ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ନିରଞ୍ଜନ ପୁଝାରୀ ଙ୍କ କୁଶ ପୁତ୍ତଳିକା ଦାହ l

0 4

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଳିଙ୍ଗ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ଙ୍କୁ ତାଙ୍କର ସ୍କୁଲମାଲିକ ଗୋବିନ୍ଦ ସାହୁ ଅପହରଣ ଓ ଜୀବନ୍ତ ଜାଳିଦେଇ ହତ୍ୟା ଘଟଣା ରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ନିରଞ୍ଜନ ପୁଝାରୀ ଙ୍କ ବହିଷ୍କାର ଦାବି ଜୋର ଧରିଛି l ଏହାର ପ୍ରତିବାଦରେ ଆଜି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଗୌରୀଶ୍ୟାମ ପଣ୍ଡା ଙ୍କ ନେତୃତ୍ୱ ରେ ସୋନପୁର ବିଜୁପଟ୍ଟନାୟକ ଛକ ଠାରେ ମନ୍ତ୍ରୀ ଦ୍ବୟ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା lଏଥିରେ ଜିତେନ୍ଦ୍ର ପଟ୍ଟନାୟକ, ପୂର୍ବତନ ବିଧାୟକ ବିନୋଦ ପାତ୍ର, ବରୁଣ ସୁନା, ସୁଧୀର ପଣ୍ଡା, ମାଧବ କୁମ୍ଭାର, ଶେଷଦେବ ମେହେର, ସୂର୍ଯ୍ୟକାନ୍ତି ବାଘ, ସତ୍ୟଭାମା ମେହେର, ପ୍ରଦୀପ ସେଠୀ ପ୍ରମୁଖ ଯୋଗ ଦେଇଥିଲେ l

ସୁବର୍ଣ୍ଣପୁର ଇପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.