July 24, 2026
Home » କଳାହାଣ୍ଡି :ଡକାୟତି ପାଇଁ ଚାଲିଥିଲା ବ୍ଲୁ ପ୍ରିଣ୍ଟ:ଯୋଜନା ପଣ୍ଡ, ୭ ଗିରଫ

କଳାହାଣ୍ଡି :ଡକାୟତି ପାଇଁ ଚାଲିଥିଲା ବ୍ଲୁ ପ୍ରିଣ୍ଟ:ଯୋଜନା ପଣ୍ଡ, ୭ ଗିରଫ

0
WhatsApp Image 2026-07-24 at 12.06.17 PM

 

 

ଭବାନୀପାଟଣା ସଦର ଥାନା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ରାତିରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ୭ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ସହ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି। ଘଟଣାରେ ପୋଲିସର ତଦନ୍ତ ଜାରି ରହିଛି।ସୂଚନା ଅନୁଯାୟୀ, ଭବାନୀପାଟଣା ସଦର ଥାନା ଅଞ୍ଚଳରେ ରାତିରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଚଢ଼ାଉ କରି ୭ ଜଣଙ୍କୁ ଗିରଫ କରିଛି।

ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ସମେତ ବିଭିନ୍ନ ମାରଣାସ୍ତ୍ରଜବତକରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ କେତେକ ସହରର ହିଲ୍ ଟାଉନ୍, କେତେକ ବଡ଼ପଡ଼ା ଏବଂ ଅନ୍ୟମାନେ ବିଭିନ୍ନ ସ୍ଥାନର ବୋଲି ଜଣାପଡ଼ିଛି। ଏମାନେ ବୁଧବାର ଅପରାହ୍ନରେ ଜିଲ୍ଲାର ପ୍ଲାଷ୍ଟିକୁଡି ନିକଟ ଡେଗାଡି ନାଳ ଅଞ୍ଚଳରେ ଡକାୟତି ପାଇଁ ପ୍ରସ୍ତୁତି ଚାଲିଥିବା ନେଇ ସଦର ପୋଲିସ ଖବର ପାଇଥିଲା। ପୋଲିସ ସେମାନଙ୍କର ଅପରାଧିକ ପୃଷ୍ଠଭୂମି ଓ ଅନ୍ୟ ସମ୍ପୃକ୍ତିକୁ ନେଇ ଅଧିକ ତଦନ୍ତ ଜାରି ରଖିଛି।ଅଭିଯୁକ୍ତମାନଙ୍କ ନିକଟରୁ ଏକ ସ୍କର୍ପିଓ ଗାଡ଼ି, ଗୋଟିଏ ଦେଶୀ ପିସ୍ତଲ ସହ ଜୀବନ୍ତ ଗୁଳି, ୧୫ଟି ମୋବାଇଲ ଫୋନ୍, ୫ ହଜାର ଟଙ୍କା ନଗଦ ଏବଂ ଛୁରୀ, କାଠ ଲାଠି, ଟାଙ୍ଗି ଓ ଗୁପ୍ତି ଜବତ କରିଛି ସଦର ଥାନା ପୁଲିସ୍।ଏ ନେଇ ଭବାନୀପାଟଣା ସଦର ଥାନାରେ ଏକ ମାମଲା (ନଂ୩୧୪/୨୬) ରୁଜୁ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *