କୁନି ପିଲାଙ୍କ ଦ୍ଵାରା ଦେଶାତ୍ମକବୋଧ କାର୍ଯ୍ୟକ୍ରମ
ଭୁବନେଶ୍ୱର : ପୁରୁଣା ଭୁବନେଶ୍ୱର ରଥରୋଡ଼ ନିକଟସ୍ଥ ୟୁରୋ ସ୍ମାର୍ଟ ପ୍ଲେ ସ୍କୁଲର କୁନିକୁନି ପିଲାଙ୍କ ଦ୍ଵାରା ଦେଶାତ୍ମକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଓ ସେବା ସମର୍ପଣର ପଚିଶ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍କୁଲ ପରିସରରେ ଚିତ୍ରାଙ୍କନ, ଦେଶାତ୍ମକ ସଂଗୀତ ନୃତ୍ୟ ପ୍ରଭୃତି ରଙ୍ଗରଙ୍ଗ କାଯ୍ୟକ୍ରମ ପିଲାଙ୍କ ଦ୍ୱାର କରାଯାଇଥିଲା.

କାର୍ଯ୍ୟକ୍ରମରେ ଏକାମ୍ର ବିକାଶ ମଞ୍ଚର ଅଧ୍ୟାକ୍ଷା ରଶ୍ମୀ ମହାପାତ୍ର, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ସ୍କୁଲ ଅଧ୍ୟାକ୍ଷା ସସ୍ମିତା ମହାପାତ୍ର ଓ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ.
ଏକାମ୍ର ବିଧାୟକ ବାବୁସିଂ, ରାଜ୍ୟ ନିର୍ବାଚନ କମିଶନ ସେକ୍ରେଟାରୀ ଶ୍ରୀଯୁକ୍ତ ସନ୍ତୋଷ ଦାଶ, ବରିଷ୍ଠ ଅଧିବକ୍ତା ଆଡ଼ଭୋକେଟ ଶ୍ରୀଯୁକ୍ତ ସରୋଜ ମିଶ୍ର, ପୂର୍ବତନ କର୍ପୋରେଟର ଶ୍ରୀଯୁକ୍ତ ପ୍ରମୋଦ କୁମାର ମହାପାତ୍ର ଉପସ୍ଥିତଥିଲେ I
