November 23, 2026
Home » କଳାହାଣ୍ଡି ଜିଲ୍ଲା ସଭାପତି ଜୟନ୍ତ ନାୟକଙ୍କ ବିୟୋଗରେ ଓଜେସି କାର୍ଯ୍ୟାଳୟରେ ଶୋକସଭା

କଳାହାଣ୍ଡି ଜିଲ୍ଲା ସଭାପତି ଜୟନ୍ତ ନାୟକଙ୍କ ବିୟୋଗରେ ଓଜେସି କାର୍ଯ୍ୟାଳୟରେ ଶୋକସଭା

0
WhatsApp Image 2026-11-21 at 9.51.26 PM

ଭୁବନେଶ୍ବର,: ଓଡ଼ିଶା ଜନତା କଂଗ୍ରେସ କଳାହାଣ୍ଡି ଜିଲ୍ଲା ସଭାପତି ଜୟନ୍ତ ନାୟକଙ୍କ ଅକାଳ ବିୟୋଗରେ ଆଜି ଦଳୀୟ କାର୍ଯ୍ୟାଳୟଠାରେ ଶୋକସଭା ଅନୁଷ୍ଠିତ ହୋଇଅଛି । ଓଜେସି ସଭାପତି ଇଂ ମହମ୍ମଦ ମୋକିମ୍ ଙ୍କ ଉପସ୍ଥିତିରେ ଓଜେସି ନେତୃତ୍ବମାନେ ଦିବଂଗତ ଜୟନ୍ତ ନାୟକଙ୍କ ସ୍ମୃତିଚାରଣ କରିଥିଲେ ।ପ୍ରଥମେ ଜୟନ୍ତଙ୍କ ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା ହେବାପରେ ଓଜେସି ସଭାପତି ଇଂ ମହମ୍ମଦ ମୋକିମ କହିଥିଲେ ଯେ, ଜୟନ୍ତ ନାୟକ କଳାହାଣ୍ଡି ଜିଲ୍ଲାର ଜଣେ ଦକ୍ଷ ସଂଗଠକ ଥିଲେ । ସେ ଓଜେସି ବରିଷ୍ଠ ନେତା ମଧୁ ମହାନ୍ତିଙ୍କ ପ୍ରେରଣାରେ ସାମାଜିକ ସଂଗଠନ ଡିଫାଇନ୍ କଳାହାଣ୍ଡିର ଜଣେ ଆଗଧାଡ଼ିର ନେତୃତ୍ବ ଥିଲେ । ଛାତ୍ରାବସ୍ଥାରୁ ସେ ସମାଜ ପାଇଁ ସମର୍ପିତ ଥିଲେ । ଭବାନୀପାଟଣା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ମଧ୍ୟ ରହିଥିଲେ । ଓଜେସି ଗଢାହେବା ଆଦ୍ୟାବସ୍ଥାରୁ ସେ ଦଳ ସହ ଯୋଡ଼ିହୋଇ ଜିଲ୍ଲା ସଭାପତି ଭାବେ କଳାହାଣ୍ଡି ଜିଲ୍ଲାରେ ଦଳୀୟ ସଂଗଠନକୁ ମଜବୁତ କରିଥିଲେ । ଜୟନ୍ତଙ୍କ ଅକାଳ ବିୟୋଗ ଓଜେସି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ କହିଥିଲେ ।ଆଜିର ଏହି ଶୋକସଭାରେ ଅନ୍ୟମାନଙ୍କ ମଧ୍ୟରେ ଓଜେସି ଉପସଭାପତି ବଦ୍ରିନାରାୟଣ ମହାନ୍ତି, ପ୍ରଦୀପ ପ୍ରଧାନ, ମିଡିଆ ସେଲ୍ ଚେୟାରମ୍ୟାନ ପ୍ରଶାନ୍ତ ଶତପଥି, ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ, ଯୁବ ସଭାପତି ଆର୍ଯ୍ୟବୀର ଲେଙ୍କା, କୃଷକ ଜନତା କଂଗ୍ରେସ ଅଧ୍ୟକ୍ଷ ସଂଗ୍ରାମ କିଶୋର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *