July 1, 2025
Home » କୋରାପୁଟ ଜାନିଗୁଡା ସେବଶ୍ରମ ଠାରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋରାପୁଟ ଜାନିଗୁଡା ସେବଶ୍ରମ ଠାରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2025-04-02 at 7.20.51 PM

କୋରପୁଟ ଜିଲ୍ଲାର ୨୧୬୬ ଗୋଟି ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି, ପିତାମାତା, ଅଭିଭାବକ ଓ ଗୋଷ୍ଠୀ ମଧ୍ୟରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀର ନାମଲେଖା ବୟସ ଓ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ମସ୍ତିପୁଟ ପଞ୍ଚାୟତ ଅନ୍ତର୍ଗତ ସରକାରୀ ସେବାଶ୍ରମ, ଜାନିଗୁଡା ଠାରେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ଙ୍କ ଦ୍ଵାରା ଉଦଘାଟନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ଜିଲ୍ଲା ଶିକ୍ଷା ଅଧିକାରୀ, କୋରପୁଟ ବ୍ଲକର ପଂଚାୟତ ସମିତି ଅଧ୍ୟକ୍ଷା, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ସ୍ଥାନୀୟ ସରପଞ୍ଚ, ପିତାମାତା, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି, ସ୍ଥାନୀୟ ସ୍ଵୟଂସହାୟିକା ଗୋଷ୍ଠୀ ଓ ଅଧିବାସୀମାନେ ସାମିଲ ହୋଇଥିଲେ । ଶିକ୍ଷକ / ଶିକ୍ଷୟିତ୍ରୀ ବିଦ୍ୟାଳୟର ନୂଆ ପିଲାମାନଙ୍କୁ ପାରମ୍ପାରିକ ରୀତିରେ ଫୁଲ ଓ ଚନ୍ଦନ ଦେଇ ସ୍ଵାଗତ କରିଥିଲେ । ଶିକ୍ଷକମାନେ ପିଲାମାନଙ୍କୁ ଆସନ ଉପରେ ବସାଇ ସେମାନଙ୍କ ମୁଣ୍ଡରେ ଚନ୍ଦନ ଟିପା ଲଗାଇ ଦେଇ ଦୁବ, ବରକୋଳି ପତ୍ର ପକାଇ ଆଶୀର୍ବାଦ ପ୍ରଦାନ କରିଥିଲେ । ଏହାପରେ ଶିକ୍ଷକମାନେ ପ୍ରତି ପିଲାର ହାତ ଧରି ଖଡି ଛୁଆଇଁ ଥିଲେ । ଖଡି ଛୁଆଁ ପରେ ପିଲାଙ୍କୁ ବିଦ୍ୟାଳୟ ତରଫରୁ ମାଣ୍ଡିଆ ଲଡୁ ଓ କିଟ ପ୍ରଦାନ କରାଯାଇଥିଲା ।
ଶେଷରେ ଜିଲ୍ଲାପାଳ ପତାକା ଦେଖାଇ କୋରପୁଟ ବ୍ଲକ ନିମନ୍ତେ ଉଦିଷ୍ଟ “ଶିକ୍ଷା ସଚେତନତା ରଥ” ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *