August 12, 2026
Home » କଳାହାଣ୍ଡି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର

କଳାହାଣ୍ଡି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର

0
WhatsApp Image 2026-08-12 at 1.36.28 PM

ପୁଣି ଅଟକିଲା ଆମ୍ବୁଲାନ୍ସ, ୮କିମି ବୁହା ହେଲା ଦାଦନ ର ଶବ….

ଦେଶ ଆଉ ଦୁଇ ଦିନ ପରେ ୮୦ ତମ ସ୍ୱାଧୀନତା ଦିବସ ପାଳନ କରିବ, ସଜେଇ ହେଉଛି ଗାଁ ଓ ସହର,ଚାଲିଛି ତ୍ରୀରଙ୍ଗା ଯାତ୍ରା ଆଉ ଏସବୁ ଭିତରେ କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଇଲାକାରେ ରାସ୍ତା ନାହିଁ ତେଣୁ ଗାଁରେ ପହଞ୍ଚିଲାନି ଆମ୍ବୁଲାନ୍ସ,କାଦୁଅ ପଚପଚ ରାସ୍ତାରେ ଅଟକିଗଲା ମୃତଦେହ ନେଇ ଆସିଥିବା ଆମ୍ବୁଲାନ୍ସ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଖମାରପଦର ଭାଟିଫାସ ଗାଁର ଦାଦନ ଶ୍ରମିକ ଶିବ ମାଝୀଙ୍କ ହାଇଦ୍ରାବାଦରେ ମୃତ୍ୟୁ ପରେ ଶବ ନେଇ ଆସିଥିଲା ହେଲେ ଆମ୍ବୁଲାନ୍ସ ଡୁମୁଣୀନାଳ ନିକଟରେ ଆମ୍ବୁଲାନ୍ସ ଅଟକିଯିବାରୁ ରାତିସାରା ସେଠାରେ ପଡି ରହିଥିଲା

ମୃତଦେହ। ସକାଳୁ ପରିବାର ଓ ଗ୍ରାମବାସୀ ଖଟିଆରେ ପ୍ରାୟ ୮ କିଲୋମିଟର ବୋହି ମୃତଦେହକୁ ଗାଁକୁ ନେଇଥିଲେ l ଏହି ଘଟଣା ସାମ୍ନା କୁ ଆସିବା ପରେ ଜିଲ୍ଲାରେ ଜରୁରୀକାଳୀନ ସେବା କୁ ନେଇ ପ୍ରଶ୍ନ ଉଠିଛି। କେବେ ଜନନୀ ଯନ୍ତ୍ରଣା ହେଉ ଅବା ମୁମୂର୍ଷୁ ରୋଗୀକୁ ଡାକ୍ତରଖାନା ନେବା ବେଳେ ଖରାପ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଗାଁ ରେ ପହଞ୍ଚି ପାରୁ ନାହିଁ। ଏ ହେଉଛି କଳାହାଣ୍ଡି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *