August 21, 2026
Home » କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ଇସ୍ତଫା ଦାବୀରେ ଢ଼େଙ୍କାନାଳ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଦସ୍ତଖତ ଅଭିଯାନ

କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ଇସ୍ତଫା ଦାବୀରେ ଢ଼େଙ୍କାନାଳ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଦସ୍ତଖତ ଅଭିଯାନ

0
WhatsApp Image 2026-03-03 at 7.08.47 PM
ଢ଼େଙ୍କାନାଳ: ଅଖିଳ ଭାରତ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଅଳକା ଲମ୍ବାଙ୍କ ନିର୍ଦ୍ଦେଶକ୍ରମେ ଆଜି ଢ଼େଙ୍କାନାଳ ୍ନ ଜିଲ୍ଲାରେ ମହିଳା କଂଗ୍ରେସ ପକ୍ଷରୁ ଗଅଁନ୍ଦିଆ ବ୍ଲକର ମକୁନ୍ଦପୁର ଠାରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂପୁରୀଙ୍କ ଇସ୍ତଫା ଦାବିରେ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ କରାଯାଇଛି । ମହିଳା କଂଗ୍ରେସ କର୍ମୀମାନେ ସ୍ୱତନ୍ତ୍ର ଟି-ସାର୍ଟ ପିନ୍ଧି ଏହି କାର୍ଯ୍ୟକ୍ରମ କରିଛନ୍ତି ।  ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି ଏହି କାର୍ଯ୍ୟକ୍ରମ କରିବା ପାଇଁ ସ୍ୱତନ୍ତ୍ର ଭାବେ ସବୁ ଜିଲ୍ଲା ସଂଗଠନକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଅବସରରେ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଦେଶର ପ୍ରଧାନମନ୍ତ୍ରୀ ଆମେରିକା ପାଖରେ ମଥାପାତି ଦେଇଛନ୍ତି । ଦେଶର ସ୍ୱାର୍ଥକୁ ଅଗ୍ରାଧିକାର ନ ଦେଇ ଆମେରିକାର ସ୍ୱାର୍ଥକୁ ଅଗ୍ରାଧିକାର ଦେଇଛନ୍ତି । ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଜଣେ ଖେଳଣା ଭଳି କାର୍ଯ୍ୟକରୁଛନ୍ତି । ଯେଉଁଥିରେ ଭାରତର ସମ୍ମାନ ପ୍ରତି ଆଂଚ ଆସୁଛି ଏବଂ ଭାରତୀୟଙ୍କ ସ୍ୱାର୍ଥରେ ଅମାପ କ୍ଷତି ଘଟୁଛି ।
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ହରଦିପ ସିଂପୁରୀଙ୍କର ଜେଫରି ଇପିଷ୍ଟିନ୍‌ଙ୍କ ସଂପୃକ୍ତି ଦେଶବାସୀଙ୍କୁ ଲଜ୍ଜିତ କରିଛି ।
