January 15, 2025
Home » କୋରାପୁଟ ଜିଲ୍ଲାରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗୋଣ୍ଡ ଜାତୀୟ ପତାକା ଉତ୍ତୋଳନ ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ

କୋରାପୁଟ ଜିଲ୍ଲାରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗୋଣ୍ଡ ଜାତୀୟ ପତାକା ଉତ୍ତୋଳନ ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ

0

ଚଳିତ ୨୦୨୪ ସ୍ଵାଧୀନତା ଦିବସର କୋରାପୁଟ ଜିଲ୍ଲାରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗୋଣ୍ଡ ଜାତୀୟ ପତାକା ଉତ୍ତୋଳନ ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ୨୦୨୪ ଅଗଷ୍ଟ ୧୫ ତାରିଖ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ ।

ଚଳିତ ୨୦୨୪ ସ୍ଵାଧୀନତା ଦିବସରେ କୋରାପୁଟ ଜିଲ୍ଲାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗୋଣ୍ଡ ବିଦ୍ୟାଳୟ ଓ ଗଣଶିକ୍ଷା, ଏସ୍.ଟି. ଏବଂ ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ଶ୍ରେଣୀ କଲ୍ୟାଣ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମଙ୍କ ସଶକ୍ତିକରଣ ବିଭାଗ ଜାତୀୟ ପତାକା ଉତ୍ତୋଳନ ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ।
ସେହିପରି ଉକ୍ତ ତାଲିକା ଅନୁଯାୟୀ ଅଗଷ୍ଟ ୧୫ରେ ନୁଆପଡା ଜିଲ୍ଲାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେବ, କୃଷି ଏବଂ କୃଷକ ସଶକ୍ତିକରଣ, ଶକ୍ତି ବିଭାଗ ,କଟକ ଜିଲ୍ଲାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପାରୀଡା,ମହିଳା ଏବଂ ଶିଶୁ ବିକାଶ, ମିଶନ ଶକ୍ତି, ପର୍ଯ୍ୟଟନ ବିଭାଗ,କାଲାହାଣ୍ଡି ଜିଲ୍ଲାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ,ସୁନ୍ଦରଗଡ ଜିଲ୍ଲାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ବିଭାଗ, ମାଲକାନଗିରି ଜିଲ୍ଲାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟଭାନ୍ସି ସୁରଜ, ରାଜ୍ୟ ମନ୍ତ୍ରୀ (ସ୍ୱାଧୀନ ଚାର୍ଜ) ଉଚ୍ଚଶିକ୍ଷା, କ୍ରୀଡା ଏବଂ ଯୁବ ସେବା, ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ,ଗଞ୍ଜାମ ଜିଲ୍ଲାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପୃଥ୍ୱିରାଜ ହରିଚନ୍ଦନ ଆଇନ, କାର୍ଯ୍ୟ, ଅବକାରୀ ବିଭାଗ ,ନବରଙ୍ଗପୁର ଜିଲ୍ଲାରେ ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ,ବରଗଡ ଜିଲ୍ଲାରେ ମାନ୍ୟବର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ,ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଟେକ୍ନୋଲୋଜି ,ଗଜପତି ଜିଲ୍ଲାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ବାଣିଜ୍ୟ ଓ ପରିବହନ, ଇସ୍ପାତ ଏବଂ ଖଣି ବିଭାଗ,ବାଲେଶ୍ଵର ଜିଲ୍ଲାରେ ମାନ୍ୟବର ମନ୍ତ୍ରୀ ଡ କୃଷ୍ଣ ଚନ୍ଦ୍ର ମହାପାତ୍ର ଗୃହ ଓ ନଗର ଉନ୍ନୟନ ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ , ବଲାଙ୍ଗୀର ଜିଲ୍ଲାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ରାଜ୍ୟ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ଵ ), ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଖୋର୍ଦ୍ଧା ଜିଲ୍ଲାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଦୀପ ବଲ ସାମନ୍ତ, ରାଜ୍ୟ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ଵ), ସହଯୋଗ, ହସ୍ତତନ୍ତ, ବସ୍ତ୍ର ଏବଂ ହସ୍ତତନ୍ତ ବିଭାଗ,ରାୟଗଡା ଜିଲ୍ଲାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସସମ୍ପଦ ଚନ୍ଦ୍ର ସ୍ୱାଇ ରାଜ୍ୟ ମନ୍ତ୍ରୀ (ସ୍ଵାଧୀନ ଦାୟିତ୍ଵ ), ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ,କନ୍ଧମାଳ ଜିଲ୍ଲାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଗୋକୁଲାନନ୍ଦ ମଲିକ, ରାଜ୍ୟ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ଵ ), ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟମ ବିଭାଗ ଜାତୀୟ ପତାକା ଉତ୍ତୋଳନ କରୁଥିବା ବେଳେ ବଳକା ଜିଲ୍ଲାରେ ଜିଲ୍ଲାପାଳ ଜାତୀୟ ପତାକା ଉତ୍ତୋଳନ କରିବେ ।
କୌଣସି କାରଣବଶତଃ ଯଦି ମନୋନୀତ ମାନ୍ୟଗଣ୍ୟ / ଭିଆଇପି ନିର୍ଦ୍ଧାରିତ ସ୍ଥାନକୁ ଠିକ୍ ସମୟରେ ପହଞ୍ଚି ନ ପାରିଲେ ତେବେ ଜିଲ୍ଲାର ସଂପୃକ୍ତ ଜିଲ୍ଲାପାଳ / ଏଡିଏମ୍ ଆନୁଷ୍ଠାନିକ ଭାବେ ପତକା ଉତ୍ତୋଳନ କରିବେ ବୋଲି ଓଡିଶା ସରକାରଙ୍କ ଦ୍ଵାରା ପ୍ରକାଶିତ ତାଲିକାରେ ଉଲ୍ଲେଖ କରିଛନ୍ତି ।

ରବିବାର ଦିନ ଓଡିଶା ସରକାର ସ୍ବାଧିନତା ଦିବସ ୨୦୨୪ ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରୁଥିବା ମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କ ନାମରେ ଏକ ତାଲିକା ପ୍ରକାଶ କରିଥିଲେ ।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *