August 21, 2026
Home » ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ କଂଗ୍ରେସ ଯୁବ ନେତା ରାଜେଶ୍ ମିଶ୍ରଙ୍କ ମୃତ୍ୟୁ ରେ ଶୋକସଭା

ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ କଂଗ୍ରେସ ଯୁବ ନେତା ରାଜେଶ୍ ମିଶ୍ରଙ୍କ ମୃତ୍ୟୁ ରେ ଶୋକସଭା

0
WhatsApp Image 2026-01-22 at 1.23.38 PM

 

 

ସୁବର୍ଣ୍ଣପୁର– ସୋନପୁର ସହରର ଭଗବତୀ ପ୍ଲଟ ନିବାସୀ ତଥା ଜିଲ୍ଲା କଂଗ୍ରେସ କମିଟି ର କୋଷାଧ୍ୟକ୍ଷ ରାଜେଶ୍ ମିଶ୍ର ନିଜ ବନ୍ଧୁକ ରୁ ଗୁଳି କରିଥିଲେ l ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା l ଏହି ଘଟଣା ଜଣାପଡିବା ପରେ ସାରା ଜିଲ୍ଲା ରେ ଶୋକ ର ଛାୟା ଖେଳି ଯାଇଥିଲା। ପରେ ପୋଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ଶବ ହସ୍ତାନ୍ତର କରିଥିଲା l ସୋନପୁର ର ରାମେଶ୍ବର ଶ୍ମଶାନ ଘାଟ ରେ ଶୋକାକୁଳ ପରିବେଶ ରେ ଅନ୍ତ୍ୟେଷ୍ଟି କ୍ରିୟା ସମାପନ ହୋଇଯାଇଛି। ଆଜି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ ସ୍ଥାନୀୟ କସ୍ତୁରୀ ହୋଟେଲ ରେ ଶୋକସଭା ପାଳିତ ହୋଇଯାଇଛି। ଅକାଳ ମୃତ୍ୟୁ ର ଶିକାର ହୋଇଥିବା ରାଜେଶ୍ ମିଶ୍ର ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ର କୋଷାଧ୍ୟକ୍ଷ ଭାବେ ନିଯୁକ୍ତି ହୋଇଥିଲେ। ଅଗଣିତ କଂଗ୍ରେସ କର୍ମୀ ରାଜେଶ୍ ମିଶ୍ର ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଶୋକସଭା ପାଳନ କରିଥିଲେ। ସେ ଜଣେ ଦୃଢ଼ କଂଗ୍ରେସ ସଂଗଠକ, ମେଳାପୀ, ପରୋପକାରୀ, ମିଷ୍ଟଭାଷୀ ଥିବା କହି ଆଲୋକପାତ କରିଥିଲେ ଉପସ୍ଥିତ କଂଗ୍ରେସ କର୍ମୀ। ସୁଧୀର କୁମାର ପଣ୍ଡା ଙ୍କ ସଭାପତିତ୍ବ ରେ ମାଧବ କୁମ୍ଭାର, ସୋନପୁର ର ପୂର୍ବତନ ବିଧାୟକ ବିନୋଦ ପାତ୍ର, ରାଜେଶ୍ ମେହେର, ପ୍ରଦୀପ ସେଠୀ, ଶେଷ ମେହେର, ବରୁଣ ସୁନା, ଜିତେନ୍ଦ୍ର ପଟ୍ଟନାୟକ, ରଞ୍ଜିତ ରାୟ, ସଚିତାନନ୍ଦ ସାହୁ, ଭରତ ଜେନା, ଶ୍ରୀମତୀ ଭବାନୀ ଦୀପ, ସପ୍ନେଶ୍ୱର୍ ପୃଷ୍ଟି, ବଡମାଲି, ନିମାଇଁ ପାଣିଗ୍ରାହୀ, କର୍ଣ୍ଣରାଜ୍ ପ୍ରଧାନ, ସରୋଜ ପ୍ରଧାନ ଙ୍କ ସହ ସମସ୍ତ କଂଗ୍ରେସ କର୍ମୀ ଏହି ଶୋକସଭା ରେ ଉପସ୍ଥିତ ଥିଲେ। କଂଗେସ କର୍ମୀ ରାଜେଶ୍ ମିଶ୍ର ଙ୍କ ମୃତ୍ୟୁ ଜିଲ୍ଲା କଂଗେସ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଥିବା କହିଛନ୍ତି ଉପସ୍ଥିତ ଥିବା କର୍ମୀ। ଶୋକସଭା ରେ କଂଗ୍ରେସ କର୍ମୀ ନିଜ ପ୍ରିୟ ନେତା ଙ୍କୁ ହରାଇ ବକ୍ତବ୍ୟ ଦେବା ବେଳେ ଭାବ ବିହ୍ବଳ ହୋଇ କ୍ରନ୍ଦନ କରୁଥିବା ଦେଖିବାକୁ ମିଳିଥିଲା l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।