November 23, 2026
Home » କ୍ୟାମ୍ପସ ଚୟନରେ ସଫଳ ହୋଇଥିବା ୧୪ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ

କ୍ୟାମ୍ପସ ଚୟନରେ ସଫଳ ହୋଇଥିବା ୧୪ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ

0
WhatsApp Image 2026-10-31 at 7.54.34 PM

ପୁରୀ – ସ୍ଥାନୀୟ ଅଗ୍ରଣୀ ପ୍ରିୟଙ୍କା ଦେବୀ ନର୍ସିଂ ମହାବିଦ୍ୟାଳୟରେ କଟକର ମଲ୍ଟି ସ୍ପେଶିଆଲିଟି ସନ୍ ହସ୍ପିଟାଲ ପକ୍ଷରୁ ଅନୁଷ୍ଠିତ କ୍ୟାମ୍ପସ ଚୟନରେ ସଫଳ ହୋଇଥିବା ୧୪ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଫାଇନାଲ ବର୍ଷ ଜିଏନଏମ ଓ ବିଏସସି ନର୍ସିଂ ଛାତ୍ରଛାତ୍ରୀଙ୍କ ଏକ ଚୟନ ପ୍ରକ୍ରିୟା ଗତ ତା ୧୩/୧୦/୨୬ ରେ ଅନୁଷ୍ଠିତ ହୋଇ ଥିଲା। ସେଥିରେ ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ତାଲିକାଭୁକ୍ତ ନର୍ସ ଭାବରେ ଯୋଗଦେବାକୁ ଅଫର ଲେଟର ଦିଆଯାଇଥିଲା। ଅଧ୍ୟକ୍ଷା ପାର୍ବତୀ ପରିଡା ସ୍ବାଗତ କରିବା ସହ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ। ସନ ହସ୍ପିଟାଲର ପରିଚାଳକ ବିଶ୍ବଜିତ ସାହୁ ଆଗାମୀ ଦିନରେ ଅଧିକ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ। ଅନୁଷ୍ଠାନର ପ୍ରଶାସନିକ ପରାମର୍ଶଦାତା କୁମୁଦଚନ୍ଦ୍ର ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଇ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *