ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ଓ ୩୩ ତମ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା ଦିବସ – ୨୦୨୬ ପାଳିତ
ସୁବର୍ଣ୍ଣପୁର: ବୁଧବାର ଦିନ ଜିଲ୍ଲା ସ୍ତରୀୟ ୯୧ତମ ଓଡ଼ିଶା ଦିବସ ଓ ୩୩ତମ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା ଦିବସ – ୨୦୨୬ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଦ୍ଵାରା ପ୍ରାତଃ ୪.୦୦ ଘଟିକା ସମୟରେ ଡାକବାଜି ଯନ୍ତ୍ର ଯୋଗେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ ସହ ସହର ପରିକ୍ରମା କରାଯାଇଥିଲା। ସକାଳ ୭.୩୦ ଘଟିକା ସମୟରେ ସୁବର୍ଣ୍ଣପୁର ସହରରେ ଅବସ୍ଥାପିତ ମହାପୁରୁଷ ଓ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତୀରେ ଜିଲ୍ଲା ପ୍ରଶାସନ ଦ୍ବାରା ମାଲ୍ୟାର୍ପଣ କରାଯାଇଥିଲା। ଦିବା ୮.୦୦ ଘଟିକା ଠାରୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ୍ ସାହୁଙ୍କ ଦ୍ଵାରା ସୁବର୍ଣ୍ଣପୁର ସହର ସ୍ଥିତ ସ୍ଵଧାର ଗୃହ ଠାରେ ଅନ୍ତେବାସୀ ମାନଙ୍କୁ ବସ୍ତ୍ର ଓ ମିଷ୍ଠାନ ବଣ୍ଟନ, ଉତ୍କଳ ବାଲାଶ୍ରମ୍ ଠାରେ ଅନ୍ତେବାସୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କୁଷ୍ଠାଶ୍ରମ୍ ଠାରେ ଅନ୍ତେବାସୀ ମାନଙ୍କୁ ବସ୍ତ୍ର ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ତାପରେ ଦିବା ୯.୩୦ ଘଟିକା ସମୟରେ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ସମାରୋହ ୨୦୨୬ ଉପଲକ୍ଷେ ସୁବର୍ଣ୍ଣପୁର ଟାଉନ ହଲ ଠାରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଅଞଳୀନା ପ୍ରଧାନଙ୍କ ସଭାପତିତ୍ବ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଜିଲ୍ଲାପାଳ ଡ଼. ନୃପାରାଜ୍ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ) ରାଜେନ୍ଦ୍ର ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର, ସୋନପୁର ପୌର ପରିଷଦ ଅଧ୍ୟକ୍ଷା, ତାମସୀ ତମସ୍ମିତା ନାୟକ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଡ଼.ଉଷାରାଣୀ ଦାଶ ଓ ସୋନପୁର ଉପ ଜିଲ୍ଲାପାଳ ଡ଼. ସୌମ୍ୟାରୁପା ରଥ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଏହି ସାଧାରଣ ସଭାରେ ଡ଼ ଜ୍ୟୋତି ରଞ୍ଜନ ବହିଦାର,ପ୍ରାକ୍ତନ ପ୍ରାଧ୍ୟାପକ, ସୋନପୁର ମହାବିଦ୍ୟାଳୟ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ। ଏହି ସାଧାରଣ ସଭାରେ ଅତିଥି ମାନେ ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ଉପରେ ସେମାନଙ୍କର ଅଭିଭାଷଣ ପ୍ରଦାନ କରିଥିଲେ। ଜିଲ୍ଲାପାଳ ଏହି ଅବସରରେ ଆମ ଓଡ଼ିଶା ରାଜ୍ୟ ର ସଂସ୍କୃତି ଓ ପରମ୍ପରା ଉପରେ କହିବା ସହିତ ଓଡ଼ିଶାର ବରପୁତ୍ର ଓ ମହାପୁରୁଷ ମାନଙ୍କୁ ସ୍ମରଣ କରିବା ପାଇଁ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ତାଙ୍କ ଅଭିଭାଷଣ ରେ ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଶା ରାଜ୍ୟ ଓ ସୁବର୍ଣ୍ଣପୁର ଜିଲ୍ଲା ଗଠନ ଉପରେ ତାଙ୍କର ତଥ୍ୟ ଭିତ୍ତିକ ଅଭିଭାଷଣ ସହିତ ଓଡ଼ିଆ ଅସ୍ମିତା ଉପରେ ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଜିଲ୍ଲାର ବିକାଶ ମୂଳକ କାର୍ଯ୍ୟ ଉପରେ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ। ରାଜ୍ୟ ସରକାରଙ୍କ ଦ୍ଵାରା ଆଜି ଠାରୁ ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ପାଇଁ ନିଷ୍ପତି ନିଆଯାଇଛି। ତେଣୁ ରାଜ୍ୟ ସରକାର ଙ୍କ ଦ୍ଵାରା ଦିନୱାରି ଧାର୍ଯ୍ୟ କାର୍ଯ୍ୟସୂଚୀ ଓ କାର୍ଯ୍ୟକଳାପ ଅନୁଯାୟୀ ଓଡ଼ିଶା ପକ୍ଷ ପାଳନ କରାଯିବ । ଏଣୁ ସମସ୍ତ ଜନସାଧାରଣ ଙ୍କୁ ଏହି ଓଡ଼ିଆ ପକ୍ଷ ପାଳନ ରେ ସକ୍ରିୟ ଅଂଶ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଥିଲା l ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀ ସମସ୍ତ ମଞ୍ଚାସିନ ଅତିଥିଙ୍କ ସମେତ ସମସ୍ତଙ୍କୁ ସଭା କୁ ସ୍ଵାଗତ କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ପ୍ରୀତି ସୁନା ଧନ୍ୟବାଦ୍ ଅର୍ପଣ କରିଥିଲେ।
ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରରେ ବିଦ୍ୟାଳୟ ସ୍ତରରୁ ମହାବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସଭାରେ ପୁରସ୍କୃତ କରାଯାଇଥିଲା। ଏତଦବ୍ୟତୀତ, ମହିଳା ଓ ଛାତ୍ରୀ ମାନଙ୍କ ମଧ୍ୟରେ ଟାଉନ ହଲ ଠାରେ ମୁରୁଜ ବା ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏହି ପ୍ରତି ଯୋଗିତା ର କୃତକାର୍ଯ୍ୟ ହୋଇଥିବା ମହିଳା ଓ ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଚଳିତ ବର୍ଷ ଏହି ଦିବସ ପାଳନ ଅବସରରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଜିଲ୍ଲା ସ୍ତରରେ ରାଜ୍ୟ ଓ ଜିଲ୍ଲା ସ୍ତରର ମହାପୁରୁଷ, ବରପୁତ୍ର, ଓଡ଼ିଶାର କଳା ସଂସ୍କୃତି, ଦର୍ଶନୀୟ ସ୍ଥାନ ଇତ୍ୟାଦି ଉପରେ ଏହ ଫଟୋ ପ୍ରଦର୍ଶନୀ ଟାଉନ ହଲ ଠାରେ ଆୟୋଜିତ ହୋଇଥିଲା । ଶେଷରେ ବିଭିନ୍ନ ବ୍ଲକର ବିଦ୍ୟାଳୟ ମାନଙ୍କରୁ ଆସିଥିବା ସାଂସ୍କୃତିକ ଦଳ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସାଧାରଣ ସଭାର ସୁବର୍ଣ୍ଣପୁର ଜିଲ୍ଲା ର ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ, ବୁଦ୍ଧିଜୀବୀ, ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ବିଭିନ୍ନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା, ଜିଲ୍ଲା ସ୍ତରୀୟ ଅଧିକାରୀ କର୍ମଚାରୀମାନଙ୍କ ସମେତ ବିଭିନ୍ନ ସମ୍ବାଦପତ୍ର ଗୁଡିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦାନ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
