କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଶିଶୁ ପ୍ରମୋଦ ଉଦ୍ୟାନ ଲୋକାର୍ପିତ ହୋଇଛି

0 122

ମାନ୍ୟବର ଧର୍ମଗଡ଼ ବିଧାୟକ ମୌଷଧି ବାଗ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ।୨୦୦୩ ମସିହାରେ ଧର୍ମଗଡ଼ର ତତ୍କାଳୀନ ଉପଜିଲ୍ଲାପାଳ ତଥା ବର୍ତ୍ତମାନର ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ, ଆଇଏଏସଙ୍କ ଦ୍ଵାରା ଏହି ଶିଶୁ ଉଦ୍ୟାନ ନିର୍ମିତ ହୋଇଥିଲା କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏହା ଜରାଜୀର୍ଣ୍ଣ ହୋଇ ପଡ଼ିଥିଲା।

ଏହାର ପୁନଃଉଦ୍ଧାର ପାଇଁ ବାରମ୍ବାର ଦାବି ହେବାରୁ କଳାହାଣ୍ଡି ଜିଲ୍ଲାପାଳ ଡକ୍ଟର ହର୍ଷଦ ପରାଗ ଗାଭାଲି,ଆଇଏଏସ, ପୂର୍ବତନ ଉପଜିଲ୍ଲାପାଳ ଟି.ଏସ.ଦିବାକର, ଆଇଏଏସ,ଏହାର ପୁନଃଉଦ୍ଧାର ପାଇଁ କାମ ଆରମ୍ଭ କରିଥିଲେ। ଧର୍ମଗଡ଼ର ବର୍ତ୍ତମାନର ଉପଜିଲ୍ଲାପାଳ ତଥା ଏନଏସିର ନିର୍ବାହୀ ଅଧିକାରୀ ପାୱାର ସଚିନ ପ୍ରକାଶ, ଆଇଏଏସ ଙ୍କ ଉଦ୍ୟମ ଯୋଗୁଁ ଆଜି ଏହି ଶିଶୁ ପ୍ରମୋଦ ଉଦ୍ୟାନ ଲୋକାର୍ପିତ ହୋଇଛି।କଳାହାଣ୍ଡିର କଳା,ସଂସ୍କୃତିର ବର୍ତ୍ତାବହ ଘୁମୁରା ଓ ତୁରୀ ଦ୍ୱାରା ସୁସଜ୍ଜିତ “ଆଇ ଲଭ ଧର୍ମଗଡ଼” ମୂଖ୍ୟ ଆକର୍ଷଣ ପାଲଟିଛି।

କଳାହାଣ୍ଡି ଇପିଏ ରୁ ଵିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.