December 21, 2024
Home » କଣ୍ଟାମାଳ ପୋଲିସକୁ ମିଳିଛି ବଡ଼ ସଫଳତା ,୪ଡକାୟତ ସହ ତିନି ବାଇକ ଓ ବହୁ ପୋଷାକ ଜବତ l

କଣ୍ଟାମାଳ ପୋଲିସକୁ ମିଳିଛି ବଡ଼ ସଫଳତା ,୪ଡକାୟତ ସହ ତିନି ବାଇକ ଓ ବହୁ ପୋଷାକ ଜବତ l

0

ବୌଦ୍ଧ –ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳରେ ପୋଲିସକୁ ଚକମା ଦେଇ ବିଭିନ୍ନ ଚୋରି, ଡକାୟତି ଓ ଲୁଟ ଘଟଣା ଘଟାଇଚାଲିଥିବା ଡକାୟତି ଗ୍ୟାଙ୍ଗର ଚାରି ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାରେ କଣ୍ଟାମାଳ ପୋଲିସକୁ ମିଳିଛି ବଡ଼ ସଫଳତା l କଣ୍ଟାମାଳ ପୋଲିସ ଏହି ଚାରି ଡକାୟତଙ୍କୁ ଗିରଫ କରିବା ସହ ତିନୋଟି ଚୋରା ବାଇକ ଓ କିଛି ପୋଷାକ ଜବତ କରିଥିବା ନେଇ ଗତକାଲି ବୌଦ୍ଧ ଏସଡ଼ିପିଓ କୁଲଦୀପ ମିନା କଣ୍ଟାମାଳ ଥାନା ପରିସରରେ ଏକ ସାମ୍ବାଦିକ ସମ୍ବିଳନୀ ଜରିଆରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ପୋଲିସ ପକ୍ଷରୁ ଗଣମାଧ୍ୟମକୁ ମିଳିଥିବା ସୂଚନାନୁସାରେ କଣ୍ଟାମାଳ ଥାନା କେଶ ନଂ 158/28.8.2024 ଓ 167/04.09.2024 ପ୍ରକାରେ ବାଲନ୍ଦାପଡା ର ମାତାକୁପା ଘାଟି ଡକାୟତି ଓ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ତିଲେଇମାଲରେ ହୋଇଥିବା ଡକାୟତି ଉଭୟ ଘଟଣା ସହ ସମ୍ପୃକ ଚାରି ଜଣ ଅଭିଯୁକ୍ତ ଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି କଣ୍ଟାମାଳ ପୋଲିସ l

ତିଲେଇମାଲ ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତ କଣ୍ଟାମାଳ ଥାନା ତିଲେଇମାଲ ଗ୍ରାମର ରାଜୀବ ଓରଫ ଜୟକୃଷ୍ଣ ନାୟକ (୨୬) ଓ ଅଭିଳାଷ ପାଣ୍ଡେ (୨୨) ଏବଂ ମନମୁଣ୍ଡା ଥାନା ବଘାର ଗ୍ରାମର ରାଜେନ୍ଦ୍ର ରାଜହଂସ (୨୮) ବୋଲି ପୋଲିସ ତଦନ୍ତରୁ ଜଣାଯାଇଛି l ତଦନ୍ତ ସମୟରେ ଅଭିଯୁକ୍ତ ଙ୍କ ଦ୍ୱାରା ଲୁଟ ହୋଇଥିବା ହିରୋ ଏଚ ଏଫ ଡିଲକ୍ସ ବାଇକ ନମ୍ବର OD -31 D -8629 ଓ ନମ୍ବର ବିହୀନ କଳା ରଙ୍ଗର ହିରୋ ଏଚ ଏଫ ଡିଲକ୍ସ ବାଇକ ସହ କିଛି ଟ୍ରାକ ପ୍ୟାଣ୍ଟ, ସାର୍ଟ କପଡା, ହାଫ ଓ ଫୁଲ ବାନିଆନ ଜବତ କରିଛି ପୋଲିସ। ସେହିପରି ମାତାକୁପା ଘାଟି ଡକାୟତି ଘଟଣାର ଅଭିଯୁକ୍ତ କଣ୍ଟାମାଳ ଥାନା ବଡ଼ଚ୍ଛପାପାଲି ଗ୍ରାମର ବାବୁ ଓରଫ ପ୍ରଭାତ କୁମାର ସାହୁ (୧୯) ବୋଲି ପୋଲିସ ତଦନ୍ତରୁ ଜଣାପଡିଛି l ଏଥିସହ ଲୂଟ ହୋଇଥିବା ସବୁଜ ରଙ୍ଗର ଏକ ଏଚ ଏଫ ଡିଲକ୍ସ ବାଇକ ନମ୍ବର OD- -31D-6900 କୁ ପୋଲିସ ଜବତ କରିଥିବା ଏସଡିପିଓ ଶ୍ରୀ ମିନା ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଇଛନ୍ତି l

ଘଟଣାର ଅଧିକ ତଦନ୍ତ ଜାରିରହିଥିବା ବେଳେ ଖୁବଶୀଘ୍ର ଅନ୍ୟ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଏସଡ଼ିପିଓ ଶ୍ରୀ ମିନା ଏବଂ କଣ୍ଟାମାଳ ଆଇଆଇସି ଭାବାନନ୍ଦ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି l

ରିପୋର୍ଟ – ଉଗ୍ରସେନ କର୍ମୀ, ବୌଦ୍ଧ

Leave a Reply

Your email address will not be published. Required fields are marked *