July 6, 2025
Home » କୋରାପୁଟ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ମାନବ ଅଧିକାର ପାଳିତ

କୋରାପୁଟ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ମାନବ ଅଧିକାର ପାଳିତ

0
WhatsApp Image 2024-12-13 at 2.04.08 PM

ଜିଲ୍ଲା ଆଇନ ସେବାପ୍ରାଧ୍କକଣ, କୋରାପୁଟ-ଜୟପୁର ଆନୁକୂଲ୍ୟରେ ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ, ଟାଙ୍କୁଆ ଠାରେ ମାନବ ଅଧିକାର ଦିବସ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ଆଇନ ସେବାପ୍ରଧିକରଣ ସଚିବ ତଥା ବିଚାପରପତି ଶ୍ରୀ ସୁମନ ଜେନା ମୁଖ୍ୟ ଅତୀଥି ଭାବରେ ଯୋଗଦେଇଥିଲେ। ଅନ୍ୟ ଅତିଥି ଭାବରେ ସ୍ସେସିଆଲ ପିପି ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ବତନ୍ତ୍ର ପୋକ୍ସ, କୋର୍ଟ ଜୟପୁର, ଡଃ. ବି.ଗାୟତ୍ରୀ ଦେବୀ, ଡେପୁଟି ମୁଖ୍ୟ ଆଇନ ପ୍ରତିରକ୍ଷା ପରାମର୍ଶଦାତ୍ତା ଶ୍ରୀ ହିରଶ ଚନ୍ଦ୍ର ମୁଦୁଲି, ପ୍ୟାନେଲ ଆଇନଜୀବି ଶ୍ରୀ ପି.ସନ୍ୟାସି ରାଓ, ସମ୍ମୁଖ କାର୍ଯ୍ୟାଳୟ, ରିଟେନର ଲୟର ଶ୍ରୀ ସୁରେଶ ହୁଡୁପୁ, ଯୋଗ ଦେଇଥିଲେ। ତା ସହିତ ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ପ୍ରଧାନ ଶିକ୍ଷକ, ଶ୍ରୀ ନାରାୟଣ ପ୍ରଧାନ, ସହକାରୀ ଶିକ୍ଷକ ଶ୍ରୀ ସତ୍ୟବ୍ରତ ପ୍ରଧାନ ମଧ୍ୟ ଯୋଗଦେଇଥିଲେ। ପ୍ରତିବର୍ଷ ୧୦ ଡିସେମ୍ବରରେ ଅନ୍ତର୍ଜାତୀୟ ସମୁଦାୟ ଦ୍ୱାରା ମାନବ ଅଧିକାର ଦିବସ ପାଳନ କରାଯାଏ | ଏହା ୧୯୪୮ ମସିହାରେ ମିଳିତ ଜାତିସଂଘର ସାଧାରଣ ସଭା ମାନବିକ ଅଧିକାରର ସର୍ବଭାରତୀୟ ଘୋଷଣାନାମା ଗ୍ରହଣ କରିଥିଲା। ମାନବ ଅଧିକାର ଦିବସର ଆନୁଷ୍ଠାନିକ ଆରମ୍ଭ ୧୯୫୦ ମସିହାରୁ ହୋଇଥିଲା, ବିଧାନସଭା ୪୨୩ (V) ସଂକଳ୍ପ ପାରିତ କରିବା ପରେ ସମସ୍ତ ରାଜ୍ୟ ତଥା ଆଗ୍ରହୀ ସଂଗଠନକୁ ପ୍ରତିବର୍ଷ ୧୦ ଡିସେମ୍ବର ମାନବ ଅଧିକାର ଦିବସ ଭାବରେ ଗ୍ରହଣ କରିବାକୁ ଆମନ୍ତ୍ରଣ କରିଥିଲା। ଯେତେବେଳେ ସାଧାରଣ ସଭା ଏହି ଘୋଷଣାନାମା ଗ୍ରହଣ କଲା, ସେତେବେଳେ ଏହା ଏକ “ସମସ୍ତ ଲୋକ ତଥା ସମସ୍ତ ଦେଶ ପାଇଁ ସଫଳତାର ଏକ ସାଧାରଣ ମାନକ” ଭାବରେ ଘୋଷିତ ହେଲା, ଯାହା ଉପରେ ବ୍ୟକ୍ତିବିଶେଷ ତଥା ସମାଜ “ସର୍ବଭାରତୀୟ ତଥା ପ୍ରଭାବଶାଳୀ ମାନ୍ୟତା ପାଇବାକୁ ପ୍ରଗତିଶୀଳ ପଦକ୍ଷେପ, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରୟାସ କରିବା ଉଚିତ୍ ଏବଂ ପାଳନ “ମାନବିକ ଅଧିକାରର ସର୍ବଭାରତୀୟ ଘୋଷଣାନାମା ମୌଳିକ ଅଧିକାର ଏବଂ ସ୍ୱାଧୀନତାର ଏକ ବ୍ୟାପକ ସୀମା ନିର୍ଧାରଣ କରେ ଯେଉଁଥିରେ ଆମେ ସମସ୍ତେ ହକଦାର | ଜାତୀୟତା, ବାସସ୍ଥାନ, ଲିଙ୍ଗ, ଜାତୀୟ କିମ୍ବା ଜାତିଗତ ଉତ୍ପତ୍ତି, ଧର୍ମ, ଭାଷା କିମ୍ବା ଅନ୍ୟ କୌଣସି ସ୍ଥିତି ଉପରେ ଆଧାର କରି ଏହା ପ୍ରତ୍ୟେକ ସ୍ଥାନରେ ପ୍ରତ୍ୟେକ ବ୍ୟକ୍ତିର ଅଧିକାରକୁ ନିଶ୍ଚିତ କରେ |

ରିପୋର୍ଟ:କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *