October 24, 2025
Home » ଗଣିଆ ଥାନାରେ ନୂତନ ଥାନା ଅଧିକାରୀ

ଗଣିଆ ଥାନାରେ ନୂତନ ଥାନା ଅଧିକାରୀ

0
WhatsApp Image 2024-08-03 at 11.46.41 AM

ଗଣିଆ (ଇପିଏ) ଗଣିଆ ଥାନାରେ କାର୍ଯ୍ୟରତ ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ାଙ୍କର ଚାନ୍ଦପୁର ଥାନାକୁ ବଦଳି ହେବା ପରେ ଗଣିଆ ଥାନାରେ ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଛନ୍ତି ଲକ୍ଷ୍ମଣ ଦଣ୍ଡସେନା । ସେ ବାଣିଗୋଛା ଥାନାରେ କାର୍ଯ୍ୟରତ ଥିଲେ । ଗଣିଆରେ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ସହିତ ଜନସାଧାରଣଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବାକୁ ସେ ଚେଷ୍ଟା କରିବେ ବୋଲି ଜଣାଇଛନ୍ତି । ଏପରିକି ନୂତନ ଏସଆଇ ମିହିର ରଞ୍ଜନ ମିଶ୍ର ମଧ୍ୟ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଗଣିଆରେ ଥିବା ଆଞ୍ଚଳିକ ସାମ୍ବାଦିକ ସଂଘର ସଦସ୍ୟ ମାନେ ଆଜି ଥାନା ଅଧିକାରୀଙ୍କୁ ଭେଟି ସମ୍ବର୍ଦ୍ଧିତ କରିବା ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଆଞ୍ଚଳିକ ସାମ୍ବାଦିକ ସଂଘର ସଭାପତି ଅଖିଳ ବିହାରୀ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ଦେବୀ ପ୍ରସାଦ ଦାଶ, ସମ୍ପାଦକ ବ୍ରଜବନ୍ଧୁ ଦେହୁରୀ,ସହ ସମ୍ପାଦକ ପ୍ରିୟବ୍ରତ ଷଡ଼ଙ୍ଗୀ,ବ୍ରଜ କିଶୋର ସାହୁ, ରମେଶ କୁମାର ମିଶ୍ର, ଅଜିତ କୁମାର ଦାଶ,ପଙ୍କଜ କୁମାର ସାହୁ, ସୁବ୍ରତ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ସାମ୍ବାଦିକ ଏବଂ ପୋଲିସ ସହିତ ସୁସମ୍ପର୍କ ରହିବା ନିହାତି ଆବଶ୍ୟକ ବୋଲି ଥାନା ଅଧିକାରୀ ପ୍ରକାଶ କରିବା ସହିତ ପୋଲିସକୁ ସହଯୋଗ କରିବାକୁ ସାମ୍ବାଦିକ ମାନଙ୍କୁ ଜଣାଇଥିଲେ ।

ରିପୋର୍ଟ ବ୍ରଜ କିଶୋର ସାହୁ, ମଣିଭଦ୍ରା ଖବର

Leave a Reply

Your email address will not be published. Required fields are marked *