June 4, 2026
Home » ଗୁଆଲିରେ ଅବୈଧ ମଦ କାରବାର ଉପରେ ପୋଲିସର ଚଢ଼ାଉ : ୨୦୫ ବୋତଲ ବିୟର ଜବତ, ଜଣେ ଗିରଫ

ଗୁଆଲିରେ ଅବୈଧ ମଦ କାରବାର ଉପରେ ପୋଲିସର ଚଢ଼ାଉ : ୨୦୫ ବୋତଲ ବିୟର ଜବତ, ଜଣେ ଗିରଫ

0
WhatsApp Image 2026-06-04 at 3.55.34 PM

ଯୋଡ଼ା – କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅଞ୍ଚଳରେ ଅବୈଧ ମଦ କାରବାର ବିରୋଧରେ ପୋଲିସ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ବୁଧବାର ଗୁଆଲି ଅଞ୍ଚଳରୁ ବିପୁଳ ପରିମାଣର ବିୟର ଜବତ କରାଯାଇଛି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ରୁଗୁଡ଼ି ଥାନା ଆଇଆଇସି ସମ୍ପଦ କୁମାର ମହାନ୍ତିଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଅବୈଧ ମଦ କାରବାରକୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ଏହି କ୍ରମରେ ଗୁଆଲି ଅଞ୍ଚଳରେ କରାଯାଇଥିବା ଚଢ଼ାଉ ସମୟରେ ୨୦୫ଟି ବିୟର ବୋତଲ ଜବତ ହୋଇଥିଲା।

ଜବତ ବିୟରର ମୋଟ ପରିମାଣ ୧୩୩.୨୫ ଲିଟର ହୋଇଥିବା ବେଳେ ଏକ ବ୍ଲୁ ଷ୍ଟାର ଡିପ୍ ଫ୍ରିଜ୍‌କୁ ମଧ୍ୟ ଜବତ କରାଯାଇଛି। ଏନେଇ ରୁଗୁଡ଼ି ଥାନାରେ କେସ୍ ନଂ–୯୭/୨୦୨୬ ରୁଜୁ କରାଯାଇଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଜଗବନ୍ଧୁ ଲୋହାରଙ୍କୁ ପୋଲିସ ଗିରଫ କରି ଆଇନଗତ ପ୍ରକ୍ରିୟା ପରେ କୋର୍ଟ ଚାଲାଣ କରିଛି।ଅବୈଧ ମଦ କାରବାର ବିରୋଧରେ ରୁଗୁଡ଼ି ପୋଲିସର ଏହି କଠୋର ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ସ୍ୱାଗତ କରାଯାଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ଦେଇଛନ୍ତି ।

କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ (ଇଷ୍ଟ୍ରୋନ ପ୍ରେସ ଏଜେନ୍ସି ) ।

Leave a Reply

Your email address will not be published. Required fields are marked *