November 26, 2026
Home » ଗଞ୍ଜାମ ଜିଲ୍ଲାରେ ୧୦୦ ଦିନିଆ ବାଲ୍ୟ ବିବାହ ନିରାକରଣ ସଚେତନତା ଅଭିଯାନର ଶୁଭାରମ୍ଭ

ଗଞ୍ଜାମ ଜିଲ୍ଲାରେ ୧୦୦ ଦିନିଆ ବାଲ୍ୟ ବିବାହ ନିରାକରଣ ସଚେତନତା ଅଭିଯାନର ଶୁଭାରମ୍ଭ

0
WhatsApp Image 2026-11-25 at 6.32.46 PM

 

ଛତ୍ରପୁର, :(ରିପୋର୍ଟ -ସୁଜିତ କୁମାର ପଟ୍ଟନାୟକ)ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ୧୦୦ ଦିନିଆ ବାଲ୍ୟ ବିବାହ ନିରାକରଣ ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ଜେନାଙ୍କ ଅଧ୍ୟକ୍ଷତାରେ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଏହି ଅଭିଯାନ ଆଗାମୀ ୧୦୦ ଦିନ ଧରି ଗଞ୍ଜାମ ଜିଲ୍ଲାର ୧୦୦ଟି ଅତି ସମ୍ବେଦନଶୀଳ ଗ୍ରାମ ଓ ୱାର୍ଡରେ ଚାଲିବ। ଏହି ଅବଧି ମଧ୍ୟରେ ବାଲ୍ୟ ବିବାହର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି, ଅଧିକାରୀ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ଏବଂ ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ।

ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଅର୍ଚ୍ଚନା କାହାଁର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ମହିଳା ସୁରକ୍ଷା ଅଧିକାରୀ, ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ଜିଲ୍ଲାର ଅଧିକାରୀ, ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନର ଜିଲ୍ଲା ସଂଯୋଜକମାନେ ଅତିଥି ଭାବେ ଯୋଗଦେଇଥିଲେ।

ବାଲ୍ୟ ବିବାହ ଏକ ସାମାଜିକ କୁପ୍ରଥା, ଯାହା ଶିଶୁମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଓ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଝିଅମାନେ ଶିକ୍ଷିତ, ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହୋଇ ନିଜର ସ୍ୱପ୍ନ ସାକାର କରିବା ପାଇଁ ସମାଜର ସମସ୍ତ ବର୍ଗର ସହଯୋଗ ଆବଶ୍ୟକ। ବାଲ୍ୟ ବିବାହ ରୋକିବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ଏହା ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି ମତ ପ୍ରକାଶ ପାଇଥିଲା

Leave a Reply

Your email address will not be published. Required fields are marked *