କୁକିଆ ଗ୍ରାମରେ ଗୋଷ୍ଟୀ ସଂଘର୍ଷ
ସୁବର୍ଣ୍ଣପୁର —ସାମାନ୍ୟ ବଚସାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି l ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ କୁକିଆ ଗ୍ରାମରେ l ଟାଙ୍ଗିଆ ଏବଂ ତରୱାଲ ଆକ୍ରମଣରେ ଉଭୟ ପକ୍ଷର 3 ଜଣ ଗୁରୁତର 5 ଜଣ ଆହତ ହୋଇଥିବା ସୂଚନା ମିଳିଛି । ଗୋଟିଏ ଗୋଷ୍ଠୀର ଭଗବାନ ବାଘ ଏବଂ ତାଙ୍କ ବାପା କାହ୍ନୁ ବାଘ ଗୁରୁତର ଆହତ ହୋଇଥିବା ବେଳେ ସତ୍ୟନାରାୟଣ ଭୋଇ ଆହତ ହୋଇଛନ୍ତି।

ଅନ୍ୟ ଗୋଷ୍ଠୀର ମଙ୍ଗଳ ବିଶ୍ଵାଳ ଗୁରୁତର ଆହତ ହୋଇଥିବା ବେଳେ ସୁବଳ ବିଶ୍ଵାଳ ଆହତ ହୋଇଛନ୍ତି। ଗୁରୁତର ମାନଙ୍କୁ ବୁର୍ଲା ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି l ଉଲୁଣ୍ଡା ପୋଲିସ ଘଟଣା ର ତଦନ୍ତ ଜାରୀ ରଖିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
