ଗଞ୍ଜେଇ ଓ କାର ଜବତ, ଜଣେ ଗିରଫ
ସୁବର୍ଣ୍ଣପୁର —ସୋନପୁର ବାଟ ଦେଇ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ ବଡ଼ ଧରଣର ପର୍ଦ୍ଦାଫାଶ କରିଛି ପୋଲିସ । ସୋନପୁର କଳାପଥର ଶରଧାପାଲି ଛକ ନିକଟରେ ଚଢ଼ାଉ କରି 14 କେଜି 400 ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।ସୂଚନା ଅନୁସାରେ, ଏକ ନିର୍ଦ୍ଦିଷ୍ଟ ସୂତ୍ରରୁ ଖବର ପାଇ ପୋଲିସ ଶରଧାପାଲି ଛକ ନିକଟରେ ଜଗି ରହିଥିଲା। ସେହି ସମୟରେ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣ ପାଇଁ ଉଦ୍ୟମ ଚାଲିଥିବା ବେଳେ ଚଢ଼ାଉ କରାଯାଇଥିଲା। ଘଟଣାସ୍ଥଳରୁ ଭବାନୀ ମେହେର(37) ନାମକ ଜଣେ ବ୍ୟକ୍ତିକୁ କାବୁ କରାଯିବା ସହ ତା’ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି।
ଏହାସହିତ ଗଞ୍ଜେଇ ପରିବହନରେ ବ୍ୟବହୃତ ହୋଇଥିବା OD -03 AD 0611 ନମ୍ବର ବିଶିଷ୍ଟ ମହିନ୍ଦ୍ରା ବିରୋ ( Chasis No. MAIUV2CUXR6LI7792 ଓ Engine No. CUR6L33602)ଗାଡ଼ିଟିକୁ ମଧ୍ୟ ପୋଲିସ ଜବତ କରି ଥାନାକୁ ଆଣିଛି।ଏହି ଚୋରା କାରବାର ପଛରେ କେବଳ ଭବାନୀ ମେହେର ସଂପୃକ୍ତ ଅଛି ନା ଏହା ପଛରେ ଏକ ବଡ଼ ଆନ୍ତଃରାଜ୍ୟ ନିଶା ଚାଲାଣକାରୀ ଗ୍ୟାଙ୍ଗ ସକ୍ରିୟ ରହିଛି, ସେ ନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି। ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ କେଉଁ ରାଜ୍ୟକୁ ପଠାଯାଉଥିଲା, ସେ ନେଇ ଅଭିଯୁକ୍ତକୁ ଅଧିକ ପଚରାଉଚରା ଜାରି ରହିଛି। ସୁବର୍ଣ୍ଣପୁର ଜିଲ୍ଲାରେ ବେଆଇନ ନିଶା କାରବାର ବିରୋଧରେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆଗକୁ ଏହି ଘଟଣାରେ ଆଉ କିଏ କିଏ ଛନ୍ଦି ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

