November 8, 2026
Home » ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପାଇଁ ଭିତ୍ତି ପ୍ରସ୍ତର‌ ସ୍ଥାପନ

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପାଇଁ ଭିତ୍ତି ପ୍ରସ୍ତର‌ ସ୍ଥାପନ

0
WhatsApp Image 2026-11-06 at 5.07.04 PM (1)

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ୍‌ ହରଡ଼ଖୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହରଡ଼ଖୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପାଇଁ ଭିତ୍ତି ପ୍ରସ୍ତର‌ ସ୍ଥାପନ ସମାରୋହ ଆୟୋଜିତ ହୋଇଯାଇଛି। ହରଡ଼ଖୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଗାୟତ୍ରୀ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ହରଡ଼ଖୋଲ ସରପଞ୍ଚ ମୋହନ କର୍ମୀ, ସମିତି ସଭ୍ୟ ମନୁରାଜ କର୍ମୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସୋନପୁର କୃଷ୍ଣ ଚନ୍ଦ୍ର ପଣ୍ଡା, ସମାଜସେବୀ ଦେବାର୍ଚ୍ଚନ ଚାଉଲିଆ,ହରଡ଼ଖୋଲ ସିଆର୍‌ସିସି ରଶ୍ମିତା ସାହୁ, ସିଆର୍‌ସିସି ବ୍ରତାନନ୍ଦ ଭୋଇ, ବୈଦ୍ୟନାଥ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୋଦ ମେହେର,ଲକର୍ମା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ବେହେରା, ହରଡ଼ଖୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସୁରେନ୍ଦ୍ର ମେହେର ପ୍ରମୁଖଙ୍କ ଉପସ୍ଥିତରେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ମୋହନ ଚରଣ ମାଝୀଙ୍କ ଦ୍ୱାରା ଭାର୍‌ଚୁଆଲ୍‌ମୋଡ୍‌ରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଶିକ୍ଷକ ବିକ୍ରମ କୁମାର ନନ୍ଦ,ମଧୁମିତା ନାଗ, ଘନଶ୍ୟାମ ମିଶ୍ର ପରିଚାଳନା କରିଥିଲାବେଳେ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଅଭିଭାବକ ଓ ଯୁବଗୋଷ୍ଠୀ ଯୋଗ ଦେଇଥିଲେ। ଶେଷରେ ଶିକ୍ଷୟିତ୍ରୀ ସବିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠାକୁ ନେଇ ଅଞ୍ଚଳବାସୀ ଅତ୍ୟନ୍ତ ଆନନ୍ଦିତ ହୋଇ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ଅବସରରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…..

Leave a Reply

Your email address will not be published. Required fields are marked *