December 23, 2024
Home » ଗଜପତି ଜିଲ୍ଲାରେ ଆନ୍ଧ୍ର ସରକାରଙ୍କ ବସକୁ ଆତିଥ୍ୟ ପ୍ରଦାନ ଓଡିଶା ସରକାରଙ୍କ ବସକୁ

ଗଜପତି ଜିଲ୍ଲାରେ ଆନ୍ଧ୍ର ସରକାରଙ୍କ ବସକୁ ଆତିଥ୍ୟ ପ୍ରଦାନ ଓଡିଶା ସରକାରଙ୍କ ବସକୁ

0

ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ପାରଳାଖେମୁଣ୍ଡିର ଭୂମିକା ଅତୁଳନୀୟ ଅଟେ । ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି ଓଡିଆ ଭାଷାଭାଷୀଙ୍କୁ ନେଇ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବା ସକାଶେ ଉଦ୍ୟମ କରିଥିଲେ ଏବଂ ସେଥିରେ ସଫଳ ମଧ୍ୟ ହୋଇଥିଲେ ।ଏହାକୁ ଯେକୌଣସି ବ୍ୟକ୍ତି ସ୍ୱୀକାର କରିବ ଏଥିରେ ଦ୍ୱିମତ ନାହିଁ । ଓଡିଶା ରାଜ୍ୟ ପରିବହନ ନିଗମର ବସ ଗୁଡିକ ରହିବା ସକାଶେ ସ୍ୱତନ୍ତ୍ର ବସଷ୍ଟାଣ୍ଡ ନିର୍ମାଣ ହୋଇପାରିନାହିଁ । ପାରଳାଖେମୁଣ୍ଡି ବସଷ୍ଟାଣ୍ଡଟି ପୌରପରିଷଦ ତରଫରୁ ନିର୍ମାଣ କରିଥିଲେ ସୁଦ୍ଧା ଘରୋଇ ବସମାଲିକଙ୍କ ନିୟନ୍ତ୍ରଣରେ ରହିଛ କହିଲେ ଅତ୍ୟୁକ୍ତି ହେବନାହିଁ ।

ରାଜ୍ୟ ପରିବହନ ନିଗମର ବସ ଓ ମୁଖ୍ୟମନ୍ତ୍ରୀଙ୍କ ଗ୍ରାମାଞ୍ଚଳ ବସ ଗୁଡିକ ବସଷ୍ଟାଣ୍ଡରେ ବିଭିନ୍ନ ଉପାୟର ହଇରାଣ ହରକତ କରାଯାଉଛ୍ ବୋଲି ବହୁବାର ଅଭିଯୋଗ ହୋଇଛି । ସେହି କାରଣରୁ ବସ ଗୁଡିକ ହାଟ ପଡିଆରେ ଗଛମୂଳେ ଅସୁରକ୍ଷିତ ଓ ପରିତ୍ୟକ୍ତ ଅବସ୍ଥାରେ ରଖିବାକୁ ବାଧ୍ୟ ହେଉଛନ୍ତି । ଆନ୍ଧ୍ର ପରିବହନ ନିଗମର ଗାଡି ନଂ-ଏପି୩୧ଜେଡ୍‌-୦୨୮୬ବସ ଯାହାକି ପାରଳାଖେମୁଣ୍ଡିରୁ ଆନ୍ଧ୍ରର ଆନକାପଲ୍ଲୀ ଯାଉଛି । ଗତ କିଛିଦିନ ହେଲା ତାହା ପାରଳାଖେମୁଣ୍ଡି ପୌରପରିଷଦର କାର୍ଯ୍ୟାଳୟ ସମ୍ମୁଖରେ ରହୁଛି । ଉକ୍ତ ବସଟି ସେଠାରେ ରହୁଥିବା ଯୋଗୁଁ ପୌରପରିଷଦର ଆବର୍ଜନା ନେବାଆଣିବା କରୁଥିବା ଗାଡି ଗୁଡିକୁ ମଧ୍ୟ ସେଠାରୁ ହଟାଇ ଦିଆଯାଇଛି ।

ପୌରପରିଷଦ କାର୍ଯ୍ୟାଳୟ ସମେତ ଏହାର ଆଖାପାଖରେ ଥିବା ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ସିସି ଟିଭି କ୍ୟାମେରା ଲାଗିବା ସହ ରାତ୍ର ସମୟରେ ପୋଲିସ ପେଟ୍ରୋଲିଂ କରୁଥିବାର ତାହା ବସଟି ସୁରକ୍ଷିତ ଅବସ୍ଥାରେ ରହୁଛି । ଅପରପକ୍ଷେ ଓଡିଶା ରାଜ୍ୟ ପରିବହନ ନିଗମର ବସ ଗୁଡିକୁ ରଖିବା ସକାଶେ ଉପଯୁକ୍ତ ସ୍ଥାନ ପ୍ରଦାନ କରାଯାଉନଥିବାରୁ ଅସୁରକ୍ଷିତ ଭାବେ ରଖିବାକୁ ବାଧ୍ୟ ହେଉଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଆନ୍ଧ୍ର ପରିବହନ ବିଭାଗର ଗୋଟିଏ ବସ ପାଇଁ ପୌରପରିଷଦ ତରଫରୁ ନିଜ କାର୍ଯ୍ୟାଳୟ ସମ୍ମୁଖରେ ସୁରକ୍ଷିତ ଭାବେ ରଖିବାକୁ ଅନୁମତି ଦିଆଯାଉଛି କିନ୍ତୁ ଓଡିଶା ସରକାରଙ୍କ ବସ ପ୍ରତି କାହିଁକି ଅଣଦେଖା କରାଯାଇଛି ବୋଲି ସାଧାରଣରେ ଆଲୋଚନା ହେଉଛି । ପାରଳାଖେମୁଣ୍ଡି ପୌରପରିଷଦ କାର୍ଯ୍ୟାଳୟ ତରଫରୁ ଓଡିଶା ରାଜ୍ୟ ପରିବହନ ବିଭାଗର ବସ ଗୁଡିକ ପ୍ରତି ଅଣଦେଖା କରି ଆନ୍ଧ୍ର ପରିବହନ ନିଗମର ବସ ପ୍ରତି ଏତେ ସହାନୁଭୂତି ଦେଖାଇଛି ଜିଲ୍ଲାରେ ଚର୍ଚ୍ଚାରେ ବିଷୟ ପାଲଟିଛି । ଓଡିଆ ଅଶ୍ମିତାର ସୁରକ୍ଷା ପାଇଁ ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ରଦେଶ ଗଠନ ଭିତ୍ତିଭୂମି ପଡିଥିବା ପାରଳାଖେମୁଣ୍ଡି ସହରର ଏହି ସମସ୍ୟା ପ୍ରତି ଦୃଷ୍ଟି ପଡିବ କେବେ ?

 

ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ ଶତପଥି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *