October 13, 2026
Home » କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା

କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା

0
WhatsApp Image 2026-10-13 at 1.32.46 PM

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚେସ ସଂଘ ପକ୍ଷରୁ ଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା ସ୍ଥାନୀୟ ପବ୍ଲିକ ସ୍କୁଲ ପରିସର ରେ ଆୟୋ ତଜିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ବିଦ୍ୟାଳୟ ମାନଙ୍କର ପ୍ରାୟ ଦୁଇଶହ ଜଣ ଚେସ ଖେଳାଳି ଛାତ୍ର ଛାତ୍ରୀ ଯୋଗ ଦେଇ ଚେସ୍ ଖେଳ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହି ଚେସ ପ୍ରତିଯୋଗୀତା ୧୬ବର୍ଷ ରୁ କମ ଓ ୧୪ବର୍ଷ ରୁ କମ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ପ୍ରତିଯୋଗିତାରେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ , ଚତୁର୍ଥ ଓ ପଞ୍ଚମ ସ୍ଥାନ ଅର୍ଜନ କରି ଥିବା ଖେଳାଳି ମାନଙ୍କୁ ଟ୍ରଫିମାନପତ୍ର ଓ ଅର୍ଥ ରାଶି ପ୍ରଦାନ କରାଯାଇଥିଲl l ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ଙ୍କୁ ୧୫୦୦ଟଂକା ଦ୍ବିତୀୟ ସ୍ଥାନ ଲାଗି ୧୩୦୦ଟଂକା ତୃତୀୟ ୧୧୦୦ଟଂକା,ଚତୁର୍ଥ ୬୦୦ଟଂକା ଓ ୫ମ ସ୍ଥାନ ଅର୍ଜନ କରି ଥିବା ପ୍ରତିଯୋଗୀ ଙ୍କୁ ୫୦୦ଟଂକା ପ୍ରଦାନ କରଯାଇଥିଲାl

ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ଚେସ ଏସୋ ସିଏ ସନ ସଭାପତି ଡ ଅରୂପ ଜେନା ଙ୍କ ସଭା ପତିତ୍ଵ ରେ ଅନୁଷ୍ଠିତ ପୁରସ୍କାର ବିତରଣି ସଭାରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ ଯୋଗ ଦେଇଥିବା ବେଳେ ଡେପୁଟି କଲେକ୍ଟର ଚିରଞ୍ଜିବୀ ସାହୁ, ଉପ ସଭାପତି ଏଓସି ଏ ଶଙ୍କର ମିଶ୍ର, ରୋଟାରୀ କ୍ଲବ ଉପ ସଭାପତି ତଥା ସମାଜ ସେବୀ ରାଜେଶ ପାତ୍ର, ବରିଷ୍ଠ ସାମ୍ବାଦିକ ତଥା ଅଧ୍ୟକ୍ଷ ଚେସ ଅର୍ଗାନା ଇଜିଂ କମିଟି ସଭାପତି ସୁନୀଲ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୃତ୍ତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରି ଥିଲେ। ଏହିପରି ଚେସ ଖେଳ ଯଦି ଆଗାମୀ ଦିନରେ ବଜାୟ ରୁହେ ତେବେଜିଲ୍ଲାରେ ଲୁକାୟିତ ହୋଇ ରହିଥିବା ପ୍ରତିଭା ଲୋକ ଲୋଚନକୁ ଆସି ପାରିବ ବୋଲିଅତିଥି ମାନେ ମତ ବ୍ୟକ୍ତ କରିଥିଲେ l ଅର୍ବିଟ ର ଭାବେ ମୋନଜ ପରିଡ଼ା ଯୋଗ ଦେଈ ଚେସ ପ୍ରତିଯୋଗୀତା ପରିଚାଳନା କରିଥିଲେ l ଉପଦେଷ୍ଟା କେ ଜ୍ଞାନ କୁମାର ଦୋ ରା, ଉପ ସଭାପତି ରାଧା ମୋହନ ମହାପାତ୍ର,ପି ଇ ଟି ରାକେଶ ଦିଗାଲ, ଉପ ସଭାପତି ପ୍ରଶାନ୍ତ ବେହେରା, ଉପ ସଭାପତି ଅଜିତ ମହାରଣା, ସୁଜିତ୍ ବେହେରା ପ୍ରଶନ୍ନ ସ୍ୱାଇଁ, ଜୟ ସେନ ପରିଡ଼ା, ମୀ ଡି ଆ ସଂଯୋଜକ ଶିବ ବିଶ୍ବାଳ, ଯୁବ ସମାଜ ସେବୀ ସ୍ବାଗତ ତ୍ରିପାଠୀ, ସମାଜ ସେବୀ ଅଶୋକ ପ୍ରଧାନ, ଅଶୋକ ପରିଡ଼ା, ସଦସ୍ୟl ବିରଜିନି ମହାପାତ୍ର, ସଙ୍ଗଠନ ସମ୍ପାଦକ ରବିନ ସାମନ୍ତ ରାୟ, ଓ ଅନ୍ୟ ମାନେ ସହଯୋଗ ରେ କାର୍ଯ୍ୟ କ୍ରମ ସଫଳ ହୋଇଥିଲା ଅ ଶୋକ ମହାନ୍ତି ସୁଚାରୁରୂପେ ମଞ୍ଚ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *