କୁଅରୁ ବ୍ୟକ୍ତିଙ୍କୁ ଜୀବନ୍ତ ଉଦ୍ଧାର
ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲାଇପଦର ନର୍ସରୀ ଅଞ୍ଚଳର ଏକ ନିଛାଟିଆ କୁଅରୁ ଜଣେ ବ୍ୟକ୍ତିଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ କହିବା ଅନୁସାରେ, ଗତ ରବିବାର ପୂର୍ବାହ୍ନ ପ୍ରାୟ ୩ଟା ସମୟରେ ପାଞ୍ଚଜଣ ବ୍ୟକ୍ତି ତାଙ୍କୁ ମାଡ଼ ମାରିଥିଲେ। ପରେ ସେ ମୃତ ବୋଲି ଭାବି ତାଙ୍କୁ ଉକ୍ତ କୁଅ ମଧ୍ୟରେ ପକାଇ ଦେଇ ଚାଲିଯାଇଥିବା ସେ ଅଭିଯୋଗ କରିଛନ୍ତି।

କୁଅ ଭିତରେ ଚାରି ଦିନ ଧରି ଭୋକ ଓ ଉପବାସରେ ରହି ସେ ଜୀବନ ସହ ସଂଘର୍ଷ କରୁଥିବା ଜଣାପଡ଼ିଛି। ବୁଧବାର ଦିନ ସମଲାଇପଦର ଗ୍ରାମର ଜଣେ ବ୍ୟକ୍ତି ଜଙ୍ଗଲ ଅଞ୍ଚଳକୁ କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ କୁଅ ଭିତରୁ ଜଣେ ଲୋକଙ୍କ ଚିତ୍କାର ଶୁଣିଥିଲେ। ସେ ତୁରନ୍ତ ଗ୍ରାମକୁ ଫେରି ଏହି ସମ୍ପର୍କରେ ଅନ୍ୟମାନଙ୍କୁ ଜଣାଇଥିଲେ। ଖବର ପାଇ ଗ୍ରାମବାସୀମାନେ ଘଟଣାସ୍ଥଳକୁ ପହଞ୍ଚି ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।ଖବର ପାଇ ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳକୁ ଆସି ଉଦ୍ଧାର …
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.
