August 18, 2026
Home » -କନ୍ଧମାଳ ଜିଲ୍ଲା “ସ୍ବାଧିନତା ଦିବସ -୨୦୨୬”ବହୁ ଆଡ଼ମ୍ବରେ ପାଳିତ

-କନ୍ଧମାଳ ଜିଲ୍ଲା “ସ୍ବାଧିନତା ଦିବସ -୨୦୨୬”ବହୁ ଆଡ଼ମ୍ବରେ ପାଳିତ

0
WhatsApp Image 2026-08-16 at 8.51.50 PM (1)

-କନ୍ଧମାଳ ଜିଲ୍ଲା “ସ୍ବାଧିନତା ଦିବସ -୨୦୨୬”ବହୁ ଆଡ଼ମ୍ବରେ ପାଳିତ, ସରକାରୀ ଓ ବେସରକାରୀ ସ୍ତରରେ ତ୍ରିରଙ୍ଗା ପତାକା ଗାଁ ଗାଁ ରେ। ଫୁଲବାଣୀ ଇ ପି ଏ – କନ୍ଧମାଳ ଜିଲ୍ଲା ରେ “ସ୍ବାଧିନତା ଦିବସ ୨୦୨୬”୮୦ତମ ସ୍ବାଧିନତା ଦିବସ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଦିନ ଧରି ସାଇକେଲ ଓ ବାଇକ ରାଲି ଶୋଭାଯାତ୍ରା,ଦୀତିୟ ଦିବସ ରେ ପଦଯାତ୍ରା, ସ୍ବାଧିନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ପ୍ରକାରେ,୮୦ତମ ସ୍ବାଧିନତା ଦିବସ ପାଳନ ବହୁ ଆଡ଼ମ୍ବରେ ପାଳନ ହୋଇଯାଇଛି। ସରସ ସୂନ୍ଦର କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ଜିଲ୍ଲାପାଳ କାର୍ଯ୍ୟାଳୟ, ଗୋପବନ୍ଧୁ ଛକ ଠାରେ ପ୍ରଥମଥର ପାଇଁ ଜିଲ୍ଲା ରେ ଲୋକଙ୍କ ସରକାର,ଡବଲ ଇଞ୍ଜିନ ସରକାର, ବିଜେପି ପ୍ରିୟ ମୂଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଙ୍କ ଦୁଇ ବର୍ଷ ଶାସନ କାଳରେ ପ୍ରଥମ ଥର ପାଇଁ ରାତିଦିନ ଉଡୁଛି ବିଶାଳ ତ୍ରିରଙ୍ଗା ପତାକା ତଳେ କୋରୋନେସନ ପଡ଼ିଆରୁ ” ହର ଘର ତ୍ରିରଙ୍ଗା ୨୦୨୬” ଶୁଭାରମ୍ଭ କରି

 

, ସାଇକେଲ ଓ ବାଇକ ରାଲି ଶୋଭାଯାତ୍ରା ରେ ତ୍ରିରଙ୍ଗା ପତାକା ଧରି ସାଇକେଲ ଶୋଭାଯାତ୍ରା ରେ ଆଗରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୁଷଣ, ଆରକ୍ଷୀ ଅଧିକ୍ଷକ ରାମେନ୍ଦ୍ର ପ୍ରସାଦ, ପ୍ରଶିକ୍ଷଣ ଆଇ. ଏ. ଏସ ଶ୍ରୀ ଯଶକରଣ ସିଂ, ଜିଲ୍ଲା କ୍ରୀଡା ଅଧିକାରୀ ସମୀର ନାୟକ ଙ୍କ ସମେତ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମ କୁ ଗୋପବନ୍ଧୁ ଛକ, ବିଜୁ ପଟ୍ଟନାୟକ ଛକ, ମାଦିକୁନ୍ଦା ଛକ, ଗାନ୍ଧି ଛକ, ବସଷ୍ଟାଣ୍ଡ, ଫୁଲବାଣୀ ସାହି ଛକ, ଜଗନ୍ନାଥ ମନ୍ଦିର ଛକ, କୋର୍ଟ ଛକ, ଗୋପବନ୍ଧୁ ଛକ ହୋଇ ପୁନର୍ବାର କୋରୋନେସନ ପଡିଆ ପହଞ୍ଚିଥିଲା। ପରଦିନ ସକାଳୁ ତ୍ରିରଙ୍ଗା ପତାକା ହାତରେ ଧରି “ହର ଘର ତ୍ରିରଙ୍ଗା -୨୦୨୬” ପଦଯାତ୍ରା ଅଭିଯାନରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୁଷଣ, ଆରକ୍ଷୀ ଅଧିକ୍ଷକ ରାମେନ୍ଦ୍ର ପ୍ରସାଦ, ପ୍ରଶିକ୍ଷଣ ଆଇ.ଏ.ଏସ ଶ୍ରୀ ଯଶକରଣ ସିଂ, ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ସମୀର ନାୟକ,ଉପ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାୟକ,ପି ଡି ଡି ଆର ଡି ଏ,ଙ୍କ ସମେତ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ, ପୋଲିସ ଅଧିକାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ଛାତ୍ର ଛାତ୍ରୀ ମାନଙ୍କ ଙ୍କ ଗହଣରେ ୧୦୦ ମିଟର ଲମ୍ବର ବିଶାଳ ତ୍ରିରଙ୍ଗା ପତାକାକୁ ପ୍ରଦର୍ଶନ କରାଯାଇ ” ହର ଘର ତ୍ରିରଙ୍ଗା” ସ୍ବାଧିନତା ଦିବସ-୨୦୨୬, କନ୍ଧମାଳ ଜିଲ୍ଲା ରେ “ସ୍ବାଧିନତା ଦିବସ -୨୦୨୬”୮୦ ତମ ବହୁ ଆଡ଼ମ୍ବରେ ପାଳିତ, ସରକାରୀ, ବେସରକାରୀ ସ୍ତରରେ ତ୍ରିରଙ୍ଗା ପତାକା ଗାଁ ଗାଁ ରେ।ଇ ପି ଏ ରୁ କନ୍ଧମାଳ ଜିଲ୍ଲାପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *