October 16, 2026
Home » ଗଞ୍ଜାମରେ ଜୀବିକା ବିକାଶ ଓ କୃଷି ଆନୁଷଙ୍ଗିକ ଉଦ୍ୟୋଗର ସମ୍ଭାବନା ଅନୁଧ୍ୟାନ

ଗଞ୍ଜାମରେ ଜୀବିକା ବିକାଶ ଓ କୃଷି ଆନୁଷଙ୍ଗିକ ଉଦ୍ୟୋଗର ସମ୍ଭାବନା ଅନୁଧ୍ୟାନ

0
WhatsApp Image 2026-10-16 at 3.31.14 PM

ଛତ୍ରପୁର, :(ସୁଜିତ କୁମାର ପଟ୍ଟନାୟକ)ଗଞ୍ଜାମ ଜିଲ୍ଲାରେ ଜୀବିକା ବିକାଶ ସହ କୃଷି ଆନୁଷଙ୍ଗିକ ଉଦ୍ୟୋଗର ପ୍ରସାର ପାଇଁ ରହିଥିବା ସମ୍ଭାବନା ଅନୁଧ୍ୟାନ କରିବାକୁ ନୀତି ଆୟୋଗର ୟଙ୍ଗ ପ୍ରଫେସନାଲ୍ ଲତିକା ଖତୱାନୀ ଏବଂ ଆନ୍ତର୍ଜାତୀୟ ଖାଦ୍ୟ ନୀତି ଅନୁସନ୍ଧାନ ପ୍ରତିଷ୍ଠାନର ବରିଷ୍ଠ ଗବେଷକ ଡ. ସୁଧା ନାରାୟଣନ ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି।ଏହି ଅବସରରେ ସେମାନେ ପୋଡ଼ମପେଟାସ୍ଥିତ ମା’ ପୋଲମା ଶୁଖିଲା ମାଛ ଗୋଷ୍ଠୀ ଏବଂ ଖଲ୍ଲିକୋଟ ବ୍ଲକ୍‌ର ଶ୍ରୀକୃଷ୍ଣଶରଣପୁରସ୍ଥିତ କାଜୁ ପ୍ରକ୍ରିୟାକରଣ ୟୁନିଟ୍‌ ପରିଦର୍ଶନ କରିଥିଲେ।

ସେଠାରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟଧାରା, ଉତ୍ପାଦନ ଓ ପ୍ରକ୍ରିୟାକରଣ ବ୍ୟବସ୍ଥା ସମ୍ପର୍କରେ ଅବଗତ ହେବା ସହ ଏହା ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ପାଇଁ ସୃଷ୍ଟି ହେଉଥିବା ଜୀବିକା ଓ ଆୟବୃଦ୍ଧିର ସୁଯୋଗ ଅନୁଧ୍ୟାନ କରିଥିଲେ।ସ୍ଥାନୀୟ ସମ୍ବଳର ସଦୁପଯୋଗ କରି ମତ୍ସ୍ୟ ଓ କୃଷି ଆନୁଷଙ୍ଗିକ କ୍ଷେତ୍ରରେ ଉଦ୍ୟୋଗର ପ୍ରସାର, ଉତ୍ପାଦର ମୂଲ୍ୟବୃଦ୍ଧି ଏବଂ ଗ୍ରାମାଞ୍ଚଳରେ ରୋଜଗାରର ସୁଯୋଗ ବୃଦ୍ଧି ସମ୍ପର୍କରେ ସେମାନେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନାଙ୍କ ସହ ଆଲୋଚନା କରିଥିଲେ।ଏହି ପରିଦର୍ଶନ ସମୟରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *