July 1, 2025
Home » ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଗଣତନ୍ତ୍ର ଦିବସ ପାଳିତ

ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଗଣତନ୍ତ୍ର ଦିବସ ପାଳିତ

0
nara-

ବ୍ରହ୍ମପୁର : ସ୍ଥାନୀୟ ଗୁଡସ୍ ରୋଡ ସ୍ଥିତ ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ସାଧାରଣତନ୍ତ୍ର ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏହି ପବିତ୍ର ଦିବସରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମଧୁସ୍ମିତା ପରିଡ଼ା, ଙ୍କ ଅଧକ୍ଷତାରେ ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମହାପାତ୍ର , ସମ୍ପାଦିକା ଶ୍ରମତୀ ଅନୀତା କୁମାରୀ ପାଢି, ଯୋଗଦେଇ ପତକା ଉତ୍ତୋଳନ କରିବା ସହ ମହାପୁରୁଷଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ ।

ଏହି ପବିତ୍ର ଦିବସରେ ବିଦ୍ୟାଳୟ ତରଫରୁ ଚଳିତ ବର୍ଷର ସର୍ବଶ୍ରେଷ୍ଠ ଶିକ୍ଷୟିତ୍ରୀ ଭାବେ ଶିକ୍ଷୟିତ୍ରୀ ରିତା ଦାସ, ଶିକ୍ଷୟିତ୍ରୀ ସରିତା ସିଙ୍ଗ୍, ଶିକ୍ଷୟିତ୍ରୀ ମାମି ଜେନା , ଶିକ୍ଷୟିତ୍ରୀ ଚୁମୁକି ପାତ୍ର , ଶିକ୍ଷୟିତ୍ରୀ ସୁଜାତା ଚୌଧୁରୀ , ଶିକ୍ଷୟିତ୍ରୀ କିରନ ଅଗ୍ରୱାଲ,କ୍ଷାତି ପାତ୍ର, ଶ୍ରଦ୍ଧାମୟୀ ରଥ ଏବଂ ଶିକ୍ଷକ ସନ୍ତୋଷ କୁମାର ମହାନ୍ତିଙ୍କୁ ବିଦ୍ୟାଳୟ ତରଫରୁ ଉତ୍ତରାୟଣ ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *