ଗଣ ଆନ୍ଦୋଳନକୁ ପୋଲିସ ଦ୍ବାରା ମିଛ କେସ୍ ଲଗାଇ ଦବାଇ ଦେବାର ଚକ୍ରାନ୍ତ-
ଗଣତନ୍ତ୍ର ଓ ସମ୍ବିଧାନର ହତ୍ୟା : ଜୁନ୍ ୧୦ରେ- ପୋଲିସ୍ ଡିଜି କାର୍ଯ୍ୟାଳୟ ସାମ୍ନାରେ ଧାରଣା : ନବନିର୍ମାଣ କୃଷକ ସଂଗଠନ l
ସୁବର୍ଣ୍ଣପୁର —ନବନିର୍ମାଣ କୃଷକ ସଂଗଠନର ନେତୃତ୍ବମାନଙ୍କ ଉପରେ ମିଛ ମନଗଢ଼ା ମାମଲା ଦାୟର କରି ଗଣତାନ୍ତ୍ରିକ ଆନ୍ଦୋଳନକୁ ପୁଲିସ ସହାୟତାରେ ଦବାଇ ଦେବାର ହୀନ ଚକ୍ରାନ୍ତ, କେବଳ ଡବଲ ଇଂଜିନ୍ ବିଜେପି ସରକାରଙ୍କ ଦ୍ବାରା ଗଣତନ୍ତ୍ର ଓ ସମ୍ବିଧାନର ହତ୍ୟା କହିଲେ ଅତ୍ୟୁକ୍ତି ହେବନାହିଁ। ତାହା ମାର୍ଚ୍ଚ ୩୦ରେ କେନ୍ଦୁଝର ଘଟଗାଁରୁ ଆରମ୍ଭ ହୋଇଥିବା ପଦଯାତ୍ରା କଟକର ଫୁଲନଖରା ଠାରେ ହିଂସା ଓ ଦଙ୍ଗା କେସ ଲଗାଇ ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାରଙ୍କ ସମେତ ୧୩ଜଣ ନେତୃତ୍ବଙ୍କୁ ୧୪ ଦିନ ଜେଲରେ ପୁରାଇବା ହେଉ, ବା ନୟାଗଡ଼ରେ ଜାନୁୟାରୀ ୨୨ ତାରିଖରେ ଚାଷୀ ରାଲି ହେଉଥିବା ବେଳେ ସଂଗଠନର ପ୍ରତିଷ୍ଠାତା ଓ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଓ ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନଓ୍ବର ଅଲ୍ଲୀଙ୍କ ଉପରେ ଆର୍ମସ୍ ଆକ୍ଟ ଲଗାଇବା ହେଉ ବା ସୁବର୍ଣ୍ଣପୁର ଜିଲ୍ଲା ସୋନପୁରରେ ମାର୍ଚ୍ଚ ୧୯ ତାରିଖରେ ନବନିର୍ମାଣ ସଂଗଠନର ଜିଲ୍ଲା ସଂଯୋଜକ ପ୍ରଦ୍ୟୁମ୍ନ ପାଢ଼ୀଙ୍କ ଉପରେ ଡକାୟତି ଓ ଆର୍ମସ୍ ଆକ୍ଟ ଲଗାଇ ୧୪ଦିନ ଜେଲରେ ପୁରାଇବା ହେଉ ବା ମେ ୧୯ ତାରିଖରେ ଜଗତସିଂହପୁରର ସଂଗଠନର ରାଜ୍ୟ ସହସଂଯୋଜକ ରଶ୍ମିରଂଜନ ସ୍ବାଇଁଙ୍କ ଉପରେ ଜାତିଆଣା ଓ ହିଂସାର ଛିଟା ଲଗାଇବା ହେଉ, ଏ ସମସ୍ତ କେବଳ ପୋଲିସର ମନଗଢ଼ା କପୋଳକଳ୍ପିତ କାହାଣୀ ସହିତ ଗଣତନ୍ତ୍ର ଓ ସମ୍ବିଧାନ ହତ୍ୟା ବୋଲି ନବନିର୍ମାଣ କୃଷକ ସଂଗଠନର ପ୍ରତିଷ୍ଠାତା ଓ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଆଜି ଭୁବନେଶ୍ବରରେ ସଂଗଠନର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ସେଥିପାଇଁ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ମୂଲ୍ୟକୁ ବଞ୍ଚାଇବା ପାଇଁ ପୋଲିସର ଏଭଳି ଅମାନୁଷିକ ଅତ୍ୟାଚାରର ପ୍ରତିବାଦରେ ଆଗାମୀ ଜୁନ୍ ୧୦ ତାରିଖରେ ଦିନ ୧୦ ଘଟିକା ସମୟରେ ଓଡ଼ିଶାର ପୋଲିସ୍ ମୁଖ୍ୟାଳୟ କଟକସ୍ଥିତ ପୋଲିସ ଡିଜି ଅଫିସ୍ ସାମ୍ନାରେ ଗଣଧାରଣା କରାଯିବ ବୋଲି ଶ୍ରୀ କୁମାର ପ୍ରକାଶ କରିଛନ୍ତି।
