ର କର୍ମୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ସେ ଜଣେ ପରପୋକାରି ବ୍ୟକ୍ତି ଭାବେ ବେଶ୍ ପରିଚିତ ଥିଲେ।
ଇପିଏରୁ ବରଗଡ଼ ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ)
