November 13, 2026
Home » ଗଞ୍ଜାମ ମାଣ୍ଡିଆ ପଲ୍ଲୀ ନିକଟରେ ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ବସ୍ ଚାଳକ ସମେତ ୧୦ ଆହାତ

ଗଞ୍ଜାମ ମାଣ୍ଡିଆ ପଲ୍ଲୀ ନିକଟରେ ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ବସ୍ ଚାଳକ ସମେତ ୧୦ ଆହାତ

0
WhatsApp Image 2026-11-11 at 8.59.55 PM

ଛତ୍ରପୁର:(ସୁଜିତ କୁମାର ପଟ୍ଟନାୟକ): ଆଜି ଅପରାହ୍ନ ୨ ଘଣ୍ଟ ସମୟରେ ଚମାଖଣ୍ଡି ଥାନା ଅନ୍ତର୍ଗତ ମାଣ୍ଡିଆ ପଲ୍ଲୀ ନିକଟସ୍ଥ ଜାତୀୟ ରାଜପଥ ଉପରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୦ଜଣ ଯାତ୍ରି ଆହାତ ହୋଇଥିବାବେଳେ ବସ୍ ଚାଳକ ଗୁରୁତର ଆହତ ହୋଇଛନ୍ତି
ସୂଚନାଯୋଗ୍ୟ ଯେ ଭୁବନେଶ୍ୱର ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ମୁକ୍ତେଶ୍ବର ନାମକ ବସ୍ ମାଣ୍ଡିଆ ପଲ୍ଲୀ ନିକଟରେ ଜାତିୟ ରାଜପଥ ଉପରେ ଏକ ମାଲ୍ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଲଗାଇଥିଲା ଏଥିରେ ବସ୍ ସମ୍ମୁଖ ଭାଗ ସମ୍ପୁର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥୀବା ବେଳେ ବସ୍ ଚାଳକ ଗୁରୁତର ଅବସ୍ଥାରେ ବସ୍ ମଧ୍ୟରେ ଚାପି ହୋଇ ଯାଇଥିଲେ। ବସରେ ଯାଉଥିବା ୩୦ ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇ ଥିବା ବେଳେ ଚାଳକ ସମେତ ୧୦ ଯାତ୍ରୀ ଗୁରୁତର ଆହତ ଅବସ୍ଥାରେ ସ୍ଥାନୀୟ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଚମାଖଣ୍ଡି ଥାନା ତରଫରୁ ଆହତ ମାନଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଚିକିତ୍ସିତ ନିମନ୍ତେ ଭତ୍ତୀ କରିଥିଲେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଆଗରେ ଯାଉଥିବା ଟ୍ରକଟି ହଠାତ ବ୍ରେକ ଦେବାରୁ ପଛରେ ଆସୁଥିବା ବସଟି ଭାରସାମ୍ୟ ହରାଇ ଟ୍ରକର ପଛପଟେ ଧକ୍କା ଦେଇଥିଲା। ପୋଲିସ ଉଭୟ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି

Leave a Reply

Your email address will not be published. Required fields are marked *