ଜେଫରି ଇପିଷ୍ଟିନ୍ ଯିଏ କି ଜଣେ ଆମେରିକୀୟ ପୁଞ୍ଜିଦାତା ଭାବରେ ଜଣାଶୁଣା ଥିଲା, ତା’ର   କଳାକାରନାମା ସଂପର୍କରେ ସାରା ବିଶ୍ୱରେ ପ୍ରଘଟ ହୋଇଛି । ଏହି ଇପିଷ୍ଟିନ୍‌ର ଦସ୍ତାବିଜରେ ବହୁ ରାଜନେତା, ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାମ ରହିଛି । ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ହରଦୀପସିଂ ପୁରୀ ଜେଫରିର କଳା ସାମ୍ରାଜ୍ୟରେ ଅଂଶୀଦାର ବୋଲି ଜଣାପଡିଛି । ଏହି ଫାଇଲ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ଥିବା ସ୍ଥଳେ ମନ୍ତ୍ରୀ ହରଦୀପ ସିଂ ପୁରୀ ଜେଫରି ଇପିଷ୍ଟିନ୍‌ର ଜଣେ ବନ୍ଧୁ ବୋଲି ଜଣାପଡିଛି ।
ଜେଫରି ଇପିଷ୍ଟିନ୍ ଗୋଟିଏ ନିଜସ୍ୱ ଦୀପ କରି ସେଠାକୁ ବହୁ ନାବାଳିକା ଝିଅଙ୍କୁ ଚାଲାଣ କରୁଥିଲା । ସେହି ଦୀପକୁ ରାଜନେତା ଓ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ଡକାଇ ଦୁଷ୍କର୍ମ କରାଉଥିଲା । ଏପରିକି ସେହି ଝିଅ ମାନଙ୍କର ରକ୍ତ ମଧ୍ୟ ପିଆଯାଉଥିଲା । ଝିଅମାନଙ୍କୁ ମଧ୍ୟ ହତ୍ୟା କରାଯାଉଥିଲା । ଏଭଳି ଜଣେ ଯୌନ ପିପାସୁ ରାକ୍ଷସଙ୍କ ସାଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କର ସଂପର୍କ ଆମ ଦେଶବାସୀଙ୍କୁ ଲଜ୍ଜିତ କରିଛି । ସୁତରାଂ ମହିଳା କଂଗ୍ରେସ ପକ୍ଷରୁ ହରଦୀପ ସିଂ ପୁରୀଙ୍କର ବହିଷ୍କାର ଦାବି କରାଯାଉଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ପାଖରେ ମଥା ପାତିଦେଇଛନ୍ତି । ଆମେରିକା ଯଦି ଧମକାଉଛି ତେବେ ଋଷିଆରୁ ପେଟ୍ରୋଲ କିଣା ମଧ୍ୟ ବନ୍ଦ ହୋଇଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଖୁସି କରିବା ପାଇଁ ଇପିଷ୍ଟିନର ଉପଦେଶକ୍ରମେ ମୋଦୀ ଯାଇ ଇସ୍ରାଇଲ୍‌ରେ ନାଚ କରିଥିଲେ ବୋଲି ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଭାରତ ଆମେରିକା ବାଣିଜ୍ୟକ ଚୁକ୍ତି ଏ ଦେଶର କୃଷକମାନଙ୍କର ସ୍ୱାର୍ଥ ବିରୋଧି । ଏହି ବାଣିଜ୍ୟକ ଚୁକ୍ତିରେ ୭୨ କୋଟି ଚାଷୀ ଜୀବିକା ହରାଇବେ । ଆମେରକାର ଖାଦ୍ୟ ସାମଗ୍ରୀ ଭାରତ ଆମଦାନୀ କରିବ । ଏଥିରେ ଭାରତର ଚାଷୀ ଏବଂ ତା’ର ଅମଳ ବହୁତ ପ୍ରଭାବିତ ହେବେ ।
ସୁତରାଂ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂପୁରୀଙ୍କ ଅସଲ ଚେହେରା ସଂପର୍କରେ ସଂସଦରେ କହିଛନ୍ତି । ମହିଳା କଂଗ୍ରେସ ତୃଣମୂୂୂଳ ସ୍ଥରରେ ଏହି ଦୁଇ ବିଜେପି ନେତାଙ୍କ ଅସଲ ଚରିତ୍ରକୁ ଅବଗତ କରାଇବ ।
ଏହି କାର୍ଯ୍ୟକ୍ରମରେ ପିସିସି ସମ୍ପାଦୀକା ଶିଳ୍ପିଶ୍ରୀ ହରିଚନ୍ଦନ, ସଶ୍ମିତା ସ୍ୱାଇଁ, ସୁସ୍ମିତା ଦାସ ପ୍ରମୁଖ ମହିଳା କଂଗ୍ରେସର କର୍ମୀମାନେ ଅଂଶ ଗ୍ରହଣ କରିଥିଲେ ।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed