କୋହଲା ନୃତ୍ୟ ତାଳେ ତାଳେ ଶ୍ରୀହରିଙ୍କ ଗୁଣଗାନ
ଛତ୍ରପୁର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ବଡ଼ ଧୂମଧାମରେ ଚାଲିଛି। ଏହି ଅବସରେ ସ୍ଥାନୀୟ ପୁତିଗୋପାଳପୂର ସ୍ଥିତ ଏଲଆଇସି କଲୋନୀ ନିକଟରେ ଜୈନକ ଘର ସମ୍ମୁଖରେ କୋହଲା ଜଳାଇ ନୃତ୍ୟର ତାଳେ ତାଳେ ଭକ୍ତମାନେ ଶ୍ରୀହରି ଗୁଣଗାନରେ କମ୍ପି ଉଠିଛି ସାହି । ଛତ୍ରପୁର ବ୍ଲକ ଅନ୍ତର୍ଗତ ଘଡ଼ଘଡ଼ାପଲ୍ଲୀ ସ୍ଥିତ ଗ୍ରାମରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନି ଦାସୁଡୁ ସତ୍ୟମ ସେବା ନୃତ୍ୟ କଳା କେନ୍ଦ୍ର ପକ୍ଷରୁ ସଭାପତି ତଥା କଳା ରତ୍ନ ଏବଂ ଜଯଦେବ ପୁରସ୍କାରପ୍ରାପ୍ତ ବଡ଼ ଦାସୁଡୁ ଡ଼କ୍ଟର ଆର୍ ସତ୍ୟମ ରେଡ୍ଡୀଙ୍କ ନେତୃତ୍ବରେ କଳାକାରମାନେ କୋହଲା ନୃତ୍ୟ ମହାସମାରୋହରେ ଆୟୋଜିତ ହୋଇଛି | ଦାସୁଡୁ ସେବାଦଳଙ୍କ ମଧ୍ଯରେ ଦାସୁଡୁ ନୃତ୍ୟଗୁରୁ ଡ଼କ୍ଟର ଆର ସତ୍ୟମ୍ ରେଡ୍ଡୀଙ୍କ ନେତୃତ୍ବରେ ୨୭ ଜଣ ଶିଷ୍ୟ କୋହଲା ନୃତ୍ୟ ପ୍ରଦର୍ଶନରେ ଭକ୍ତଗଣଙ୍କୁ ଚମକୃତ୍ କରିଦେଇଥିଲା। ଅଗ୍ନି ମଶାଲ ଅବା କୋହଲା ନୃତ୍ୟ ପ୍ରଦର୍ଶନରେ ଏହି ଭକ୍ତିବାଦର ଦଳ ସମୂହଙ୍କ ନୃତ୍ୟ, ବାଦ୍ୟ ଝାଞ୍ଜରେରେ ମୁଖରୀତ ହୋଇ ଉଠିଥିଲା । ଭକ୍ତିଭାବରେ ମଜ୍ଜି ସମସ୍ତେ ଶ୍ରୀ ହରିଙ୍କ ନାମକୁ ପାନ କରିଥିଲେ ।।
muna behera nka report
