ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ବନମୋହତ୍ସବ ପାଳିତ

ସ୍ଥାନୀୟ ଗୁଡସ ସେଡ ରୋଡ଼ ସ୍ଥିତ ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ବନମୋହତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ବନମୋହତ୍ସବରେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମହାପାତ୍ର ସମ୍ପାଦିକା ଶ୍ରୀମତୀ ଅନୀତା କୁମାରୀ ପାଢୀ , ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁନୀଲ କୁମାର ବଡପଣ୍ଡା, ଉପାଧ୍ଯକ୍ଷ ଶ୍ରୀଯୁକ୍ତ ଭି ତାରକେଶ, ଉପାଧ୍ଯକ୍ଷା ଶ୍ରୀମତୀ ମଧୁଛନ୍ଦା ମିଶ୍ର ଏବଂ ସ୍କାଉଟ ଏବଂ ଗାଇଡ୍ କେପଟେନ ଶ୍ରୀମତୀ ମଧୁସ୍ମିତା ହୋତାଙ୍କ ଯୋଗ ଦେଇ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ । ସ୍କାଉଟ ଏବଂ ଗାଇଡ କେଡେଟ ରାଲି ରେ ବୃକ୍ଷ ମଣିଷ ଜୀବନରେ ମହତ୍ବ ବିଷୟରେ ନାରା ଦେଇଥିଲେ ।
ଏହି ଅବସରରେ ପ୍ରଥମ ଶ୍ରେଣୀ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଚିତ୍ରାଙ୍କନ ପ୍ରତିଯୋଗିତା, ଷଷ୍ଠ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପୋଷ୍ଟର ତିଆରି ପ୍ରତିଯୋଗିତା ଏବଂ ନବମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍ଲୋଗାନ ଲିଖନ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା । ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର ଛାତ୍ରୀ ଦିପ୍ତିମୟୀ ଦେବୀଶ୍ରୀ ପଣ୍ଡା ଇଂରାଜୀ, ଆହାନା ସାହୁ ଷଷ୍ଠ ଶ୍ରେଣୀ ଛାତ୍ରୀ ଓଡ଼ିଆ ବକୃତା, ସାଈ ପ୍ଳୁତୀ ପ୍ରଧାନ ସପ୍ତମ ଶ୍ରେଣୀ ହିନ୍ଦୀରେ ବକୃତା ଏବଂ ଶ୍ରୀୟା ପାଢୀ ଅଷ୍ଟମ ଶ୍ରେଣୀ ହିନ୍ଦୀ ରେ ବକୃତା ପରିବେଷଣ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ସି ସି ଏ ପ୍ରମୁଖ ଶ୍ରୀମାନ ରଞ୍ଜିତ କୁମାର ପଣ୍ଡା ଆୟୋଜିତ କରିଥିଲେ ଏବଂ ଲୋକ ସଂପର୍କ ଅଧିକାରୀ ଶ୍ରୀମତୀ ମଧୁଛନ୍ଦା ମିଶ୍ର ଏବଂ ଶ୍ରୀଯୁକ୍ତ ବିକାଶ କାନ୍ତି ର୍ ଯଥାକ୍ରମେ ଉପସ୍ଥାପନ ଓ ସମ୍ପାଦନ କରିଥିଲେ । ଏହି ଉତ୍ସବରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।
brahmpur epa ru narasingh dakua nka report