କୋଶଲି ସମ୍ବଲପୁରୀ ଭାଷାର ପ୍ରାଇମର ପାଇଁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରେ ଦାବି l

ସୁବର୍ଣ୍ଣପୁର —ଗତ 15 ତାରିଖରେ ଝାରସୁଗୁଡା ଜିଲ୍ଲାରେ ରାଜସ୍ବ ମନ୍ତ୍ରୀ ସୁରେଶ ଚନ୍ଦ୍ର ପୁଜାରୀ, ସାଂସଦ ପ୍ରଦୀପ ପୁରୋହିତ ତଥା ଜିଲ୍ଲାପାଳ ଅବୋଲି ସୁନୀଲ ନରଓ୍ବଣେଙ୍କ ଉପସ୍ଥିତିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରୀ ଭାଷାରେ ପ୍ରାଥମିକ ସ୍ତରରେ ଶିଶୁମାନଙ୍କ ଶିକ୍ଷା ପାଇଁ ପ୍ରାଇମର ଉଦଘାଟନ କରିବା ଘଟଣା ସମଗ୍ର ପଶ୍ଚିମ ଓଡିଶାରେ ଆନନ୍ଦର ଲହରୀ ଖେଳାଇ ଦେଇଛି I ଆଜି ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସୁବର୍ଣ୍ଣପୁର ଗସ୍ତକାଳରେ ସୋନପୁର ବ୍ଲକଛକ ଠାରେ ବିଜେପି ଦଳର ଏକ ବଳିଷ୍ଠ ଗୋଷ୍ଠୀ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସମୟରେ ବଳଦେବ ବେଦବାଗ ଓ ଶ୍ରଦ୍ଧାଂଜଳି ମିଶ୍ରଙ୍କ ନେତୃତ୍ବରେ ମାନ୍ୟବର ଶିକ୍ଷା ମନ୍ତ୍ରୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ସମେତ ସମଗ୍ର ପଶ୍ଚିମ ଓଡିଶାରେ କୋଶଳି ସମ୍ବଲପୁରୀ ଭାଷାରେ ପ୍ରାଇମର ପ୍ରଚଳନ ସକାଶେ ଅନୁରୋଧ ଜଣାଇବା ସଙ୍ଗେ ସଙ୍ଗେ ସୁବର୍ଣ୍ଣପୁର ଜିଲ୍ଲାର ସମୂହ ଉନ୍ନତି ପାଇଁ ଦାବି ଜଣାଇଥିଲେ I ଉପସ୍ଥିତ ଶତାଧିକ ଜନତାଙ୍କ ମଧ୍ୟରେ ଶରତ ମହାପାତ୍ର, ସଂଜୀବ ବେଦବାଗ, କେଦାର ଦାସ, ସାନନ୍ଦ ବାରିକ, ଦମୟନ୍ତୀ ବାରିକ, ଆରତୀ ଖମାରୀ , କଲ୍ୟାଣୀ ମିଶ୍ର, ସୁରେଶ ପାତ୍ର, ଜୀତେନ୍ଦ୍ର ମହାପାତ୍ର ପ୍ରମୁଖ ବହୁ ନେତୃସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର