July 30, 2025
Home » କଇ଼ଁଝର ଠାରୁ ଗୁଟିଙ୍ଗିଆ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା କାର୍ଯ୍ୟ ଶେଷ ହେବା କେବେ -??

କଇ଼ଁଝର ଠାରୁ ଗୁଟିଙ୍ଗିଆ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା କାର୍ଯ୍ୟ ଶେଷ ହେବା କେବେ -??

0
WhatsApp Image 2025-05-26 at 7.44.11 PM

କନ୍ଧମାଳ ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ ଫୁଲବାଣୀ , କନ୍ଧମାଳ, ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଟେଣ୍ଡର ପ୍ରକ୍ରିୟା ପ୍ରକାରେ ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ଟିକାବାଲି ଅଧିନସ୍ଥ କଇ଼ଁଝର ଠାରୁ ଗୁଟିଙ୍ଗିଆ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଟେଣ୍ଡର ପାଇଥିବା ଠିକାଦାର ଙ୍କ ମୃତ୍ୟୂ ପରେ ପୁନଃ ରିଟେଣ୍ଡର ପ୍ରକ୍ରିୟା ପ୍ରକାରେ କାର୍ଯ୍ୟ ଆରମ୍ଭ ପାଇଁ ସରକାରୀ ସୂଚନା ଫଳକ ଲଗାଯାଇଛି। ସୂଚନା ଫଳକ ରେ ଲେଖାଅଛି କି ୧୪ କି଼,ମି ରାସ୍ତା ପାଇଁ ଅଟକଳ ମୂଲ୍ୟ ୮୯୪,୨୬ ଲକ୍ଷ ଥିବା ବେଳେ କାର୍ଯ୍ୟ ଆରମ୍ଭ ତା ୩୦.07.2021.ରିଖ ଓ କାର୍ଯ୍ୟ ଶେଷ ତା 29.07.2022.ରିଖ। କଇ଼ଁଝର ଠାରୁ ଗୁଟିଙ୍ଗିଆ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅଧାପନ୍ତରିଆ ଅବସ୍ଥା ସାଙ୍ଗକୁ ରାସ୍ତା ମାରଣାଜନ୍ତା ପାଲଟିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଟି କନ୍ଧମାଳ ସାଂସଦ କ୍ଷେତ୍ର ଘୁଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟିକାବାଲି ବ୍ଲକ ବିଡ଼ିଓ ଶ୍ରୀ ନାରାୟଣ ଦୀକ୍ଷିତ ଓ ବ୍ଲକ ଅଧ୍ୟକ୍ଷ ଶ୍ରୀ ଦୀଲିପ କହଁର ଙ୍କ ଅଞ୍ଚଳ ର ସମସ୍ୟା, ଘୁଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ଦଳର ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଙ୍କ ନିଜ ବ୍ଲକ ପାଡାଙ୍ଗି ପଞ୍ଚାୟତ ରେ ନିଜ ଘର ଅଟେ। ପୂର୍ବତନ ଟିକାବାଲି ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନ ର କଂଗ୍ରେସ ବିଧାୟକ ଶ୍ରୀ ଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ। ଭାରତ ର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ବିଜେପି ଶାସନ କାଳରେ ଏହି ରାସ୍ତା କାମ ହେବାପାଇଁ ସ୍ଥିରୀକୃତ ହେଇଥିଲା। ଓଡ଼ିଶା ରେ ଦୀର୍ଘ ବର୍ଷ ବିଜେଡି ଶାସନଧିନ ପ୍ରିୟ ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଅମଳରେ ରାସ୍ତାକାମ ପାଇଁ ଟେଣ୍ଡର ପ୍ରକ୍ରିୟା ହୋଇ କାର୍ଯ୍ୟ ଆରମ୍ଭ ହୋଇ ଅଧାପନ୍ତରିଆ ଅବସ୍ଥା ରେ ପଡିରହିଛି ,ବର୍ଷ ପରେ ବର୍ଷ ବିତିଗଲାଣି ହେଲେ ମଧ୍ୟ କାମ ସରୁ ନାହଁ।ଗ୍ରାମ୍ୟ ନିର୍ମାଣ ବିଭାଜନ ଫୁଲବାଣୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଙ୍କ ଲାଭଖୋର ଓ ଅବହେଳା ମନୋବୃତ୍ତି ଯୋଗୁଁ ଉକ୍ତ ରାସ୍ତାର ପୁନଃ ନିର୍ମାଣ ପାଇଁ ଆନ୍ତରିକତା ନଥିବା ବେଳେ ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିର୍ଭର କରିଥାନ୍ତି। ଗର୍ଭବତୀ ମହିଳାଙ୍କ ପାଇଁ ରାସ୍ତାର ଅବସ୍ଥା ସଙ୍କଟାପନ୍ନ ହୋଇଯାଇଛି। ଟିକାବାଲି ରେ ବ୍ଲକ,ଥାନା, ତହସିଲ ସମସ୍ତ କାର୍ଯ୍ୟାଳୟ ରହିଛି। ଟିକାବାଲି ଠାରୁ କଟିମାହା, କଇ଼ଁଝର, ଗୁଟିଙ୍ଗିଆ,ପାଡାଙ୍ଗି ପର୍ଯ୍ୟନ୍ତ ସରକାରୀ ଗୋଟିଏ ଲକ୍ଷ୍ମୀ ବସ ଚାଲୁଅଛି।ଏହି ବସର ନାମ ପରିବର୍ତ୍ତନ ହୋଇଛି ଏବେ ମୋ ବସ,ଉପରେ ନିର୍ଭରଶୀଳ ଅଟନ୍ତି।ଏହି ରାସ୍ତା ମରଣଯନ୍ତା ପାଲଟିଥିବା ଅଭିଯୋଗ ବିଧାୟକ ଶ୍ରୀ ଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ କରିଥିବା କର୍ମୀମାନେ କହୁଛନ୍ତି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବୋଠକରେ ଟିକାବାଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ଦୀଲିପ କହଁର ଏହି ରାସ୍ତା ର ସମସ୍ତ ସମସ୍ୟା କେବେ ମଧ୍ୟ ଉପସ୍ଥାପନ କଲେନାହିଁ।କିମ୍ବା ଚେୟାରମେନ ଙ୍କ ଅଞ୍ଚଳ ପ୍ରତି ଆନ୍ତରିକତା ନଥିବା ସାଧାରଣ ରେ ଚର୍ଚ୍ଚା ହେଉଛି। ସାଧାରଣ ଜନତା ଆଶା ବାନ୍ଧିଛନ୍ତି ଯେ ନୂତନ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଅତ୍ମିତ ଋତୁରାଜ୍ ଙ୍କ ପାଖରେ ଅଭିଯୋଗ କଲେ କୁଆଡେ ଜିଲ୍ଲାପାଳ ତୁରନ୍ତ ସମାଧାନ ପାଇଁ ଅଞ୍ଚଳ ପରିଦର୍ଶନ କରି ଉପଯୁକ୍ତ ବିଚାର ସମ୍ପନ୍ନ କରିବା ସହିତ ପଦକ୍ଷେପ ନେଉଛନ୍ତି। କଇ଼ଁଝର ଠାରୁ ଗୁଟିଙ୍ଗିଆ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ପ୍ରତି ଜିଲ୍ଲାପାଳ ଙ୍କ ରିପୋର୍ଟ ତଲବ କରିବା ସହିତ କେମିତି ସରକାର ଙ୍କ ପାଖରେ ୟୁ ସି ଦିଆଯାଉଥିଲା ତାହାର ତନଖି କରିବେ ଜିଲ୍ଲାପାଳ ଓ ଗମନାଗମନ ର ସମାଧାନ ହେବ। ନିର୍ଭର ଯୋଗ୍ୟ ଏହି ରାସ୍ତା ମରଣଯନ୍ତା ପାଲଟିଥିବା ଅଭିଯୋଗ ଗ୍ରାମ୍ୟ ନିର୍ମାଣ ବିଭାଜନ ଫୁଲବାଣୀ ନିର୍ବାହୀ ଯନ୍ତ୍ରୀ ଓ ମୂଖ୍ୟ ଯନ୍ତ୍ରୀ ବ୍ରହ୍ମପୁର ଙ୍କୁ ଅଭିଯୋଗ ପାଣିରେ ଗାର ହୋଇଛି। ଏଥିସହିତ ଡଗପଦର ଠାରୁ ଖଣ୍ଡିକୁଟି ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ରେ ସଂପୂର୍ଣ୍ଣ ପିଚୁ ଉଠିଯାଇଛି। ଠିକାଦାର ଲାଭଖୋର ହେଲେ ସାଧାରଣ ରେ ଯାତାୟତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଠିକାଦାର କହନ୍ତି କୁଆଡେ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ ପାଣିଗ୍ରାହୀ ପାଖ ଲୋକ ବୋଲି ସ୍ଥାନୀୟ ବିଜେପି କର୍ମୀଙ୍କ ଫୋନରେ ବାଣି ଶୁଣାଇଛନ୍ତି।ପରଦା ଆଢୁଆଳରେ ସରକାରୀ ବାବୁ ଓ ଠିକାଦାର ଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥା ରେ ପଡିରହିଛି। ନୂତନ ବିଜେପି ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ପାଖରେ ଅଭିଯୋଗ କଲେ କୁଆଡେ ଜିଲ୍ଲାପାଳ ଙ୍କୁ ତୁରନ୍ତ ନିର୍ଦେଶନାରେ କାର୍ଯ୍ୟକ୍ରମ ହୋଇଥାଏ।ଏହି ରାସ୍ତା ର ସମସ୍ୟା ସମାଧାନ ହେଲେ ବିଜେପି ମୂଖ୍ୟମନ୍ତ୍ରୀ ଙ୍କ ପାଇଁ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପି ଅଧିକା ଲାଭ ନେଇପାରିବ ବୋଲି ଆଶା ବାନ୍ଧିଛି । କଇ଼ଁଝର ପଞ୍ଚାୟତ ରେ ସରକାରି କର୍ମୀଙ୍କ ଠାରୁ ବେସରକାରୀ ପ୍ରାୟ ବିଜେପି ମୂହା।ଏବେ ଠାରୁ ନଦୀବନ୍ଧ ବାନ୍ଧିବା ପାଇଁ କଇ଼ଁଝର ଠାରୁ ଗୁଟିଙ୍ଗିଆ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଓ ଡଗପଦର ଠାରୁ ଖଣ୍ଡିକୁଟି ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ରାସ୍ତାର ଉନ୍ନତିକରଣ ଓ ରାସ୍ତା କାର୍ଯ୍ୟ ଶେଷ ହେବା କେବେ ସାଧାରଣରେ ଦେଖିବାକୁ ବାକି ରହିଲା।-

କନ୍ଧମାଳଜିଲ୍ଲା ଇ ପି ଏ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ଫୋଟ , ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *