July 1, 2025
Home » ଗଞ୍ଜେଇ କାରବାର ରେ ତିନି IRB ଯବାନ ଗିରଫ

ଗଞ୍ଜେଇ କାରବାର ରେ ତିନି IRB ଯବାନ ଗିରଫ

0
WhatsApp Image 2025-03-25 at 5.24.21 PM

ସୁବର୍ଣ୍ଣପୁର — ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୋଲିସ ସବୁବେଳେ ଚର୍ଚ୍ଚା ରେ ରହି ଆସିଛି ଗଞ୍ଜେଇ କାରବାର କୁ ନେଇ l କେତେବେଳେ ଗଞ୍ଜେଇ ମାଫିଆ ଙ୍କ ସହିତ ମିଶି ଚୋରା ଚାଲାଣ କରୁଥିବା, କେତେବେଳେ ନିଜେ ପୋଲିସ ଏହି ଚୋରା ଗଞ୍ଜେଇ କାରବାର ରେ ସମ୍ପୃକ୍ତ ରହୁଥିବା ନଜର କୁ ଆସୁଛି l କେତେବେଳେ ଗଞ୍ଜେଇ ମାଫିଆ ଙ୍କ ସହିତ ଡିଲ ହେଉଥିବା ଭିଡିଓ ଭାଇରାଲ ହୋଇଥିଲା l ଗଞ୍ଜେଇ ରଖିବା ଅଭିଯୋଗ ରେ ପୋଲିସ କୁ ବାନ୍ଦିଲା ପୋଲିସ l

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ରେ ଦେଖିବାକୁ ମିଳିଛି ଏପରି ଘଟଣା l ପୋଲିସ ବାରାକ ରେ ଗଞ୍ଜେଇ ରଖିଥଲେ IRB ଯବାନ l ଏହି ଯବାନ ମାନେ ମନମୁଣ୍ଡା ଥାନାରେ ହିଁ କାର୍ଯ୍ୟରତ ଥିଲେ l ବାରାକ ରେ ଗଞ୍ଜେଇ ରଖିଥବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜାଣିବା ପରେ ଥାନା କୁ ଆସି ବାରାକ ରୁ ଗଞ୍ଜେଇ ଜବତ କରିଛି ମନମୁଣ୍ଡା ପୋଲିସ l

ତେଵେ ଗଞ୍ଜେଇ ର ପରିମାଣ 15 kg 930 ଗ୍ରାମ ଗଂଜେଇ ଜବତ କରିଛି ମନମୁଣ୍ଡା ପୋଲିସ l ଏହି ଘଟଣା ରେ IRB ପୋଲିସ ର କୁନାଲ ସିଂ, ତ୍ରିଲୋଚନ ରଣା,ନିଲମ ବର୍ଲା ଙ୍କୁ ଗିରଫ କରିଛି ପୋଲିସ l କେଶ ନମ୍ବର ୧୧୯/୨୫ ରୁଜୁକରି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି ମନମୁଣ୍ଡା ପୋଲିସ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *