October 23, 2025
Home »  କେନସର ହସପିଟାଲ କାର୍ଯକ୍ଷମ ଦାବୀରେ ବିଜେଡି ର ପ୍ରେସମିଟ୍

 କେନସର ହସପିଟାଲ କାର୍ଯକ୍ଷମ ଦାବୀରେ ବିଜେଡି ର ପ୍ରେସମିଟ୍

0
WhatsApp Image 2025-09-16 at 6.03.51 PM (1)

ଭେଡେନ: ବରଗଡ ଜିଲ୍ଲା ର ବରଗଡ ଜିଲ୍ଲା ଚିକିତ୍ସାଳୟ ଠାରେ ତତ୍କାଳୀନ ମୂଖ୍ଯମନ୍ରୀ ଶ୍ରୀୟୁକ୍ତ ନବୀନ ପଟ୍ଟନାୟକ କଂ ଦ୍ବାରା ଶିଳାନ୍ଯାସ କରାଯାଇ ପ୍ରାୟ ୧୦୦କୋଟି ଟଙ୍କାବ୍ଯୟ ଅଟକଳ ରେ ନିର୍ମିତ ବରଗଡ କେନସର ହସପିଟାଲ ଦୁଇବର୍ଷ ହେଲା ନିର୍ମିତ ହୋଇସାରିଥିଲେ ମଧ୍ଯ ସରକାର ଙ୍କ ପାତର ଅନ୍ତର ନୀତି ଯୋଗୁଁ ଆଜିପର୍ଯ୍ଯନ୍ତ କାର୍ଯ୍ଯକ୍ଷମ ହୋଇପାରିନ ଥିବା ଦୁଖର ବିଷୟ ।।  ଆଜି ବରଗଡ ସ୍ଥିତ ଅଗ୍ରଗାମୀ ଯୁବକ ସଂଘ ଠାରେ ବରଗଡ ଜିଲ୍ଲା ବିଜୁଜନତା ଦଳ ତରଫରୁ ଜିଲ୍ଲା ସଭାପତି ସୁଶାନ୍ତ ମହାପାତ୍ର ଙ୍କ ଅଧ୍ଯକ୍ଷତା ରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ଆନ୍ଦୋଳନ ଚେତାବନି ଦିଆଯାଇଛି ।। ସଭାରେ ମହିଳା ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଜିଲ୍ଲାରେ ବିପର୍ଯ୍ଯସ୍ତ ସ୍ବାସ୍ଥ୍ଯ ବ୍ଯବସ୍ଥା ରେ ଜନସାଧାରଣ ନାଇଁ ନ ଥିବା ଅସୁବିଧା ଭୋଗକରୁଛନ୍ତି ।।ଜିଲ୍ଲାର କୌଣଷି ବି ସରକାରୀ ଚିକିତ୍ସାଳୟ ରେ ଡାକ୍ତର ନଥିବା ତଥା ଅନ୍ଯ ବୈଶୟିକ ପଦବୀ ଖାଲିଥିବା ଏ ସରକାର ଙ୍କ ଅପାରଗତା କୁ ସୂଚୀତ କରୁଥିବା କହିଥିଲେ ।।ଆୟୁସ୍ମାନ ଭାରତ ଆଜି ଲୋକଙ୍କ ପାଇଁ ଅଭିଶାପ ରେ ପରଣତ ହୋଇଛି ବୋଲି ପ୍ରକାଶ କରିଥିଲେ ।।ସରକାର ଆଜି ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ଯୋଜନା ବନ୍ଦକରି ଲୋକଙ୍କ ପାଇଁ ଅଭିଶାପ ରେ ପରିଣତ କରିଛନ୍ତି ।।  ଆଜି ପଶ୍ଚିମ ଓଡିଶା ର ସ୍ବାସ୍ଥ୍ଯମନ୍ରୀ ଥିଲେମଧ୍ଯ ପଶ୍ଚିମ ଓଡିଶା ର ସ୍ବାସ୍ଥ୍ଯର ଚିତ୍ର ବିକଳ ପରିସ୍ଥିତି ଦେଖିଲେ ଦୁଖଲାଗୁଛି ।।ବରଗଡ ଜିଲ୍ଲାର ମଧ୍ଯ ଏ ପରିସ୍ଥିତି ଭୟଙ୍କର ଅଟେ ।।ଉପୟୁକ୍ତ ଚିକିତ୍ସା ନ ପାଇ ଶହଶହ ଲୋକ ମୃତ୍ଯ ମୁଖରେ ପଡୁଛନ୍ତି
ଏ ସବୁର ନିରାକରଣ ପାଇଁସରକାର ପଦକ୍ଷେପ ନେବାକୁ ବିଜୁ ଜନତାଦଳ ଦାବୀକରେ l  ଏହି ସାମ୍ବାଦିକ ସମ୍ବିଳନୀ ରେ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ଯ,ପୂର୍ବତନ ମନ୍ରୀ ରୀତା ସାହୁ,ବରିଷ୍ଠନେତା ଗୌରହରି ମିଶ୍ର,ବରଗଡ ମୁନିସିପାଲଟି ର ଅଧ୍ଯକ୍ଷା କଳ୍ପନା ମାଝି,ଯୁବନେତା ପ୍ରଦ୍ଯୁମ୍ନ ତ୍ରୀପାଠୀ ପ୍ରମୁଖ ବିପର୍ଯସ୍ତ ସ୍ବାସ୍ଥ୍ଯ ବ୍ଯବସ୍ତା ଉପରେ ପ୍ରଶ୍ନ ଉଠାଇଥିଲେ ।। କେନସର ହସ୍ପିଟାଲ କାର୍ଯ୍ଯକ୍ଷମ ନ କଲେ ଆଗାମୀଦିନ ରେ ବିଜୁ ଜନତାଦଳ ଆନ୍ଦୋନ କରିବ ବୋଲି ଚେତାବନୀ ଦେଇଥିଲେ ।।

 

ବରଗଡ଼ ଜିଲ୍ଲା  ଇପିଏ ରୁ ଶ୍ରୀ କ୍ଷମାନିଧି ବଣ୍ଡୁକି ଙ୍କ ରିପୋର୍ଟ (ଇଷ୍ଟର୍ଣ୍ଣ ପ୍ରେସ ଏଜେନସୀ)

Leave a Reply

Your email address will not be published. Required fields are marked *