ଗଞ୍ଜାମ ଓକିଲ ସଂଘ ନୂତନ କୋଠା ଭିତ୍ତିପ୍ରସ୍ତର ସକାଶେ ରାଷ୍ଟ୍ରପତି ଙ୍କୁ ନିମନ୍ତ୍ରଣ ନିଷ୍ପତ୍ତି ଗଞ୍ଜାମ ଓକିଲ ସଂଘ
ବ୍ରହ୍ମପୁର : ଗଞ୍ଜାମ ଓକିଲ ସଂଘ ର ପ୍ରଥମ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଓ ଉପଦେଷ୍ଟା କମିଟି ସଦସ୍ୟ ଙ୍କ ଉପସ୍ଥିତି ରେ ଏକ ଜରୁରୀ ବୈଠକ ସ୍ଥାନୀୟ କମାପଲ୍ଲୀ ପି ଡବ୍ଲୁ ଆଇବି ଠାରେ ସଙ୍ଘର ସଭାପତି ମନୋଜ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା ଏହି ଅବସରରେ ସଂଘ ର ନୂତନ ଉପଦେଷ୍ଟା ମଣ୍ଡଳୀ ଓ କାର୍ଯକାରୀ କମିଟି ସଦସ୍ୟ ଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଜିବା ସହ ଏଥିରେ ଆଇନଜୀବୀ ଙ୍କ କଲ୍ୟାଣ ଏବଂ ସଂଘ ର ଉନ୍ନତି ସକାଶେ ବିଭିନ୍ନ ପ୍ରକାର ସମସ୍ୟା କୁ କିଭଳି ଭାବେ କାର୍ଯ୍ୟକାରିତା ହେଵ ସେଥିନେଇ ବିସ୍ତୁତ ଭାବରେ ଆଲୋଚନା ହୋଇଥିଲା ବୈଠକର ଆରମ୍ଭ ରେ ବାଲେଶ୍ୱର ର ବରିଷ୍ଠ ଆଇନଜୀବୀ ପୁରୁଷୋତ୍ତମ ଦାସ ଙ୍କ ପ୍ରତି ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଅତ୍ୟାଚାର ଓ ଅମାନିୟ କାର୍ଯ୍ୟକୁ ନିନ୍ଦା କରାଯାଇଥିଲା ଏବଂ ବାଲେଶ୍ୱର ଓକିଲ ସଂଘ ନେଇଥିବା ନିଷ୍ପତି କୁ ପୁର୍ଣ ସମର୍ଥନ କରାଯାଇଥିଲା l ଶେଷରେ ଗଞ୍ଜାମ ଓକିଲ ସଂଘ ର ନୂତନ କୋଠା ଭିତ୍ତିପ୍ରସ୍ତ ର ପାଇଁ ଭାରତ ର ରାଷ୍ଟ୍ରପତି ଓ ଓଡିଶା ର ମୁଖ୍ୟ ବିଚାରପତି ଙ୍କୁ ନିମନ୍ତ୍ରଣ କରାଯିବା ନେଇ ସର୍ବସମ୍ମତିକ୍ରମେ ପ୍ରସ୍ତାବ ପାରିତ ହୋଇଥିଲା l ଏଥିରେ ଅନ୍ୟ ମାନଙ୍କ ଭିତରେ ସମ୍ପାଦକ ଟି. ଭେଙ୍କେଟ ରାଓ, ସହସମ୍ପାଦକ ଅସିତ ସାବତ, ଉପସଭାପତି ତିରୁମଲ୍ଲା ରେଡ୍ଡୀ ଏବଂ ଉପଦେଷ୍ଟା କମିଟି ସଦସ୍ୟ ବି. ଭି. ଏଲ. ମୁର୍ତ୍ତୀ, କୈଳାଶ ପାଣିଗ୍ରାହୀ, ନାରାୟଣ ପଣ୍ଡା, ରମେଶ ପ୍ରଧାନ, ଶ୍ରୀନିବାସ ଦାସ, କିଶୋର ପଟ୍ଟନାୟକ ଏବଂ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଅଭୟ ପଣ୍ଡା, ଗୌରାଙ୍ଗ ଚୌଧୁରୀ, ଦୁର୍ଗା ପାଢ଼ୀ, ଅମରେଶ ଚୌଧୁରୀ, ଲଳିତ ମଙ୍ଗରାଜ ଓ ମହିଳା ସଦସ୍ୟା ସଂଘମିତ୍ରା ପଣ୍ଡା ଉପସ୍ଥିତ ଥିଲେ l
