May 12, 2025
Home » କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାରଘରଣୀ ଙ୍କ ବାର୍ଷିକ ଦଶହରା ପର୍ବ ସମ୍ପର୍ଣ୍ଣ…

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାରଘରଣୀ ଙ୍କ ବାର୍ଷିକ ଦଶହରା ପର୍ବ ସମ୍ପର୍ଣ୍ଣ…

0
WhatsApp Image 2024-10-13 at 1.06.49 PM

 

ମାନସିକ ବଳି ରେ ରକ୍ତ ରଞ୍ଜିତ ହେଲା ମାଁ ଙ୍କ ଶକ୍ତି ପୀଠ…

କଳାହାଣ୍ଡି ଜିଲ୍ଲା ଧର୍ମଗଡ ର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାର ଘରଣୀ ଦେବୀଙ୍କ ବାର୍ଷିକ ଦଶହରା ଓ ଛତର ଯାତ୍ରା ମହାସମାରୋହରେ ଆଜି ଶେଷ ହୋଇଛି। ଚଳିତ ବର୍ଷ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଓ ପଡୋଶୀ ଜିଲ୍ଲା ରୁ ମାଁ ଙ୍କ ଛତର ଦର୍ଶନ କରିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା। ଆଜି ସକାଳୁ ମାଁ ଙ୍କ ବଂଶାନୁକ୍ରମେ ପୂଜା ସେବା କରିଆସୁଥିବା ଆାଦିବାସୀ ପୂଜାରୀ ନିକଟସ୍ଥ ତେନ୍ତୁଳିଆ ପଡା ରୁ ପାରମ୍ପାରିକ ବାଜା ସହ ଏକ ଶୋଭଯାତ୍ରାରେ ମନ୍ଦିରକୁ ଆସି ମାଁ ଙ୍କୁ ଆବାହନ କରିଥିଲେ ଏବଂ ଧର୍ମଗଡ ପୁରୁଣା ଗୋରୁବଜାର ପଡା ର ଜୟ ସିଂ ନାଏକ ଙ୍କ ଘରୁ ପୂଜା ବିଧି ପରେ ଛତର ମନ୍ଦିର ଅଭିମୁଖେ ଯାତ୍ରା କରିଥିଲା। ହଜାର ହଜାର ଶ୍ରଦ୍ଧାଳୁ ରାସ୍ତାର ଦୁଇ କଡ଼ରେ ଠିଆ ହୋଇ ଯୋଡ ହସ୍ତରେ ମାଁ ଙ୍କ ଦର୍ଶନ କରିଥିଲେ।ମାଁ ଙ୍କ ସଦୃଶ୍ୟ ଛତର ମନ୍ଦିର ଭିତରେ ପ୍ରବେଶ କରବା ପରେ ମନ୍ଦିର ପୁଝାରୀ ବନ୍ଦାପନା କରିଥିଲେ।

 

ଏହି ସମୟରେ ଦେବୀଙ୍କ କାଳିସୀ ଲାଗିଥିବା ଭକ୍ତ ମାନେ ମୁନିଆ କଣ୍ଟା ଗାଲକୁ ଫୋଡ଼ି ମାଁ ଙ୍କର ଶକ୍ତି ପ୍ରଦର୍ଶନ କରିବା ଦୃଶ୍ୟ ବେଶ୍ ରୋମାଞ୍ଚକର ଥିଲା। ମୁନିଆ କଣ୍ଟା ରେ କାଳୀସୀ ମାନେ ଗାଲକୁ ଫୋଡୁ ଥିଲେ ହେଁ, ସେମାନଙ୍କ ଅଙ୍ଗରୁ ବିନ୍ଦୁ ଟିଏ ମଧ୍ଯ ରକ୍ତ ନ ବାହାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ। ଏହା କେବଳ ଦୈବୀଶକ୍ତି ଯୋଗୁଁ ସମ୍ଭବ ହୋଇଥାଏ ବୋଲି ସମସ୍ତେ ବିଶ୍ୱାସ କରନ୍ତି। କେଉଁ ଆବାହମାନ କାଳରୁ ମାଁ ଭଣ୍ଡାର ଘରଣୀ ଦେବୀଙ୍କ ଏଭଳି ଧାର୍ମିକ ପରମ୍ପରା କୁ ଲୋକେ ଦର୍ଶନ କରି ଆସୁଛନ୍ତି। ମାଁ ଙ୍କ ଛତର ପୂଜାର୍ଚ୍ଚନା ପରେ ମନ୍ଦିର ଭିତରେ ପାରମ୍ପରିକ ପୂଜା ଶେଷ ହେବାପରେ ସଦୃଶ୍ୟ ଛତର କୁ ମନ୍ଦିର ଭିତରେ ସ୍ଥାପନ କରାଯାଇଥାଏ। ଏହା ପରେ ଶ୍ରଦ୍ଧାଳୁ ମାନେ ଶୁକ୍ଲ ଭୋଗ ଅର୍ପଣ କରିଥାନ୍ତି ଓ ପରବର୍ତ୍ତି ସମୟରେ ମାନସିକ କରିଥିବା ଭକ୍ତ ମାନେ ପାରା, କୁକୁଡ଼ା, ବୋଦା ବଳି ଅର୍ପଣ କରିଥାନ୍ତି।ମାନସିକ ବଳି ରେ ରକ୍ତ ରଞ୍ଜିତ ହୁଏ ମାଁ ଙ୍କ ଶକ୍ତି ପୀଠ। ମନ୍ଦିର ଗର୍ଭଗୃହରେ ଅବସ୍ଥିତ ଗର୍ତ୍ତରେ ଶହ ପଶୁ ପକ୍ଷୀ ଙ୍କ ବଳି ରକ୍ତ ଉଭାନ୍ ହୋଇଯିବା ଓ କୌଣଷି ପ୍ରକାର ରକ୍ତ ଗନ୍ଧ ନହେବା ଶାକ୍ତ ପରମ୍ପରା ର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ବୋଲି ବିବେଚନା କରାଯାଏ l କେଉଁ ଆବାହମାନ କାଳରୁ ଚଳି ଆସୁଥିବା ଏହି ବଳି ପ୍ରଥାକୁ ବନ୍ଦ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଯେତେ କଠୋର ଉଦ୍ୟମ କଲେ ମଧ୍ଯ ଭକ୍ତ ଙ୍କ ଆସ୍ଥା, ବିଶ୍ବାସ ଓ ଧାର୍ମିକ ପରମ୍ପରା ଆଗରେ ହାର ମାନିଛି ପ୍ରଶାସନ।

ଛତର ଆସିବା ପୁର୍ବରୁ ସେଠାରେ ଚାଲିଥିବା ସାର୍ବଜନୀନ ଦୁର୍ଗାପୂଜା କୁ ମଣ୍ଡପ କୁ ମଧ୍ଯ ବିଜେ କରନ୍ତି ଦେବୀଙ୍କ କାଳିସୀ I
ମାଁ ଭଣ୍ଡାରଘରଣୀ ଦେବୀଙ୍କ ବାର୍ଷିକ ଛତର ଯାତ୍ରା ସହ ଧର୍ମଗଡ ରେ ଶେଷ ହୁଏ ଶାରଦୀୟ ଦୁର୍ଗାପୂଜା।

Leave a Reply

Your email address will not be published. Required fields are marked *