ଖଣିଜ ଚୋରା କାରବାର ବେଳେ ପୋଲିସର ଚଢ଼ାଉ; ୩ ହାଇୱା, ୨ ବୋଲେରୋ ଓ ସ୍କର୍ପିଓ ଜବତ, ୬ ଗିରଫ
ଯୋଡ଼ା: କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅଧୀନ ପିଢ଼ପୋଖରୀ ମାଲଙ୍ଗଟୋଲୀ ଅଞ୍ଚଳରେ ଖଣିଜ ଚୋରା କାରବାର ଅଭିଯୋଗରେ
ବାମେବାରୀ ପୋଲିସ ବିଳମ୍ବିତ ରାତିରେ ଚଢ଼ାଉ କରି ବଡ଼ ସଫଳତା ପାଇଛି।ଢ଼ାଉ ସମୟରେ ଖଣିଜ ବୋଝେଇ ତିନୋଟି ହାଇୱା ଟ୍ରକ ସହ ଚୋରା କାରବାରରେ ବ୍ୟବହୃତ ଦୁଇଟି ବୋଲେରୋ ଓ ଗୋଟିଏ ସ୍କର୍ପିଓ ଜବତ କରାଯାଇଛି। ଏହି ଘଟଣାରେ ୬ ଜଣଙ୍କୁ ପୋଲିସ ଗିରଫ
କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।ପୋଲିସ ସୂଚନା ଅନୁଯାୟୀ, ଜବତ ହୋଇଥିବା ହାଇୱାଗୁଡ଼ିକର ନମ୍ବର OD-14-AK-3769, OD-14-AK-3227 ଓ OD-09-V-6921। ସେହିପରି ଦୁଇଟି ବୋଲେରୋର ନମ୍ବର OD-09-PQ-2994 ଓ OD-14-AK-4703, ଏବଂ ସ୍କର୍ପିଓର ନମ୍ବର OD-09-K-2787 ବୋଲି ଜଣାପଡ଼ିଛି। ତେବେ ଅଭିଯୁକ୍ତ ମାନେ ହେଲେ ଯୋଡ଼ା ଅଞ୍ଚଳର ୧. ଅବଦୁଲ ତନବୀର (୪୫), ସତ୍ୟକୀ ପ୍ରିୟଦର୍ଶନ ବେହେରା (୪୪), ସୁଶୀଲ କାନ୍ତ ଦଳେଇ (୪୩), ପିତା–ର୍ଗତ ପରମାନନ୍ଦ ଦଳେଇ, ଏବଂ ସୁନ୍ଦରଗଡ଼ ଅଞ୍ଚଳର ବଂଶୀ ପାତ୍ର (୧୯), .ସୁଧୀର କୁମାର ବାରିକ (୨୮), ବିକାଶ ବାରିକ (୨୧)।ଜବତ ଖଣିଜର ପରିମାଣ ପ୍ରାୟ ୧୧୫.୫ ମେଟ୍ରିକ ଟନ୍ ବୋଲି ଆକଳନ କରାଯାଇଛି। ଏହି ଘଟଣାରେ ବାମେବାରୀ ପୋଲିସ ଭାରତୀୟ ନ୍ୟାୟ ସଂହିତା (BNS) ଧାରା ୩୦୩(୨) ଓ ୩(୫) ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଖଣି ଅଞ୍ଚଳରେ ଖଣିଜ ଚୋରା କାରବାର
ଉପରେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ପରେ ଚୋରା କାରବାରରେ ସମ୍ପୃକ୍ତ ମାଫିଆଙ୍କ ମଧ୍ୟରେ ଛନକା ପଶିଛି। ଜବତ ଖଣିଜ କେଉଁଠାରୁ ଉତ୍ତୋଳନ ହୋଇଥିଲା, ଏହାର ପରିବହନ ଓ ଚୋରା ରବାର ପଛରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେନେଇ ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।
