କେସିସିଏଲର ସ୍ୱତନ୍ତ୍ର ସମବାୟ ସମାରୋହ
ବିକଷିତ ଭାରତ ଲକ୍ଷ୍ୟକୁ ସମବାୟ ପୂରଣ କରିବ
କେନ୍ଦ୍ରାପଡା, ୮ା୮- କେନ୍ଦ୍ରାପଡା କୋ ଅପରେଟିଭ ସୋସାଇଟି ଲିମିଟେଡ (କେସିସିଏଲ)ର ୨୬ତମ ବର୍ଷ ଅବସରରେ ସହର ନିକଟ ଉଦୟନଗରସ୍ଥିତ ସଂସ୍କୃତି ଭବନ ଠାରେ ସ୍ୱତନ୍ତ୍ର ସମବାୟ ସମାରୋହ ଶନିବାର ଆୟୋଜନ ହୋଇଛି । ସମିତି ସଭାପତି ପ୍ରମୋଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ କେନ୍ଦ୍ର ସରକାରଙ୍କ ବିକଷିତ ଭାରତ ଓ ରାଜ୍ୟ ସରକାରଙ୍କ ବିକଷିତ ଓଡିଶାର ଲକ୍ଷ୍ୟକୁ ସମବାୟ ଦ୍ୱାରା ପୂରଣ ହୋଇ ପାରିବ ବୋଲି ଅତିଥିମାନେ ମତ ପ୍ରଦାନ କରିଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବେ ହାଇକୋର୍ଟର ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର, ମୁଖ୍ୟ ବକ୍ତା ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଯୁକ୍ମ ସଚିବ ଡ. କମଳାକାନ୍ତ ତ୍ରୀପାଠୀ, ବିଶିଷ୍ଟ ଅତିଥି ରାଜ୍ୟ ବାର କାଉନସିଲ ସଦସ୍ୟ ଦିନେଶ ରାୟ, ସମ୍ମାନୀତ ବକ୍ତା ସମବାୟ ସମିତି ସମୂହର ଅତିରିକ୍ତ ନିବନ୍ଧକ ପ୍ରମୋଦ କୁମାର ସାହୁ, ଉପସଭାପତି ସାବିନା ପରୱିନ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଜଷ୍ଟିସ ମହାପାତ୍ର କହିଥିଲେଯେ ସହଯୋଗିତା ମାନବ ଇତିହାସ ସହିତ ଜଡିତ । ଅଧୁନିକତା ଆଳରେ ସମ୍ପର୍କର ସେତୁ ଭାଙ୍ଗି ଯାଇଥିଲା । ମାତ୍ର ସମବାୟ ମାଧ୍ୟମରେ ଏହାର ପୁର୍ନଜନ୍ମ ହୋଇଛି । ଅମୁଲ ସଂସ୍ଥାର ଅପରେସନ ପ୍ଲଡ ଆମକୁ ସମବାୟରେ ସମୃଦ୍ଧିର ପଥ ଦେଖାଊଛି । ୧୯୦୪ ମସିହାରୁ ଆସିଥିବା ସମବାୟ ଆଇନରେ ବହୁ ପରିବର୍ତିନ ହୋଇଛି । ଏହା ଏବେ ମୌଳିକ ଅଧିକାରରେ ପରିଣତ ହୋଇଛି । ପ୍ରେରଣା, ବିଶ୍ୱନୀୟତା ଓ ଔଦଗୀତା ଏହି ସମବାୟ ଆନ୍ଦୋଳନକୁ ଅଗ୍ରଗତି ଦେବ । ଫଳରେ ବିକଷିତ ଭାରତର ଅର୍ଥନୀତି ସୁଦୃଢ଼ ହୋଇପାରିବ । ମୁଖ୍ୟବକ୍ତା ଡ. ତ୍ରୀପାଠୀ କହିଥିଲେଯେ ଭାରତୀୟ ଓ ଓଡିଶାର ସଂସ୍କୃତିରେ ନିଜ ସହ ସମାଜର ଅଭିବୃଦ୍ଧିକୁ ଗୁରୁତ୍ୱ ଦିଆଯାଇଛି । ପଶୁପକ୍ଷୀମାନେ ମଧ୍ୟ ଗୋଟିଏ ବଣ ମଧ୍ୟରେ ଥିଲେ ମଧ୍ୟ ପ୍ରତିଯୋଗିତା ନକରି ସହଭାଗିତାକୁ ଗୁରୁତ୍ୱ ଦେଇଥାନ୍ତି । ଗ୍ରାମ୍ୟ ଅଭିବୃଦ୍ଧିରେ ସମାଜର ଅଭିବୃଦ୍ଧି ପାଇଁ ସମବାୟ ଆନ୍ଦୋଳନକୁ ଅଧକ ପ୍ରୋତ୍ସାହନ ଦେଇ ପ୍ରଧାନମନ୍ତ୍ରୀ ମୋଦି ସର୍ବଦା ଆହ୍ୱାନ ଦେଇ ଆସିଛନ୍ତି । ତେବେ ସମବାୟ ଆନ୍ଦୋଳନ ପାଇଁ ସାମୁହିକ ପ୍ରୟାସ ଜରୁରୀ । ବିଭିନ୍ନ ସମୟରେ ସମବାୟ ସମିତି ବିଫଳତାର ଶୀକାର ହେଉଛି । ଏଠାରେ ସମିତି ଓ ସଦସ୍ୟଙ୍କ ମଧ୍ୟରେ ସ୍ୱଚ୍ଚ ବାତାବରଣ, ଦାୟିତ୍ୱ ପରାୟଣତା, ସାମୁହିକ ଉଦ୍ୟମ, ଆଧୁନିକ ପ୍ରଣାଳୀ ବା ଡିଜିଟାଲରେ କାରବାର ଓ ବିଶ୍ୱାସର ଅଭାବ ଦେଖାଦେଉଛି । ଏହି ସମସ୍ୟାର ସମାଧାନ ହୋଇପାରିଲେ ସମବାୟ ଆନ୍ଦୋଳନ ସଫଳ ହୋଇ ୨୦୪୭ ମସିହା ସୁଦ୍ଧା ଭାରତ ଦେଶ ବିକାଶର ଶୀର୍ଷରେ ରହିବ । ଏହି ଜିଲାରେ ଫିସେରୀ, ଡାଏରୀ, ହର୍ଟିକଲଚର, ହ୍ୟାଣ୍ଲୁମ, ହୃାଣ୍ଡିକ୍ରାଫ୍ଟ ଓ ଟୁରିଜିମକୁ ସମବାୟ ଆନ୍ଦୋଳନରେ ସାମିଲ ଜରୁରୀ ହୋଇଛି । ବିଶିଷ୍ଟ ଅତିଥି ରାୟ କହିଥିଲେଯେ ଛୋଟ ଭୁଲଟିଏ ଆଗାମୀ ଦିନରେ ବଡ ଓ ଭଲ ସମ୍ପର୍କକୁ ନଷ୍ଟ କରିଥାଏ । ତେବେ କେସିସିଏଲର ପରିଚାଳନାଗତ ତୃଟି ନଥିବାରୁ ଗତ ୨୬ ବର୍ଷ ଧରି ସୂଚାରୁ ଚାଲିଆସିଛି । ସମ୍ମାନୀତ ବକ୍ତା ଅତିରିକ୍ତ ନିବନ୍ଧକ ସାହୁ କହିଥିଲେଯେ ସମବାୟ ଆନ୍ଦୋଳନରେ ସଦସ୍ୟଙ୍କ ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ । ସଭାପତି ସାହୁ କହିଥିଲେଯେ ସମବାୟକୁ ସୂଚାରୂ ରୂପେ ପରିଚାଳନା କରିପାରିଲେ ଦେଶର ଅର୍ଥନୀତି ବଦଳିବ । ବ୍ୟକ୍ତିବିଶେଷରୁ ପରିବାର, ଗ୍ରାମ, ରାଜ୍ୟ ଓ ଦେଶ ସୁଅର୍ଥନୀତି ପାଇଁ ସକ୍ଷମ ହୋଇପାରିବ । ସମବାୟ ସମିତିକୁ କୃଷି ବ୍ୟତିତ ଅନ୍ୟ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ପାଇଁ ଆଇନ ହେବା ଜରୁରୀ ହୋଇ ପଡିଛି । କେସିସିଏଲ ଏହି ଆଭିମୁଖ୍ୟ ରଖି ସମିତିର ପରିଚାଳନା କରୁଛି । ଇତିମଧ୍ୟରେ ଅବିଭକ୍ତ କଟକ ଜିଲାରେ ୧୩ଟି ଶାଖା ଖୋଲାଯାଇ ୧ ଲକ୍ଷ ୪୭ ହଜାର ସଦସ୍ୟ ସାମିଲ କରାଯାଇ ପାରିଛି । ବିଭିନ୍ନ ଯୋଜନାରେ ଅସହାୟ ବ୍ୟକ୍ତି, ପରିବାର, ସଂଗଠନକୁ ସହଯୋଗ ଦିଆ ଯାଉଥିବା ବେଳେ ଶିକ୍ଷା, ଚିକିତ୍ସା କ୍ଷେତ୍ରରେ ଆବଶ୍ୟକ ଅନୁଯାୟୀ ସାହାଯ୍ୟ କରାଯାଉଛି । ଜଗତସିଂହପୁର ଜିଲାର ସଫଳ ଚାଷୀ ସୌରଭ ପଟ୍ଟନାୟକ, ଯାଜପୁର ଜିଲା ବଡଚଣା ବ୍ଲକର ଆଦର୍ଶ କୃଷି ସମବାୟ ସମିତି, ଖବରଦାତା ମଳୟରଞ୍ଜନ ମହାନ୍ତି, ସମବାୟବିତ ମମତା ପଣ୍ଡା, ଡା. ଉମେଶ ଚନ୍ଦ୍ର ରାୟ, ସମବାୟବିତ ନୃସିଂହ ଚରଣ ମହାନ୍ତି, ସ୍ୱୟଂ ସହାୟକ ଗୋଷ୍ଠିର କର୍ମକର୍ତା ସ୍ୱପ୍ନା ସିଂହଙ୍କୁ କେସିସିଏଲ ପକ୍ଷରୁ ସଫଳ ଉଦ୍ୟମୀ ଭାବେ ସମ୍ବର୍ଦ୍ଧିତ କରାଯାଇ ଥିଲା । ସମ୍ପାଦକ ଅରବିନ୍ଦ ସାହୁ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିବା ବେଳେ ଅତିରିକ୍ତ ସମ୍ପାଦକ ମନୋଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସମିତିର ନିର୍ଦ୍ଦେଶାକ, କର୍ମଚାରୀ, ଏଜେଂଟ ଓ ସଦସ୍ୟମାନେ ବହୁଳ ଭାବେ ଯୋଗ ଦେଇଥିଲେ ।
