August 15, 2026
Home » କଳାହାଣ୍ଡି :ମୋଟେର ଓ ଆମପାଣି ଜୋନ ରେ ତ୍ରିରଙ୍ଗା ଯାତ୍ରା,ସାମିଲ ହେଲେ ଧର୍ମଗଡ଼ ବିଧାୟକ

କଳାହାଣ୍ଡି :ମୋଟେର ଓ ଆମପାଣି ଜୋନ ରେ ତ୍ରିରଙ୍ଗା ଯାତ୍ରା,ସାମିଲ ହେଲେ ଧର୍ମଗଡ଼ ବିଧାୟକ

0
WhatsApp Image 2026-08-13 at 4.37.58 PM

 

୮୦ତମ ସ୍ୱାଧୀନତା ଦିବସ ପାଳନ କୁ ନେଇ ଦେଶ ରେ ଉତ୍ସଵ ର ମାହୋଲ ଦେଖା ଦେଇଥିବା ବେଳେ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ କୋକସରା ବ୍ଲକ ବିଜେପି ପକ୍ଷରୁ ଦେଶବାସୀ ଙ୍କୁ ଦେଶପ୍ରେମ ରେ ଜାଗୃତ କରିବା ପାଇଁ ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା ଯାତ୍ରା ଗୁରୁବାର କୋକସରା ବ୍ଲକ ର ମୋଟେର ଓ ଆମପାଣି ଜୋନ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଧର୍ମଗଡ ବିଧାୟକ ସୁଧର ରଞ୍ଜନ ପଟ୍ଟଯୋଶୀ ଯୋଗଦେଇ ଦଳୀୟ କର୍ମୀ ଙ୍କୁ ଉତ୍ସାହିତ କରିବା ସହ ଜନ ସାଧାରଣ ଙ୍କୁ ଦେଶପ୍ରେମ ର ବାର୍ତ୍ତା ଦେବାସହ କେ ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା ଯାତ୍ରା ରେ ସାମିଲ ହୋଇ ଦେଶ ପ୍ରେମ ର ଏହି ମହାନ ପର୍ବ ରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ। ମୋଟେର ଜୋନ ରେ ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା ଙ୍କ ନେତୃତ୍ବରେ କନ୍ଦାବୁଟ୍ରା ପଞ୍ଚାୟତ ରୁ ଖୁଣ୍ଟିଆ ପଞ୍ଚାୟତ ପର୍ଯ୍ୟନ୍ତ ଶତାଧିକ ଦଳୀୟ କର୍ମକର୍ତ୍ତା ସାମିଲ ହୋଇ ବାଇକ ଶୋଭାଯାତ୍ରା କରିଥିଲେ।

ତ୍ରିରଙ୍ଗା ଯାତ୍ରା ରେ ଜିଲ୍ଲା ଆଦିବାସୀ ଜନଜାତି ମୋର୍ଚ୍ଚା ସଭାପତି ତ୍ରିନାଥ ଶବର,ମୋଟେର ମଣ୍ଡଳ ଉପ ସଭାପତି ନିଲାଞ୍ଚଳ ରାଉତ,ମଣ୍ଡଳ ସମ୍ପାଦକ ରାଧେଶ୍ୟାମ ଗୋପାଳ, କମଳ ଲୋଚନ ଦଳପତି,ସୁଜିତ ସିଂ ରାଜପୁତ,ଯୁବମୋର୍ଚ୍ଚା ସଭାପତି ଧବଳେଶ୍ବର ଗୋପାଳ,ବଳରାମ ପୁଝାରି,ଶାନ୍ତନୁ ପଣ୍ଡା,ନକୁଳ ଘି, ଅଚ୍ୟୁତ ନାଏକ,ଭୁବନେଶ୍ୱର ପଟେଲ, ଚକ୍ରଧର ନାଏକ,ଅମିନ ରଣା,ପ୍ରିୟବ୍ରତ ପଣ୍ଡା ସମେତ ମହିଳା ନେତ୍ରୀ ପ୍ରତିମା ପୁଝାରି,ଉଜଳା କେତକି,ରୁକ୍ମଣୀ ନାଏକ,ଭାରତୀ ପୁଝାରି ଏବଂ ମୋଟେର ମଣ୍ଡଳ ର ସମସ୍ତ ବୁଥ ରୁ ଆସିଥିବା ବୁଥ ସଭାପତି ବୁଥ ପ୍ରମୁଖ ସହ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଆମପାଣି ଜୋନ ଗୋତମୁଣ୍ଡା ପଞ୍ଚାୟତ ରୁ ଆମପାଣି ପର୍ଯ୍ୟନ୍ତ ମଣ୍ଡଳ ସଭାପତି ମଧୁବନ ପାତ୍ର ଙ୍କ ନେତୃତ୍ୱରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରତିନିଧି ଅର୍ଜୁନ ଭାଟି,ଆମପାଣି ଜୋନ ମଣ୍ଡଳ ସମ୍ପାଦକ ତୁଲାରାମ ନାଏକ,ସହ ସମ୍ପାଦକ ଦ୍ରୋଣାଚର୍ଯ୍ୟ ପୂଝାରି, ସନ୍ତୋଷ ମାଝୀ, ଯୁବ ମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା, ଜିଲ୍ଲା ପ୍ରତିନିଧି ଭଜମନ ନାଏକ,ରଘୁମଣି ଖମାରି,ଚକ୍ରଧର ବେଶ୍ରା, ଅରୁଣ ଗୋୟଲ ଚୈତନ୍ୟ ମାଝୀ ପ୍ରମୁଖ ତ୍ରିରଙ୍ଗା ଯାତ୍ରା ରେ ସାମିଲ ରହି ଅଞ୍ଚଳବାସୀ ଙ୍କୁ ଦେଶପ୍ରେମ ର ବାର୍ତ୍ତା ସହ ଘରେ ଘରେ ତ୍ରିରଙ୍ଗା ଉଡାଇ ଦେଶପ୍ରେମୀ ର ବାର୍ତ୍ତା ଦେବାକୁ ଆହ୍ୱାନ ଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *