November 18, 2026
Home » କୋରେଇ ଥାନା ଅଧିକାରୀଙ୍କୁ ଡିଜିପିଙ୍କ ପ୍ରଶଂସା ଡିସ୍କ ଓଡ଼ିଶା ପୁଲିସ ପକ୍ଷରୁ ଆୟୋଜିତ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ

କୋରେଇ ଥାନା ଅଧିକାରୀଙ୍କୁ ଡିଜିପିଙ୍କ ପ୍ରଶଂସା ଡିସ୍କ ଓଡ଼ିଶା ପୁଲିସ ପକ୍ଷରୁ ଆୟୋଜିତ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ

0
WhatsApp Image 2026-11-14 at 3.55.15 PM

କଟକ: ଯାଜପୁର ଜିଲ୍ଲା କୋରେଇ ଥାନା ଅଧିକାରୀଙ୍କୁ ଡିଜିପିଙ୍କ ପ୍ରଶଂସା ଡିସ୍କ ଓଡ଼ିଶା ପୁଲିସ ପକ୍ଷରୁ ଆୟୋଜିତ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ ଉତ୍ସବରେ ଯାଜପୁର ଜିଲା କୋରେଇ ଥାନା ଅଧୂକାରୀ ରାକେଶ କୁମାର ତ୍ରିପାଠୀଙ୍କୁ ଡିଜିପିଙ୍କ ପ୍ରଶଂସା ଡିପ୍ଲ ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି।

ତାଙ୍କର କାର୍ଯ୍ୟଦକ୍ଷତା, କର୍ତ୍ତବ୍ୟନିଷ୍ଠା, ସମର୍ପଣ ଓ ଦୃଢ଼ କର୍ତ୍ତବ୍ୟବୋଧକୁ ସ୍ବୀକୃତି ଦେବା ଉଦ୍ଦେଶ୍ୟରେ ଏହି ସମ୍ମାନ ପ୍ରଦାନ କରାଯାଇଛି।ଅପରାଧ ଚିହ୍ନଟ ଓ ନିୟନ୍ତ୍ରଣ, ଆଇନଶୃଙ୍ଖଳା ବଜାୟ ରଖିବା ସହ ସାଧାରଣ ଲୋକଙ୍କୁ ଉତ୍ତମ ପୁଲିସ ସେବା ଯୋଗାଇବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଓ କାର୍ଯ୍ୟଦକ୍ଷତା ପାଇଁ ଏହି ପଦକ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। କାର୍ଯ୍ୟକ୍ରମରେ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବହାଦୁର ଖୁରାଣିଆ ଶ୍ରୀ ତ୍ରିପାଠୀଙ୍କୁ ପ୍ରଶଂସା ଡିସ୍ମ ଓ ପ୍ରଶଂସାପତ୍ର ପ୍ରଦାନ କରିଥିଲେ । ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶି ଙ୍କ ସମେତ ବହୁ ଅଧୂକାରୀ ଉପସ୍ଥିତି ଥୂଲେ । ଏହି ସମ୍ମାନ କୋରେଇ ଥାନା ପୁଲିସ କର୍ମଚାରୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିବାବେଳେ ତାଙ୍କର ସହକର୍ମୀ ଓ ଅଞ୍ଚଳବାସୀ ଶୁଭେଚ୍ଛା ଜଣାଇଛନ୍ତି।

ଇପିଏରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି ଭୁବନେଶ୍ୱର

Leave a Reply

Your email address will not be published. Required fields are marked *