ଆପଣ ଅବଗତ ଅଛନ୍ତି ଯେ, ଗତ ମାର୍ଚ୍ଚ ୨୨ରୁ କେନ୍ଦୁଝରର ଘଟଗାଁରୁ ଆରମ୍ଭ ହୋଇଥିବା କୃଷକ ଏକତା ପଦଯାତ୍ରା ମାର୍ଚ୍ଚ ୩୧ ତାରିଖରେ ଭୁବନେଶ୍ବରର ପିଏମଜି ଠାରେ ଏକ “କୃଷକ ସମାବେଶ”ରେ ସମାପନ ହେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ମାର୍ଚ୍ଚ ୩୦ ତାରିଖରେ ୭୦୦ ଚାଷୀଙ୍କୁ ୫ ହଜାର ପୋଲିସ ବଳ ଫୁଲନଖରାଠାରେ ଚାଷୀମାନେ ଖାଉଥିବା ଅବସ୍ଥାରେ ରୋଡ଼ ଅବରୋଧ କରି ଘେରିଗଲେ ଏବଂ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ଅହିଂସକ ପଦଯାତ୍ରାକୁ ଦଙ୍ଗା ଓ ହିଂସା ପିଡୀତ ବୋଲି ଘୋଷଣା କରି ଗିରଫ କରିନେଲେ। ଏଥିରେ ସଂଗଠନର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ସମେତ ୧୩ଜଣଙ୍କୁ ଜିଆର କେସ୍ ନଂ- 471/2026 ଓ ପିଏସ୍ କେସ୍ ନଂ- 218/2026 ରେ ବିଏନଏସ ୨୦୨୩ର ଧାରା – 191(2), 191(3), 126(2), 115(2), 121(1), 132, 296, 351(2), 324(3), 61(2), 190 ଏବଂ Prevention of Damage of Public Property Act- 1984ର ଧାରା 3 ଓ ୪ ଏବଂ କ୍ରିମିନାଲ ଲ (2nd Amendment) Actର ଧାରା 7 ଆଧାରରେ ୧୪ ଦିନ ପାଇଁ ଜେଲ୍ ହାଜତକୁ ପଠାଇଦେଲେ। ଯାହା ସମ୍ବିଧାନର ମୌଳିକ ଅଧିକାର ଧାରା ୨୧- “ଜୀବନର ଅଧିକାର ଓ ଜୀବିକାର ଅଧିକାର” ଉପସ୍ଥାପିତ କରିବାକୁ ଯାଉଥିବା ଚାଷୀ ଓ ଚାଷୀ ନେତୃତ୍ବଙ୍କୁ ତାଙ୍କର ଅହିଂସାପୂର୍ଣ୍ଣ ଭାବରେ “କଥା କହିବାର ମୌଳିକ ଅଧିକାର” ସମ୍ବିଧାନର ଧାରା ୧୯କୁ ଛଡ଼ାଇ ନିଆଗଲା। ଯାହା ଗଣତନ୍ତ୍ର ସମ୍ବିଧାନର ହତ୍ୟା, ପୋଲିସ ଓ ପ୍ରଶାସନ ସହାୟତାରେ କରାଗଲା।
ଠିକ ସେହିପରି ସୁବର୍ଣ୍ଣପୁର ର ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଂଯୋଜକ ପ୍ରଦ୍ୟୁମ୍ନ ପାଢ଼ୀଙ୍କୁ ବିଜେପି ପାର୍ଟି ସହିତ ଜଡ଼ିତ ଉମେଶ ପୂଜାରୀ ନାମକ ଜଣେ ବ୍ୟକ୍ତିଙ୍କ ଦ୍ବାରା ରାମପୁରରେ ବନ୍ଧୁକ ଦେଖାଇ ଟଙ୍କା ଲୁଟିବାର ଗୋଟିଏ ମିଛ କେସ୍ ଆଧାରରେ ବିନା ପ୍ରାଥମିକ ତଦନ୍ତରେ ମାର୍ଚ୍ଚ ୧୯ ତାରିଖରେ ଏଫଆଇଆର ନଂ- ୦୦୮୧/୨୦୨୬ରେ ଆର୍ମସ୍ ଆକ୍ଟରେ ୨୫/୨୭/୩୦୯ (୪)/୩୧୧/୩୫୭ ଆଧାରରେ ୧୪ ଦିନ ଜେଲ୍ ହାଜତରେ ରହିବାକୁ ବାଧ୍ୟ କରାଗଲା। ଯେତେବେଳେ ରାମପୁରରେ ପ୍ରଦ୍ୟୁମ୍ନ ପାଢ଼ୀ ଉପସ୍ଥିତ ରହି ବନ୍ଧୁକ ଦେଖାଇ ଡକାୟତି କରି ୬,୩୦୦ ଟଙ୍କା ଲୁଟ୍ କରିବାର କେସ୍ ଦିଆଗଲା, ସେତେବେଳେ ସେ ସୋନପୁରରେ ଏକ ଦୋକାନ ଘରେ ଥିଲେ, ଯାହାର ସିସିଟିଭି ପ୍ରମାଣ ରହିଛି। କିନ୍ତୁ ପୋଲିସ ଏସ.ପି ପ୍ରଥାମିକ ତଦନ୍ତକୁ ଏଡ଼ାଇଦେଲେ। ଜେଲ ପଠାଇଦେଲେ।
ସେହିପରି ନୟାଗଡ଼ରେ ଜାନୁୟାରୀ ୨୨ ତାରିଖରେ ନବନିର୍ମାଣ କୃଷକ ସଂଗଠନର ରାଲିରେ ଚାଷୀମାନେ ତାଙ୍କ ପାରମ୍ପାରିକ ଅସ୍ତ୍ରର ପ୍ରଦର୍ଶନ ମାତ୍ରକେ ନେତୃତ୍ବ ପ୍ରତିଷ୍ଠାତା ଅକ୍ଷୟ କୁମାର, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଓ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନଓ୍ବର ଅଲ୍ଲୀଙ୍କ ଉପରେ କେଶ ନଂ-25/2026 ବିଏନଏସ ଧାରା- 191(2), 296, 121(1), 221, 132, 190, 3, 25(1-B) (a) ଆଧାରରେ କେସ୍ ଲଦି ଦିଆଗଲା। ଯେଉଁଥିରେ ସେମାନଙ୍କର ଉଦ୍ଦେଶ୍ୟକୁ ନଜର ଅନ୍ଦାଜ କରିଦିଆଗଲା।
ସେହିପରି ଗତ ମେ ୧୯ ତାରିଖରେ ଜଗତସିଂହପୁର ଜିଲ୍ଲାରେ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସହସଂଯୋଜକ ରଶ୍ମିରଂଜନ ସ୍ବାଇଁ ଓ ଚାଷୀ ଅନ୍ୟାନ୍ୟ ମହାନ୍ତିଙ୍କ ଉପରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଦ୍ବାରା ହିଂସା ଓ ଜାତିଆଣା ବିରୋଧି ମିଛ ଆରୋପ ଲଗାଇ କେସ୍ CT (SC)/ST- 44/2026 ଓ ଜଗତସିଂହପୁର PS No- 420/2026ରେ 296, 132, 121 (1), 351(2), 351(3), 324(4), 3(5), 3PD Act-(31) Prevention of Atrocities SC/ST Act 3(1)R, S(1)(3), (2)(Va)ଆଧାରରେ କେସ୍ ଦାୟର କଲେ। ଯେତେବେଳେ ରଶ୍ମିରଂଜନ ସ୍ବାଇଁ, ଚାଷୀ ଅନ୍ୟାନ୍ୟ ମହାନ୍ତିଙ୍କ ପାଇଁ ୨ ମାସ ହେଲା ଧାନ ପଇସା ପାଇନଥିବା ବେଳେ ପଇସା ନେବା ବାବଦରେ ନିଜେ ଯୋଗାଣ ଅଧିକାରୀ ଡାକିବା ଅନୁଯାୟୀ କାର୍ଯ୍ୟାଳୟ ଆସିଥିଲେ। ଏବଂ ଯୋଗାଣ ଅଧିକାରୀଙ୍କ ସହିତ ଆଲୋଚନା କରୁଥିବା ମିଲରଙ୍କ ଗୁଣ୍ଡାମାନେ ରଶ୍ମିରଂଜନ ଉପରେ ଆକ୍ରମଣ କରିଥିଲେ, ସେତେବେଳେ ରଶ୍ମିରଂଜନ ସ୍ବାଇଁ ଓ ଅନ୍ୟାନ୍ୟ ମହାନ୍ତିଙ୍କ FIRକୁ ନେଇ ପୋଲିସ ଏ ପର୍ଯ୍ୟନ୍ତ ତଦନ୍ତ କରୁଥିବା ବେଳେ ଯୋଗାଣ ଅଧିକାରୀଙ୍କ FIRକୁ ରେଜେଷ୍ଟ୍ରି କରିସାରିଛି। ଉପରୋକ୍ତ ସବୁ କେସ୍ ଗୁଡ଼ିକ ମିଥ୍ୟା ଓ କପୋଳକଳ୍ପିତ କାରଣ ନବନର୍ମାଣ କୃଷକ ସଂଗଠନ ଅନବରତ ଭାବରେ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନକୁ ନେଇ ସରକାରଙ୍କ ପାଖରେ ନିଜର ଦାବୀ ଉପସ୍ଥାପିତ କରୁଥିବା ବେଳେ ଧାନରେ କଟନୀ ଛଟନୀ ଓ ଅନିୟମିତତାକୁ ରୋକିବା ସହିତ ଦୁର୍ନିତୀ ବିରୋଧରେ ସରକାରୀ ମନ୍ତ୍ରୀ ଅଫିସର ଓ ବାବୁମାନଙ୍କ ବିରୋଧରେ ଯେଉଁ ସ୍ବର ଉତ୍ତୋଳନ କରିଛି, ସେହି ସ୍ବରକୁ ଦବାଇ ଦେବା ପାଇଁ ପୋଲିସର ଏହି ଷଡ଼ଷନ୍ତ୍ର ।
ଲୋକନାୟକ ଜୟପ୍ରକାଶ ନାରାୟଣ କହିଥିଲେ ଯେ, ସରକାରୀ କର୍ମଚାରୀମାନେ ସରକାରୀ ଭକ୍ତ ହୋଇ ସରକାରର ସେବା କରିବା ପରିବର୍ତ୍ତେ ଲୋକଙ୍କ ସେବା କରିବା ପାଇଁ ରାଷ୍ଟ୍ରଭକ୍ତ ହୋଇ ରାଷ୍ଟ୍ର,ଦେଶ ଓ ଜନତା ପାଇଁ ନିଷ୍ଠାବାନ ଓ ଇମାନଦାର ରୁହନ୍ତୁ ନା କି ସରକାର ପାଇଁ। ସେଥିପାଇଁ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ଓ ସମ୍ମାନ ପାଇଁ ଏବଂ ଜନହିତ ପାଇଁ ଆଗାମୀ ୧୦ ତାରିଖରେ ଦିବା ୧୦ ଘଟିକା ସମୟରେ ପୋଲିସ ଡିଜି କାର୍ଯ୍ୟାଳୟ ସାମ୍ନାରେ ହେବାକୁ ଯାଉଥିବା ଗଣଧାରଣାରେ ସମସ୍ତ ଚାଷୀ, ମୂଲିଆ, ଛାତ୍ର, ଯୁବକ, ମହିଳା, ବୁଦ୍ଧିଜୀବୀ ଓ ସର୍ବୋପରି ଜନସାଧାରଣଙ୍କୁ ଉପସ୍ଥିତ ହେବା ପାଇଁ ସାମ୍ବାଦିକ ସମ୍ମିଳନୀର ନିବେଦନ କରାଯାଇଥିଲା।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ନବନିର୍ମାଣ କୃଷକ ସଂଗଠନ ରାଜ୍ୟ ସହସଂଯୋଜକ ରଶ୍ମିରଂଜନ ସ୍ବାଇଁ, ସଂଗଠନ ଉପଦେଷ୍ଠା ଡଃ. କୁଳମଣୀ, ନବନିର୍ମାଣ ଯୁବଛାତ୍ର ସଂଗଠନ ରାଜ୍ୟ ସଂଯୋଜକ ମନଓ୍ବର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ଇପିଏ ନ୍ୟୁଜ…
