କେନ୍ଦୁଝର ଜିଲ୍ଲା ତେଲକୋଇ ଆମ୍ରପାଲ୍ଲୀ ର ଇଟାଲୀ ବଜାର ଦଖଲ

କେନ୍ଦୁଝର:-କେନ୍ଦୁଝର ଜିଲ୍ଲାର ତେଲକୋଇ ଅଞ୍ଚଳ ର ଆମ୍ବ ଚାଷୀ ଜାନକୀ ପ୍ରଧାନ, ମହେଶ୍ୱର ପ୍ରଧାନ, ଯଶୋଦା ପ୍ରଧାନ, ପଞ୍ଚାନନ ସାହୁ ଙ୍କ ବଗିଚାରୁ ଉନ୍ନତ ମାନର ଆମ୍ର ପଲ୍ଲୀ ଆମ୍ବ ଚଳିତ ବର୍ଷ ଇଟାଲୀ ର ଖାଉଟି ବଜାର ଦଖଲ ଅଭିଯାନ ଆରମ୍ଭ କରିଛି, ଆଜି ପ୍ରଥମ ପର୍ଯ୍ୟାୟ ରେ ଦୁଇଟନ ଆମ୍ବ କୁ ବିଜିନେସ ମ୍ୟାନେଜର ଗାୟତ୍ରୀ ପରିଡା, ସ୍କିଲ ମ୍ୟାନେଜର ଲକ୍ଷ୍ମୀଧର ମିଶ୍ର ପ୍ରକଳ୍ପ ନିର୍ବାହୀ ଚନ୍ଦ୍ରଶେଖର ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ସିଧାସଳଖ ଆମ୍ବ ବଗିଚାରୁ ଉନ୍ନତ ମାନର ପ୍ୟାକିଂକରାଯାଇ ଏଗ୍ରିକଲଚରାଳ ଏଣ୍ଡ ପ୍ରୋସେସଡ଼ ଫୁଡ ପ୍ରଡକ୍ଟସ ଏକ୍ସପର୍ଟ ଡେଭଲପମେଣ୍ଟ ଅଥରିଟି କଲକାତା ଦ୍ୱାରା ମେସର୍ସ ଜୟ ଜଗନ୍ନାଥ ଏଣ୍ଟର ପ୍ରାଇଜେସ,ଦୁତା ପୁକୁର, ପଶ୍ଚିମବଙ୍ଗ ସହଯୋଗ ରେ ବିମାନଯୋଗେ ଇଟାଲୀ ପଠାଯାଇଛି,ଚାଷୀଙ୍କୁ ଆମ୍ବ କେଜି ପିଛା ଚାଳିଶ ଟଙ୍କା ପ୍ରଦାନ କରାଯାଇଛି,ଜିଲ୍ଲାପାଳ ଵିଶାଲ ସିଂହ,ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ କୁମାର ନାଗଭୂଷଣ, ଓରମାସ ଯୁଗ୍ମ କାର୍ଯ୍ୟ ନିର୍ବାହୀ ସପନ ଗୋସ୍ୱାମୀ,ପ୍ରମୁଖ ଚାଷୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ପ୍ରତିବର୍ଷ ପରି ଚଳିତ ଆମ୍ବ ବଜାର ରେ ଆଠ ଟନ ରୁ ଉର୍ଧ୍ଵ ଆମ୍ବ ସୁଲଭ ମୂଲ୍ୟରେ ଜିଲ୍ଲାର ଗ୍ରାହକ ମାନଙ୍କୁ ଯୋଗାଇ ଦିଆ ଯାଇଛି, ଓରମାସ ଏବଂ କେନ୍ଦୁଝର ଜିଲ୍ଲା ପ୍ରଶାସନ ସହଯୋଗ ରେ କାଞ୍ଜିପାଣି ଫାର୍ମାର୍ସ ପ୍ରଡ୍ୟୁସର କମ୍ପାନୀ ତେଲକୋଇ ଦ୍ୱାରା ୧୦କେ ଏଫପିଓ ସ୍କିମ ସହିତ ଓରମାସ ର କ୍ଲଷ୍ଟର ବେ୍ସଡ଼ ବିଜିନେସ ଅର୍ଗାନାଇଜେସନ ଦ୍ୱାରା ଏହି ଇଟାଲୀର ଖାଉଟି ବଜାର ଦଖଲ ଉଦ୍ୟମ ଜିଲ୍ଲାର ଚାଷୀ ମାନଙ୍କ ମଧ୍ୟରେ ଉତ୍ସହ ସୃଷ୍ଟି କରିଛି