December 3, 2025
Home » କଳିଙ୍ଗ ବାଲିଯାତ୍ରା ର ପଞ୍ଚମ ସନ୍ଧ୍ୟା

କଳିଙ୍ଗ ବାଲିଯାତ୍ରା ର ପଞ୍ଚମ ସନ୍ଧ୍ୟା

0
WhatsApp Image 2025-11-09 at 3.06.46 PM

ପାରାଦୀପ, : ପାରାଦୀପ ସମୁଦ୍ର ବେଳାଭୂମି ରେ ଆୟୋଜିତ କଳିଙ୍ଗ ବାଲିଯାତ୍ରା ର ଆଜି ଥିଲା ୫ମ ସନ୍ଧ୍ୟା।ଏହି ଅବସରରେ ଅପରାହ୍ନ ରୁ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ କରାଯାଇଥିଲା।ସ୍ଥାନୀୟ ଅଞ୍ଚଳର ସଙ୍ଗଠନ ମା ମଙ୍ଗଳା କଳା ପରିଷଦ ଓ ବାହାର ଜିଲ୍ଲାର ସଙ୍ଗଠନ ଗୁଡିକ ସେମାନଙ୍କର କଳାକୃତି ପଦର୍ଶିତ କରିଥିଲେ।

ସେମି କ୍ଲାସିକାଲ, ମଡର୍ଣ ସଙ୍ଗୀତ, ନାଚ, ସମ୍ବଲପୁର ନୃତ୍ୟ, କଟକ ସାଲେପୁର ର କ୍ରିଏଟିଭ ଡ୍ୟାନ୍ସ, ଝାରସୁଗୁଡା ର ଓଷ୍ଟର୍ନ ଡ୍ୟାନ୍ସ, ତ୍ରାହି ଦୁର୍ଗା, କଟକ, ପଲ୍ଲୀନୃତ୍ୟ, ଓଡିଶୀ ନୃତ୍ୟ, କଳିଙ୍ଗ ପାଇକ ଆଖଡା ଖୋର୍ଦ୍ଧା ର ପାଇକ ଆଖଡା ଓ ଗଞ୍ଜାମ ର କଣ୍ଢେଇ ନାଚ ଆଦି କାର୍ଯ୍ୟକ୍ରମ ଅପରାହ୍ନ ରୁ ମଞ୍ଚ ରେ କରାଯାଇଥିଲା।ଯାହାକୁ ଶହ ଶହ ଦର୍ଶକ ଦେଖିବା ସହିତ ଏହି ନାଚ ଗୀତ ର ମଜା ନେଇଥିଲେ।

ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ ସଭାରେ ନିରଞ୍ଜନ ବେହେରା, ଅତିରିକ୍ତ ଜିଲ୍ଲାପାଳ ପାରାଦ୍ୱୀପ ତଥା ଉପସଭାପତି କଳିଙ୍ଗ ବାଲି ଯାତ୍ରା କମିଟିଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ସୁମିତ କୁମାର ସେନାପତି, ମୁଖ୍ୟ ସାଧାରଣ ପରିଚାଳକ ପାରାଦ୍ୱୀପ ଫସଫେଟ ଲିମିଟେଡ଼, ପାରାଦ୍ୱୀପ, ସାମ୍ନାନୀତ ଅତିଥି ଭାବେ ବିଜୟ କୁମାର ପରିଡା, ମାନବ ସମ୍ବଳ ମୁଖ୍ୟ, ଇଫୋକ, ଦୀପକ ପ୍ରସାଦ ସ୍ୱାଇଁ ଗୋଷ୍ଟୀ ଉନ୍ନୟନ ଅଧିକାରୀ, କୁଜଙ୍ଗ, ଡ଼ ଦେବବ୍ରତ ଦାଶ ରାଜସ୍ୱ ଓ ମାନବ ସମ୍ବଳ ମୁଖ୍ୟ, ଏ.ଏମ/ଏନ. ଏସ,ପାରାଦ୍ୱୀପ ପ୍ରମୁଖ ଯୋଗ ଦେଇ ପ୍ରଶାସନ କଳିଙ୍ଗ ବାଲିଯାତ୍ରା ଆୟୋଜନ କରି ସମସ୍ତ ଓଡିଆ ପରିବାର ଙ୍କୁ ଏଖାଟି କରି ଯାତ୍ରା ର ମଜା ନେବାକୁ ସୁଯୋଗ ଦେଉଥିବାରୁ ପ୍ରଶଂସା କରିଥିଲେ।ଆଜି ୫ମ ଦିନରେ ବେଶ ଭିଡ ପରିଲିଖିତ ହୋଇଥିଲା।ଆଜି ବ୍ୟବସାୟ ରେ ବେଶ ଲାଭ ହୋଇଥିବା ଜଣାପଡିଛି।

 

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *