October 14, 2026
Home » ଗଞ୍ଜାମ ଜିଲ୍ଲାସ୍ତରୀୟ ଜଙ୍ଗଲ ଅଧିକାର ଆଇନ କମିଟି ବୈଠକ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲାସ୍ତରୀୟ ଜଙ୍ଗଲ ଅଧିକାର ଆଇନ କମିଟି ବୈଠକ ଅନୁଷ୍ଠିତ

0
WhatsApp Image 2026-10-14 at 4.21.18 PM

ଛତ୍ରପୁର, :(ସୁଜିତ କୁମାର ପଟ୍ଟନାୟକ) ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଛତ୍ରପୁରସ୍ଥିତ ସଦ୍ଭାବନା ସମ୍ମିଳନୀ କକ୍ଷରେ ଜଙ୍ଗଲ ଅଧିକାର ଆଇନ ସମ୍ପର୍କିତ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଦୁଇଟି ଜଙ୍ଗଲ ଜମିକୁ ଅଣଜଙ୍ଗଲ ଉନ୍ନୟନମୂଳକ କାର୍ଯ୍ୟରେ ବିନିଯୋଗ କରିବା, ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଓ ଗୋଷ୍ଠୀ ଜଙ୍ଗଲ ଅଧିକାର ପ୍ରଦାନ ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା। ଜଙ୍ଗଲ ଅଧିକାର ଆଇନର ସଠିକ ଅନୁପାଳନ ଓ ଜଙ୍ଗଲ ଜମିର ସଠିକ୍ ବିନିଯୋଗ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।

ବୈଠକରେ ଜିଲ୍ଲା ପରିଷଦ ସଦସ୍ୟ ରାମ ଶବର ଓ ଯଶୋଦା ଶବର, ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନ୍ନି ଖୋକର, ପାତ୍ରପୁର ତହସିଲଦାର ଅଶୋକ କୁମାର ପଟ୍ଟନାୟକ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ଦେବରଞ୍ଜନ ଦାଶ ଉପସ୍ଥିତ ଥିଲେ। ଏଥିସହ ଉତ୍ତର ଘୁମୁସର ବନଖଣ୍ଡର ସହକାରୀ ବନ ସଂରକ୍ଷକ ପ୍ରଶାନ୍ତ କୁମାର ସାହୁ, ଦକ୍ଷିଣ ଘୁମୁସର ବନଖଣ୍ଡର ବିମଳ ପ୍ରଧାନଙ୍କ ସମେତ କମିଟିର ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *