ଶ୍ରୀ ମନ୍ଦିର ରୋଷ ଶାଳାରେ ପ୍ରତିଦିନ ହଜାର ହଜାର ଭକ୍ତ ଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ କରାଯାଉଛି। ତେବେ ମହାପ୍ରସାଦ ପ୍ରସ୍ତୁତି ବେଳେ ହଜାର ହଜାର ଲିଟର ପେଜ ବାହାରୁଚି। ତେବେ ଏହି ପେଜ କୁ ଅତ୍ୟାଧୁନିକ ପଦ୍ଧତି ରେ ପ୍ରକ୍ରିୟା କରଣ କରାଯାଇ ବିଶୋଧନ କରାଯାଉଛି। ଏଥିରୁ ବାହାରୁଚି ସ୍ୱଚ୍ଛ ଜଳ। ଏହି ଜଳ କୁ ଶ୍ରୀ ମନ୍ଦିର ଚାରିପାଖ ରେ ପରିକ୍ରମା ମାର୍ଗ ରେ ଥିବା ବଗିଚା ରେ ବିଭିନ୍ନ ଗଛ ରେ ପାଣି ଦିଆଯାଉଛି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ଯ ଏହା ସତ। ପେଜ ରୁ ବାହାରୁଚି ହଜାର ହଜାର ଲିଟର ସ୍ୱଚ୍ଛ ଜଳ।ଏହାକୁ ପାନୀୟ ଜଳ ଭାବେ ବ୍ୟବହାର ବାଦ ଦେଇ ଅନ୍ୟ ସବୁ କାର୍ଯ୍ୟ ରେ ଲାଗୁଚି। ଏହି ଜଳ କୁ ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ରେ ଥିବା ବଗିଚା ରେ ଗଛ ଗୁଡିକ ରେ ଜଳ ସିଞ୍ଚନ ସହ ଧୁଆ ଧୁଇ କାର୍ଯ୍ୟ ରେ ଏହା ଲାଗି ପାରୁଚି। ତେବେ ଶ୍ରୀ ମନ୍ଦିର ଦକ୍ଷିଣ ଦ୍ବାର ନିକଟ ରେ ରହିଛି ଏକ ଅତ୍ୟାଧୁନିକ ଟ୍ରିଟ ମେଣ୍ଟ ପ୍ଲାଣ୍ଟ ତଥା ବର୍ଜ୍ୟ ଜଳ ବିଶୋଧନ କେନ୍ଦ୍ର।
ତେବେ ଏହି ବିଶୋଧନ କେନ୍ଦ୍ର ରେ ସୂପର ଭାଈଜର ରୂପେ କାର୍ଯ୍ୟ କରୁଥିବା ଯଶୋବନ୍ତ ବିଶି କହିଚନ୍ତି ପେଜ ରୁ ସୁଦ୍ଧ ଜଳ ହେଉଥିବା ବିଶୋଧନ କେନ୍ଦ୍ର ଅନ୍ୟ କେଉଁ ସ୍ଥାନରେ ନାହିଁ। କାରଣ ଅନ୍ୟ କୌଣସି ସ୍ଥାନ ତଥା ଧାର୍ମିକ ଅନୁଷ୍ଠାନ ରେ ଏତେ ମାତ୍ରା ରୋଷେଇ ହେଉନାହିଁ କି ପେଜ ମଧ୍ୟ ବହୁତ୍ ବାହାରୁନାହିଁ । ତେବେ ପୂର୍ବରୁ ଶ୍ରୀ ମନ୍ଦିର ରୋଷ ଶାଳା ରୁ ବାହାରୁଥିବା ପେଜ କୁ ସିଧା ସଳଖ ନଳା କୁ ଛଡା ଯଉଥିଲା। ପେଜ କୁ ଏକାଧିକ ପ୍ରକ୍ରିୟା ରେ ବିଶୋଧନ୍ କରାଯାଇ ପେଜ ରୁ ଶୁଦ୍ଧ ଜଳ ଉତ୍ପାଦନ କରାଯାଉଚି। ତେବେ ଶ୍ରୀ ମନ୍ଦିର ଦକ୍ଷିଣ ଦ୍ଵାର ନିକଟ ଭକ୍ତ ବନ୍ଧୁ ମହାନ୍ତି ଆଶ୍ରମ ନିକଟ ରେ ଥିବା ପେଜ ନଳା ରୁ ପେଜ କୁ ଏକ ପମ୍ପ ମାଧ୍ୟମ ରେ ନିକଟ ରେ ଥିବା ବର୍ଜ୍ୟ ଜଳ ବିଶୋଧନ କେନ୍ଦ୍ର କୁ ନିଆଯାଉଛି । ସେଠାରେ ଲାଗିଥିବା ଅତ୍ୟାଧୁନିକ ମେସିନ୍ ରେ ବିଭିନ୍ନ କେମିକାଲ ଦ୍ଵାରା ପେଜ କୁ ବିଶୋଧନ କରାଯାଉଛି। ମୋଟ 10 ଜଣ କର୍ମଚାରି ଏହି ବର୍ଜ୍ୟ ଜଳ ବିଶୋଧନ କେନ୍ଦ୍ର ରେ କାର୍ଯ୍ୟ କରୁଛନ୍ତି। ତେବେ ପୂର୍ବରୁ ଶ୍ରୀ ମନ୍ଦିର ରୋଷ ଶାଳା ରୁ ନିର୍ଗତ ପେଜ ବାହାରେ ପଡୁଥିବାରୁ ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି ହେଉଥିଲା। ତେବେ ବର୍ଜ୍ୟ ଜଳ ବିଶୋଧନ କେନ୍ଦ୍ର କାର୍ଯ୍ୟକ୍ଷମ ହେବା ପରେ ଏହି ସମସ୍ୟା ଦୂର ହୋଇଚି। ତେବେ ଶ୍ରୀ ମନ୍ଦିର ରୋଷ ଶାଳା ପ୍ରତିଦିନ 20 ରୁ 30 ହଜାର ଲିଟର ପେଜ ବାହାରୁଚି। ଏହାକୁ ବିଶୋଧନ କରାଯାଉଛି ବର୍ଯ୍ୟ ଜଳ ବିଶୋଧନ କେନ୍ଦ୍ର ରେ । ତେବେ ଏହି ବର୍ଜ୍ୟ ଜଳ ବିଶୋଧନ କେନ୍ଦ୍ର ର କ୍ଷମତା ରହିଛି ଏକ ଲକ୍ଷ ଲିଟର। ଏଣୁ ଆଗାମୀ ଦିନ ରେ ଅଧିକ ପେଜ ଆସିଲେ ବି ଏହାକୁ ବିଶୋଧନ ପାଇଁ କୌଣସି ଅସୁବିଧା ହେବ ନାହିଁ ବୋଲି ବର୍ଜ୍ୟ ଜଳ ବିଶୋଧନ କେନ୍ଦ୍ର ର ସୁପର ଭାଇଯର କହିଚନ୍ତି। ତେବେ ପେଜ ରୁ ବିଶୋଧନ ହୋଇ ବାହାରୁଥିବା ପାନୀୟ ଜଳ କୁ ବାଦ ଦେଇ ଦୈନନ୍ଦିନ କାର୍ଯ୍ୟ ଜେଭଳି ଗାଧୋଇବା କାର୍ଯ୍ୟ, ଗଛ ରେ ପାଣି ଦେବା, ଗାଡ଼ି ଧୁଆ, ଘର ନିର୍ମାଣ କାର୍ଯ୍ୟ ସହିତ ଅନ୍ୟାନ୍ୟ ଦୈନଦିନ କାର୍ଯ୍ୟ ରେ ବ୍ୟବହାର କରିହେବ।
ଶ୍ରୀ ମନ୍ଦିର ରେ ମହାପ୍ରଭୁ ଙ୍କ ରୋଷଶାଳାରେ ମହାପ୍ରସାଦ ରନ୍ଧନ କରିଥାଆନ୍ତି ଶ୍ରୀ ମନ୍ଦିର ର ସୂପକାର ସେବକ ମାନେ। ମହାପ୍ରଭୁ ଙ୍କ ଦୈନଦିନ ସକାଳ ଧୂପ, ମଧ୍ୟାହ୍ନ ଧୂପ, ସଂଧ୍ୟା ଧୂପ, ରେ ମହାପ୍ରଭୁ ଙ୍କ କୋଠ ଭୋଗ ନୀତି ଅନୁଷ୍ଠିତ ହେଇଥାଏ। ଭକ୍ତ ମାନଙ୍କ ପାଇଁ ପ୍ରତିଦିନ 2 ରୁ 3 ଟି ଭୋଗ ମଣ୍ଡପ ନୀତି ହୋଇଥାଏ। ପ୍ରତିଦିନ ମହାପ୍ରଭୁ ଙ୍କ ଧୂପ ନୀତି ପାଇଁ 40 ରୁ 50 ହଜାର ଭକ୍ତ ଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ ହୋଇଥାଏ। ସେହିପରି ଦୈନଦିନ 40 ରୁ 50 ହଜାର ଲୋକ ଙ୍କ ପାଇଁ ବରାଦି ଭୋଗ ହୋଇଥାଏ। ଏହି ଭଳି ଦେଖିଲେ ଦୈନିକ 80 ହଜାର ରୁ ଏକ ଲକ୍ଷ ଭକ୍ତ ଙ୍କ ପାଇଁ ମହାପ୍ରସାଦ ତଥା ଭୋଗ ପ୍ରସ୍ତୁତ ହୋଇଥାଏ। ତେବେ ପର୍ବ ପର୍ବାଣୀ ଅଧିକ ମହାପ୍ରସାଦ ପ୍ରସ୍ତୁତ ହୋଇଥାଏ। ତେବେ ପ୍ରତିଦିନ ହଜାର ହଜାର ଭକ୍ତ ଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତି ହେଉଥିବା ବେଳେ ହଜାର ହଜାର ଲିଟର ପେଜ ନିର୍ଗତ ହୁଏ। ପୁର୍ବରୁ ଏହା ନଳା କୁ ପକେଇ ଦିଆଯାଇଥିଲା। ତେବେ ଏଥି ପାଇଁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଥିବା। ଭକ୍ତ ମାନେ ଏଥି ପାଇଁ ଅପ୍ରିତିକର ପରିସ୍ଥିତି ସମ୍ମୁଖୀନ ହେଉଥିଲେ। ତେବେ ବର୍ଜ୍ୟ ଜଳ ବିଶୋଧନ କେନ୍ଦ୍ର ସ୍ଥାପନ ପରେ ଏହି ସମସ୍ୟା ଦୂର ହୋଇଚି। ପେଜ ରୁ ବାହାରୁଚି ସ୍ୱଚ୍ଚ ଜଳ। ଏହାକୁ ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ରେ ହେଇଥିବା ବଗିଚା ରେ ବିଭିନ୍ନ ଗଛ ରେ ବ୍ୟବହାର କରାଯାଉଛି। ଏଭଳି ଏକ ବିଶୋଧନ କେନ୍ଦ୍ର ନିଶ୍ଚିତ ନିଆରା ପ୍ରକଳ୍ପ। ଏହି ଭଳି ପେଜ ରୁ ଶୁଦ୍ଧ ଜଳ ବିଶୋଧନ କେନ୍ଦ୍ର ଅନ୍ୟ କୌଣସି ସ୍ଥାନ ରେ ନାହିଁ। ଏହି ପ୍ରକଳ୍ପ କୁ ଭକ୍ତ, ସେବାୟତ ସ୍ୱାଗତ କରିଛନ୍ତି।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )